LG ଲଞ୍ଚ କଲା ବିଶ୍ୱର ପ୍ରଥମ ଟ୍ରାନ୍ସପେରେଣ୍ଟ OLED TV, ଏହି ଦାମରେ କିଣିପାରିବେ ଏକ ଫ୍ଲାଟ୍

ଖୁବ ଶୀଘ୍ର ବଜାରକୁ ଆସିବ ଟ୍ରାନ୍ସପେରେଣ୍ଟ ଟିଭି । ଯଦି ଆପଣ ଏହି ଟିଭି ବନ୍ଦ କରନ୍ତି ଏହାର ଡିସପ୍ଲେ ଅଦୃଶ୍ୟ ହୋଇଯିବ ଏବଂ ଯେତେବେଳେ ଆପଣ ଏହାକୁ ଟର୍ନ୍ ଅନ୍ କରିବେ ସେତେବେଳେ ଏହାର ସାଧାରଣ ଟିଭି ପରି ନଜର ଆସିବ । ଯାହାର ଡିଜାଇନ୍ ବେଶ ଆକର୍ଷଣୀୟ । ଦିନକୁ ଦିନ ଟେକ୍ନୋଲୋଜି ଅଧିକ ଉନ୍ନତି ହେବାରେ ଲାଗିଛି । କେବଳ ସେତିକି ନୁହେଁ ଆଜିକାଲି ମାର୍କେଟରେ ଅନେକ ନୂଆ ନୂଆ ଜିନିଷ ମଧ୍ୟ ଆସୁଛି ।
ତେବେ ବର୍ତ୍ତମାନ ଦକ୍ଷିଣ କୋରିଆର ଲୋକପ୍ରିୟ କମ୍ପାନୀ LG ଏଭଳି ଏକ ପ୍ରଡକ୍ଟ ଲଞ୍ଚ କରିଛି, ଯାହା ଖୁବ ସ୍ୱତନ୍ତ୍ର ଅଟେ । ପୂର୍ବରୁ ବିଶ୍ୱ କେବେ ଏଭଳି ଟେକ୍ନୋଲୋଜି ଦେଖିନଥିବ । LG Signature ସିରିଜ୍ ଅଧୀନରେ ବ୍ରାଣ୍ଡର ବେଷ୍ଟ ନେକ୍ସଟ୍-ଜେନ ଟିଭି ଅଛି । ୨୦୧୯ରେ ଆରମ୍ଭ ହୋଇଥିବା ଏକ ରୋଲେବଲ୍ ସ୍କ୍ରିନ୍ ସହିତ OLED TV R ଲଞ୍ଚ ହୋଇଥିଲା ଆଉ ଏବେ ଏଥିରେ ବିଶ୍ୱର ପ୍ରଥମ ଟ୍ରାନ୍ସପେରେଣ୍ଟ OLED TV ସାମିଲ ହୋଇଛି ।
OLED T ହେଉଛି LG ର ପ୍ରଥମ ଟ୍ରାନ୍ସପେରେଣ୍ଟ OLED ଟିଭି ଏବଂ ଏହାକୁ ବର୍ତ୍ତମାନ ବିଶ୍ୱ ବଜାରରେ ଉପଲବ୍ଧ କରାଯାଇଛି । ଏହି ଟିଭିର ନାମ ହେଉଛି LG Signature OLED T । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । LG ସବୁବେଳେ ଗ୍ରାହକଙ୍କୁ କିଛି ଦେବା ପାଇଁ ଚେଷ୍ଟା କରେ । ତେବେ ଆସନ୍ତୁ ଜାଣିବା ଏହାର ଦାମ୍, ଡିଜାଇନ୍, ସ୍ପେସିଫିକେସନ୍ସ ଏବଂ ସ୍ପେଶାଲ ଫିଚର୍ସ ବିଷୟରେ ।
ଦାମ୍:
ଏହି ମାସରୁ ଆମେରିକାରେ LG Signature OLED T ଉପଲବ୍ଧ ହେଉଛି । କମ୍ପାନୀ କହିଛି ଯେ ଖୁବ୍ ଶୀଘ୍ର ଏହା ଅନ୍ୟ ସମସ୍ତ ବଜାରରେ ମଧ୍ୟ ସାମିଲ ହେବ । ଯୁକ୍ତରାଷ୍ଟ୍ରରେ LG OLED T ର ମୂଲ୍ୟ ହେଉଛି $ 60,000 ଅର୍ଥାତ ପ୍ରାୟ ୫୧,୧୦, ୮୦୦ ଟଙ୍କା । ଯେହେତୁ ଏକ ସମୟରେ OLED TV R ଭାରତରେ ଉପଲବ୍ଧ ଥିଲା ତେଣୁ ଭବିଷ୍ୟତରେ ମଧ୍ୟ ଏହି ଟିଭି ଭାରତରେ ଆସିପାରେ ବୋଲି ସୂଚନା ରହିଛି । କିନ୍ତୁ ଭାରତରେ OLED T ର ଉପଲବ୍ଧତା ବିଷୟରେ କମ୍ପାନୀ ଏପର୍ଯ୍ୟନ୍ତ କିଛି କହିନାହିଁ । ତେବେ ଆସନ୍ତୁ ଏହାର ଫିଚର୍ସ ବିଷୟରେ ଜାଣିବା…
LG Signature OLED T ସ୍ପେସିଫିକେସନ୍ସ:
ଡିଜାଇନ୍: ଡିଜାଇନ୍ ବିଷୟରେ କହିବାକୁ ଗଲେ ଏହି ଟିଭିର ଡିଜାଇନ୍ ବେଶ ଆକର୍ଷଣୀୟ ହେବାକୁ ଯାଉଛି । ଷ୍ଟାଣ୍ଡ ବିନା ଟିଭିର ଓଜନ ପ୍ରାୟ ୬୦ କିଲୋଗ୍ରାମ ଏବଂ ମାପ ୬୯.୬ x ୪୧.୧ x ୧୦.୩ ଇଞ୍ଚ ।
ଡିସପ୍ଲେ: LG OLED T ରେ ଏକ ୭୭-ଇଞ୍ଚ 4K OLED ପ୍ୟାନେଲ୍ ଅଛି ଯାହା ଗୋଟିଏ ବଟନ୍ ମାଧ୍ୟମରେ ଟ୍ରାନ୍ସପେରେଣ୍ଟ ଏବଂ ଭିଜିବଲ୍ ମୋଡ୍ ମଧ୍ୟରେ ସୁଇଚ୍ ହୋଇପାରିବ । ସ୍କ୍ରିନରେ 4K ଅଲଟ୍ରା HD (୩,୮୪୦ x ୨,୧୬୦) ରେଜୋଲୁସନ ଏବଂ ୧୨୦Hz ନେଟିଭ୍ ରିଫ୍ରେସ୍ ରେଟ୍ ରହିଛି । ଡଲବି ଭିଜନ ଏବଂ 4K AI ସୁପର ଅପସ୍କେଲିଙ୍ଗ ଫିଚର୍ ମଧ୍ୟ ଏଠାରେ ପ୍ରଦାନ କରାଯାଇଛି । ଏହି ସବୁ LG ର ଆଲଫା ୧୧ ପ୍ରସେସର୍ ଦ୍ୱାରା ଚାଳିତ ।
ଗେମିଙ୍ଗ ଫିଚର୍ସ: ଏହି ଟିଭି 4K120Hz ଗେମପ୍ଲେ, ଭେରିଏବଲ୍ ରିଫ୍ରେସ୍ ରେଟ୍ (VRR), ଅଟୋ ଲୋ’ ଲାଟେନ୍ସି ମୋଡ୍ (ALLM), ଆଡପ୍ଟିଭ୍ ସିଙ୍କ ଏବଂ ୦.୧ ମିଟରରୁ କମ୍ ରେସପନ୍ସ ଟାଇମକୁ ସପୋର୍ଟ କରେ ।
ସ୍ପେଶାଲ ଫିଚର୍ସ: ଏହି ଟିଭିରେ ଟି-ଅବଜେକ୍ଟ, ଟି-ବାର୍, ଟି-ହୋମ୍ ମଧ୍ୟ ସାମିଲ ରହିଛି ଯାହା ଆପଣଙ୍କୁ ଅନେକ ସୁବିଧା ଦେବ ।
ଅଡିଓ: ଟିଭିରେ ଡଲବି ଆଟମୋସ୍, ଡିଟିଏସ୍: ଏକ୍ସ ଏବଂ AI ଏନହାନ୍ସଡ୍ ସପୋର୍ଟ ସହିତ ଡାଉନ୍-ଫାୟାରିଂ ୪.୨ ଚ୍ୟାନେଲ ସ୍ପିକର ରହିଛି ।
କନେକ୍ଟିଭିଟି: ସମସ୍ତ I / O ପୋର୍ଟ ଏବଂ ମଡ୍ୟୁଲ୍ ଗୁଡିକ ଏକ ପୃଥକ ‘ଜିରୋ କନେକ୍ଟ’ ବକ୍ସର ଏକ ଅଂଶ ଯେଉଁଥିରେ HDMI, ବ୍ଲୁଟୁଥ୍ ୫.୧, USB ୨.୦, ୱାଇ-ଫାଇ 6E, ଏବଂ ଇଥରନେଟ୍ ଆଦି ସାମିଲ ରହିଛି ।