ନୂଆଦିଲ୍ଳୀ : ଜର୍ମାନୀର ବାଲିନ ସହରରେ ଆୟୋଜିତ ଆଇଏଫଏ ୨୦୧୮ରେ ଦକ୍ଷିଣ କୋରିଆର ଇଲେକଟ୍ରୋନିକ୍ କମ୍ପାନୀ ଏଲଜି ନିଜର ପ୍ରଥମ ୮କେ ଓଏଲଇଡ଼ି ଟେଲିଭିଜନ୍ ଲଞ୍ଚ କରିଛି। ଏହି ୮କେ ଟିଭିରେ ଆପଣଙ୍କୁ ୭,୬୮୦ X ୪୩୨୦ ପିକ୍ସଲର ସ୍କ୍ରିନ୍ ରିଜୋଲ୍ଯୁସନ୍ ମିଳିବ। ଆପଣଙ୍କ ସୂଚନା ପାଇଁ ୮କେ ଟିଭିରେ ୪କେ ଟିଭି ଅପେକ୍ଷା ଅଧିକ ଫିକ୍ସଲ ଦେଖାଯିବ।
ମୂଲ୍ଯ ବିଷୟରେ କହିବାକୁ ଗଲେ ଏଲଜି ୮କେ ଓଏଲଇଡ଼ି ଟିଭିର ମୂଲ୍ଯ ୧.୬୫ଲକ୍ଷ ରହିଛି। ତେବେ କମ୍ପାନୀ ଏହା ବିଷୟରେ କୌଣସି ଆଧିକାରୀକ ଘୋଷଣା କରିନାହିଁ। ଏହା ପୂର୍ବରୁ ବର୍ତ୍ତମାନ ପର୍ଯ୍ଯନ୍ତ ସାମସଙ୍ଗ, ସୋନୀ ଏବଂ ଏଲଜି ବଜାରରେ ୪କେ ଟିଭି ଲଞ୍ଚ କରିସାରିଛନ୍ତି । ବଜାରରେ ବିକ୍ରି ହେଉଥିବା ୪କେ ଟିଭିରେ ୩,୮୪୦ X ୨,୧୬୦ ପିକ୍ସଲର ରିଜୋଲ୍ଯୁସନ୍ ମିଳୁଛି।
ଆଶା କରାଯାଉଛି ଆସନ୍ତା ୨୦୨୨ ମସିହା ସୁଧା ଅନ୍ଯନ୍ଯ କମ୍ପାନୀ ଗୁଡ଼ିକ ମଧ୍ୟ ୮କେ ଟିଭି ଲଞ୍ଚ କରାଯାଇପାରେ। ଏହା ଛଡ଼ା ଏହି ଟିଭିର ସ୍ପେସିଫିକେସନ୍ ନେଇ କମ୍ପାନୀ ଅଧିକ କିଛି ଖୁଲାସା କରିନାହିଁ।