ଆପଣଙ୍କର ଏହି ଛୋଟିଆ ଭୁଲରେ ପାନ କାର୍ଡ ହୋଇଯିବ ବେକାର, ଆଗୁଆ ଜାଣି ସତର୍କ ରହିଯାନ୍ତୁ..
ପାନ କାର୍ଡ ବର୍ତ୍ତମାନ ଆମ ଜୀବନରେ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ହୋଇଯାଇଛି। ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଠାରୁ ନେଇ ଇନକମ୍ ଟ୍ୟାକ୍ସ ଜମା କରିବା, ଲୋନ୍ ନେବା ପର୍ଯ୍ୟନ୍ତ ପାନ କାର୍ଡ ବାଧ୍ୟତାମୂଳକ। ଏହା ବିନା ଆପଣଙ୍କର ଅନେକ ପ୍ରକାର ଆର୍ଥିକ କାମ ଅଟକି ଯାଇପାରେ। ସ୍ଥାୟୀ ଆକାଉଣ୍ଟ ନମ୍ବର ଅର୍ଥାତ (PAN) ପାନ୍ କାର୍ଡ ଏକ ମହତ୍ବପୂର୍ଣ୍ଣ ଜିନିଷ। ଏହା ବିନା ଏଭଳି କିଛି କାମ ରହିଛି ଯାହା ହୋଇପାରିନଥାଏ। ସେ ଇନକମ ଟ୍ଯାକ୍ସ ରିଟର୍ନ ଫାଇଲ କରିବା ହେଉ କିମ୍ବା ବ୍ଯାଙ୍କରେ ୫୦ ହଜାର ଟଙ୍କାରୁ ଅଧିକ ଟଙ୍କା ଜମା କରିବା ହେଉ। ଏହିସବୁଥିରେ ପାନ୍ କାର୍ଡର ନିଶ୍ଚିନ୍ତ ଆବଶ୍ଯକତା ରହିଥାଏ। ଏହିକାରଣରୁ ଆଜିକାଲି ସମସ୍ତିଙ୍କ ପାଖରେ ପାନ୍ କାର୍ଡ ରହିବା ନିହାତି ଜରୁରୀ।
ଆଧାର କାର୍ଡ ସମସ୍ତ ଜରୁରୀ କାମ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଡକ୍ଯୁମେଣ୍ଟ। ସେହିପରି ପାନ୍ କାର୍ଡର ମଧ୍ୟ ଗୁରୁତ୍ବ ରହିଛି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆଧାର ସହିତ ପାନ୍ କାର୍ଡ ଲିଙ୍କ କରିବା ବାଧ୍ୟତାମୂଳକ ଅଟେ। ମନ୍ତ୍ରଣାଳୟ ଜାରି କରିଥିବା ଅଧିସୂଚନା ମୁତାବକ, ୩୧ ମାର୍ଚ୍ଚରୁ ୨୦୨୩ ପର୍ଯ୍ଯନ୍ତ ଏହାକୁ ଲିଙ୍କ କରିବାକୁ ସମୟ ଦିଆଯାଇଛି । ଯଦି ଏହାକୁ ଆପଣ ଦିଆଯାଇଥିବା ସମୟ ଅନୁଯାୟୀ ଲିଙ୍କ ନ କରନ୍ତି ତେବେ ଆୟକର ବିଭାଗ ଆକ୍ଟ ଅନୁଯାୟୀ ୧୦ ହଜାର ଟଙ୍କା ପର୍ଯ୍ଯନ୍ତ ଜୋରିମାନା ଦେବାକୁ ପଡିପାରେ।
ଆୟକର ବିଭାଗ ଅନୁଯାୟୀ, ମାର୍ଚ୍ଚ ୩୧, ୨୦୨୩ ପରେ ଯଦି କୌଣସି ନିଷ୍କ୍ରିୟ ଏବଂ ରଦ୍ଦ ହୋଇଥିବା ପାନ୍ କାର୍ଡର ବ୍ଯବହାର ହୁଏ, ତେବେ ତାଙ୍କ ଉପରେ ଇନକମ୍ ଟ୍ଯାକ୍ସ ଆକ୍ଟ ଅନୁଯାୟୀ ସେକ୍ସନ ୨୭୨B ଅନୁଯାୟୀ ୧୦ ହଜାର ଟଙ୍କା ଜୋରିମାନା ଲାଗିବ। ଏହି ନୋଟିଫିକେସନରେ ଆୟକର ବିଭାଗ କହିଛି, ୩୧ ମାର୍ଚ୍ଚ ପର୍ଯ୍ଯନ୍ତ ଟ୍ଯାକ୍ସପେୟର୍ସ ଯଦି ପାନ୍ ଏବଂ ଆଧାର ଲିଙ୍କ କରିନାହାନ୍ତି, ତେବେ ପାନ୍ କାର୍ଡ ନିଷ୍କ୍ରିୟ ହୋଇଯିବ।
ଆଧାର ପାନ୍ ଲିଙ୍କ କରିବା ଅନିବାର୍ଯ୍ଯ । ଆପଣ ଏମିତି ନ କଲେ ପାନ୍ କାର୍ଡକୁ ନିଷ୍କ୍ରିୟ କରିଦିଆଯିବ। ଆଉ ପାନ୍ କାର୍ଡ ନିଷ୍କ୍ରିୟ ହୋଇଗଲେ ଆପଣ ଏହା ସମ୍ବନ୍ଧୀୟ ଗୁରୁତ୍ବପୂର୍ଣ୍ଣ କାମ ଆଉ କରିପାରିବେ ନାହିଁ।
ଏମିତି କରନ୍ତୁ ଆଧାର-ପାନ୍ କାର୍ଡ ଲିଙ୍କ:
-ପ୍ରଥମେ ଇନକମ୍ ଟ୍ଯାକ୍ସର ଅଫିସିଆଲ ସାଇଟ୍ incometaxindiaefiling.gov.in କୁ ଯାଆନ୍ତୁ। ସେଠାରେ link Aadhaar ରେ କ୍ଲିକ କରନ୍ତୁ।
– ତାପରେ click hereରେ କ୍ଲିକ କରନ୍ତୁ। ତଳେ ଦିଆଯାଇଥିବା ବକ୍ସରେ ପାନ୍, ଆଧାର ନମ୍ବର, ନିଜ ନାମ ଏବଂ ଦିଆଯାଇଥିବା କ୍ଯାପଚା ଟାଇପ କରନ୍ତୁ।
– ସମସ୍ତ ବକ୍ସକୁ ସଠିକ୍ ଭାବେ ପୂରଣ କରିବା ପରେ ଲିଙ୍କ ଆଧାରରେ କ୍ଲିକ କରନ୍ତୁ।
ଏହାଛଡା କୌଣସି ପାନ୍ ସେଣ୍ଟରକୁ ଯାଇ ଆଧାରକୁ ପାନ୍ କାର୍ଡ ଲିଙ୍କ୍ କରିପାରିବେ। ଏଥିପାଇଁ ୨୫ ଟଙ୍କାରୁ ୧୧୦ ଟଙ୍କା ପର୍ଯ୍ଯନ୍ତ ଏବଂ ପାନ୍ କାର୍ଡ ଏବଂ ଆଧାର କାର୍ଡର ଫଟୋକପି ଦେବାକୁ ହେବ।