ହାକର୍ସମାନଙ୍କଠୁ ରୁହନ୍ତୁ ସୁରକ୍ଷିତ, SMS ଦ୍ୱାରା କରନ୍ତୁ ଆପଣଙ୍କ ଆଧାର କାର୍ଡକୁ ଲକ୍‌

ଆଧାର କାର୍ଡ ସହ ଏବେ ସବୁ କିିଛି ଲିଙ୍କ କରାଯାଉଛି। ସିମ କାର୍ଡ କିଣିବା ଠୁ ଆରମ୍ଭ କରି ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପର୍ଯ୍ୟନ୍ତ ସବୁଠି ଆଧାର କାର୍ଡର ବ୍ୟବହାର କରାଯାଉଛି। ଏହା ଏବେ ଭାରତୀୟଙ୍କ ପାଇଁ ମୁଖ୍ୟ ପ୍ରମାଣ ପତ୍ର ରୂପେ କାମ କରୁଛି। ଏଥିରେ ଫିଙ୍ଗରପ୍ରିଣ୍ଟ ସହ ଅନେକ ଜରୁରୀ ସୂଚନା ରହିଥାଏ। ଯଦି ଏଥିରୁ ଆପଣଙ୍କ ଡାଟା ଲିକ ହେଉଛି, ତେବେ ଆପଣଙ୍କ ପାଇଁ ବହୁୁତ ବଡ ସମସ୍ୟା ଆଣିବ । ଏହାକୁ ଧ୍ୟାନରେ ରଖି ୟୁନିକ ଆଇଡେଣ୍ଟିଫିକେସନ ଅଥୋରିଟି ଅଫ ଇଣ୍ଡିଆ ପକ୍ଷରୁ ଆଧାରକୁ ସୁରକ୍ଷା ଦେବା ପାଇଁ ଅର୍ଥାତ ଲକ କରିବା ପାଇଁ ନୂଆ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଏହି ଫିଚର ଆପଣଙ୍କ ଆଧାର କାର୍ଡର ଡାଟାକୁ ସୁରକ୍ଷିତ ରଖିବ। ଏଥିପାଇଁ ହେଉଥିବା ଅନୈତିକ କାର୍ଯ୍ୟ ଉପରେ ରୋକ ଲାଗିବ। ଏହା ଆପଣଙ୍କ ଡାଟାକୁ ଲକ୍‌ ରଖିବ।

ଏହାକୁ ଲକ୍‌ କରିବାର ମାଧ୍ୟମ:

– ଆଧାର କାର୍ଡ ଲକ କରିବା ପାଇଁ ଆପଣଙ୍କୁ ପ୍ରଥମେ 1947ରେ GETOTP ଲେଖି SMS କରିବାକୁ ପଡିବ। ଏହାପରେ ଫୋନକୁ ଆପଣଙ୍କର ଏକ OTP ଯିବ।
– ଏହାପରେ LOCKUID ଆଧାର ନମ୍ବର ଲେଖି ୨ୟ ଥର 1947ରେ ମେସେଜ କରିବାକୁ ହେବ। ଏହାପରେ ଆପଣଙ୍କ ନମ୍ବର ବ୍ଲକ ହୋଇଯିବ।

aa00
pc: Goodreturns

ଅନଲକ୍‌ କରିବାର ମାଧ୍ୟମ:

-ଏହାକୁ ଅନଲକ୍‌ କରିବା ପାଇଁ ଆପଣଙ୍କ ରେଜିଷ୍ଟ୍ରେସନ ନମ୍ବରରେ GETOTP ଆଧାର ନମ୍ବର ଲେଖିବାକୁ ପଡିବ।
-୬ଅଙ୍କ ବିଶିଷ୍ଟ ଓଟିପି ମିଳିବା ପରେ UNLOCKUID ଅଧାର ନମ୍ବରରେ ଓଟିପି ଲେଖି ମେସେଜ କରିବାକୁ ପଡ଼ିବ।
-ଏହାପରେ ଆପଣଙ୍କ ଅଧାର ନମ୍ବର ଅନଲକ୍‌ ହୋଇଯିବ।

ତେବେ ଅଧାର ଲକ୍‌ ହେବା ପରେ ଏହାକୁ ହାକର୍ସମାନେ ମଧ୍ୟ ବ୍ୟବହାର କରିପାରିବେ ନାହିଁ। ଏହି ସୁବିଧା ଦ୍ୱାରା ଆପଣଙ୍କ ଡାଟା ସୁରକ୍ଷିତ ରହିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.