ଗ୍ୟାସ ବୁକିଂରେ ସମସ୍ୟା ଦେଖାଯାଉଥିଲେ ଜାଣନ୍ତୁ ଏହି ସହଜ ଉପାୟ

ଡିଜିଟାଲ ପ୍ଲାଟଫର୍ମସର ବହୁଳ ବ୍ୟବହାର ସବୁ ଅସମ୍ଭବ କାମକୁ ସମ୍ଭବ କରିପାରିଛି । ଏହା ସାହାଯ୍ୟରେ ଅନେକ କାମ ଖୁବ ସହଜରେ ମଧ୍ୟ ହୋଇପାରୁଛି । ତେବେ ଆଜିକାଲିର ଡିଜିଟାଲ ଯୁଗରେ ପ୍ରାୟ ସମସ୍ତେ ଫୋନ ଉପରେ ନିର୍ଭର କରୁଛନ୍ତି ।

ଡିଜିଟାଲ ପ୍ଲାଟଫର୍ମସ ଆସିବା ପରେ ଗ୍ୟାସ ସିଲିଣ୍ଡରର ବୁକିଂ ମଧ୍ୟ ଖୁବ ସହଜରେ ହୋଇପାରୁଛି । ଏହାଦ୍ୱାରା ଆପଣ ଘରେ ବସି ଖୁବ ସହଚରେ ଗ୍ୟାସ ସିଲିଣ୍ଡର ବୁକ କରିପାରିବେ । ଏଥିପାଇଁ ମୋବାଇଲ ଫୋନର ଆବଶ୍ୟକତା ରହିଛି । ଗ୍ୟାସ ଅଫିସର ନମ୍ବରକୁ କଲ କଲାପରେ ଆପଣଙ୍କ ସିଲିଣ୍ଡର ଆପେ ଆପେ ବୁକ ହୋଇଯିବ । କିନ୍ତୁ ଜରୁରୀ ସସୟରେ ଯଦି ଆପଣଙ୍କ ଫୋନରେ ବାଲାନ୍ସ ନଥିବ, ଏହା କାରଣରୁ ଆପଣ ବୁକିଂ କରିବାରେ ଅନେକ ଅସୁବିଧାର ସାମ୍ନା କରିବେ ନିଶ୍ଚୟ । ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ ନୂଆ ନିୟମ ଆସିଛି ।

ଆପଣ ଏବେ ନିଜ ହ୍ୱାଟସଆପ ଜରିଆରେ ମଧ୍ୟ ଗ୍ୟାସ ବୁକିଂ ଖୁବ ସହଜରେ କରିପାରିବେ । ଏହାବ୍ୟତିତ ମିସକଲ ଦେଇ ମଧ୍ୟ ବୁକ କରିପାରିବେ। ଭାରତର ସବୁଠୁ ବଡ଼ ପେଟ୍ରୋଲିୟମ କମ୍ପାନୀ ଭାରତ ଗ୍ୟାସ, ଇଣ୍ଡିଆନ ଗ୍ୟାସ ଏବଂ ଏଚପି ଗ୍ୟାସ ଗ୍ରାହକଙ୍କ ପାଇଁ ହ୍ୱାଟସ୍‌ଆପରେ ଗ୍ୟାସ ବୁକିଂ କରିବା ହୋଇଗଲା ଖୁବ ସହଜ ।

ପ୍ରଥମେ ଆପଣଙ୍କୁ ନିମ୍ନ ୩ଟି ଗ୍ୟାସ ନମ୍ବର ମଧ୍ୟରୁ ଗୋଟିଏ ସେଭ କରିବାକୁ ପଡିବ, ଯେଉଁ ଗ୍ୟାସ ଆପଣ ବ୍ୟବହାର କରୁଛନ୍ତି ।

ଇଣ୍ଡିଆନ ଗ୍ୟାସ: ୮୪୫୪୯୫୫୫୫୫
ଭାରତ ଗ୍ୟାସ: ୭୭୧୦୯୮୫୫୫୫୫
ଏଚପି ଗ୍ୟାସ: ୯୪୯୩୬୦ ୨୨୨୨

ଉକ୍ତ ନମ୍ବର ମଧ୍ୟରୁ ଗୋଟିଏ ନମ୍ବର ସେଭ କରି ଆପଣ ଏହାକୁ ମିସ୍ କଲ ଦେଇ ପାରିବେ । କିମ୍ବା ହ୍ୱାଟସଆପରେ ମେସେଜ କରିପାରିବେ । ମେସେଜ କରିବାକୁ ହେଲେ ଆପଣ Book କିମ୍ବା REFILL# ଲେଖି ଉକ୍ତ ନମ୍ବରକୁ ପଠାଇବେ । ପରେ ଏହା ବୁକ ହେବାର ରିଟର୍ଣ୍ଣ ମେସେଜ ମଧ୍ୟ ଆପଣଙ୍କ ପାଖକୁ ଆସିବ । ଗ୍ୟାସ କେଉଁ ସମୟ ମଧ୍ୟରେ ଆସିବ ସେ ସମ୍ପର୍କରେ ମଧ୍ୟ ସମସ୍ତ ସୂଚନା ଦିଆଯିବ । ତେବେ ଏଥିପାଇଁ ଆପଣଙ୍କ ନମ୍ବର ଗ୍ୟାସ ଏଜେନ୍ସିରେ ରେଜିଷ୍ଟ୍ରର ଥିବା ଆବଶ୍ୟକ ।

Leave A Reply

Your email address will not be published.