କମ୍‌ ଟଙ୍କାରେ ଗ୍ୟାସ୍‌ ସିଲିଣ୍ଡର ବୁକିଂ କରିବାକୁ ଚାହୁଁଛନ୍ତି କି, ତେବେ ଡାଉନଲୋଡ୍‌ କରନ୍ତୁ ଏହି ଆପ୍‌

କରୋନା ମହାମାରୀ ଭିତରେ ମହଙ୍ଗା ଲୋକଙ୍କ ଜୀବନକୁ ପ୍ରଭାବିତ କରି ରଖିଛି। ଏହାରି ଭିତରେ ଗ୍ୟାସ ସିଲିଣ୍ଡରର ଦାମ୍‌ ଆକାଶ ଛୁଇଁଛି। କିନ୍ତୁ ଯଦି ଆପଣ ଶସ୍ତା ଦାମରେ ଗ୍ୟାସ ସିଲିଣ୍ଡର କିଣିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ପାଇଁ ଏକ ବଢ଼ିଆ ଅଫର ରହିଛି। ଏହି ଅଫର ଦେଉଛି ଡିଜିଟାଲ ପେମେଣ୍ଟ ସୁବିଧା ଦେଉଥିବା ପକେଟ୍ସ ଆପ୍‌ । ଏହି ଆପ୍‌ ସାହାଯ୍ୟରେ ଯଦି ଆପଣ ଗ୍ୟାସ୍‌ ସିଲିଣ୍ଡର ବୁକିଙ୍ଗ୍‌ କରିବେ ତାହେଲେ ଆପଣଙ୍କୁ କ୍ୟାସବ୍ୟାକ୍‌ ମିଳିଥାଏ।

କେତେ ଟଙ୍କା ମିଳିବ କ୍ୟାସବ୍ୟାକ୍‌

ଯଦି ଆପଣ ପକେଟ୍ସ ଆପ୍‌ ଜରିଆରେ ଗ୍ୟାସ ବୁକିଙ୍ଗ୍‌ କରୁଛନ୍ତି ତାହେଲେ ଆପଣଙ୍କୁ ୧୦ ପ୍ରତିଶତ କ୍ୟାସବ୍ୟାକ (ଅଧିକ ୫୦ ଟଙ୍କା) ମିଳିଥାଏ। ଏହି ଆପକୁ ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ସଂଚାଳିତ କରାଯାଇଥାଏ।

ଏଠାରେ ବି ମିଳିବ ଫାଇଦା

ପକେଟ୍ସ ଆପ୍‌ ଜରିଆରେ ଆପଣ ଗ୍ୟାସ ବୁକିଙ୍ଗ ବ୍ୟତୀତ ଅନ୍ୟ ୨୦୦ ଟଙ୍କା କିମ୍ବା ତାଠାରୁ ଅଧିକ ଟଙ୍କାର ବିଲ ପେ କରନ୍ତି ତାହେଲେ ମଧ୍ୟ ଆପଣଙ୍କୁ କ୍ୟାସବ୍ୟାକ୍‌ ମିଳିବ। ଏହି ଅଫରର ଫାଇଦା ଉଠାଇବା ପାଇଁ କୌଣସି ପ୍ରକାର ପ୍ରମୋକୋଡର ୟୁଜ୍‌ କରିବାକୁ ହେବନାହିଁ।

କେମିତି ମିଳିବ କ୍ୟାସବ୍ୟାକ?

  • ସର୍ବପ୍ରଥମେ ମୋବାଇଲରେ ପକେଟ୍ସ ଓ୍ଵାଲେଟ ଆପକୁ ଡାଉନଲୋଡ୍‌ କରି ଓପନ କରନ୍ତୁ।
  • ଏଠାରେ Recharge and Pay Bills ସେକ୍ସନରେ ପେ ବିଲ୍ସ ଉପରେ କ୍ଲିକ କରନ୍ତୁ।
  • ଏବେ ଆପଣଙ୍କୁ Choose Billersରେ more ଅପସନ୍‌ ଦେଖାଯିବ। ଏହା ଉପରେ କ୍ଲିକ କରନ୍ତୁ।
  • ପରେ ଆପଣଙ୍କୁ ଏଲପିଜିର ଅପସନ୍‌ ଦେଖାଯିବ। ଏଠାରେ ସର୍ଭିସ ପ୍ରୋଭାଇଡର ଉପରେ କ୍ଳିକ କରନ୍ତୁ।
  • ଏହାପରେ ନିଜର ମୋବାଇଲ ନମ୍ବର ଏଣ୍ଟର କରନ୍ତୁ। ବୁକିଂ ଆମାଉଣ୍ଟ ରେ ପେମେଣ୍ଟ କରନ୍ତୁ।
  • ଟ୍ରାଞ୍ଜେକସନ୍‌ ପରେ ୧୦% ମାନେ ୫୦ଟଙ୍କା କ୍ୟାସବ୍ୟାକ ମିଳିଯିବ। ଏଥିପାଇଁ ଏକ ରିଭାଇଡର୍ସ ଆସିବ।
  • ଏହାକୁ ଓପନ କରିବା ପରେ କ୍ୟାସବ୍ୟାକ ଆପଣଙ୍କ ଆକାଉଣ୍ଟକୁ କ୍ରେଡିଟ ହୋଇଯିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.