ଯଦି ଆପଣ ଗାଡି ପ୍ରିୟ ଅଟନ୍ତି ତେବେ ତାହାର ଯତ୍ନ ନେବାକୁ ମଧ୍ୟ ଭଲପାଉଥିବେ। ନିଜ ଗାଡିର ଯତ୍ନ ନେବାକୁ ଚାହୁଁଥିଲେ ଏବେ ଆଉ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ ନାହିଁ। ବେଶୀ ଖର୍ଚ୍ଚ ମଧ୍ୟ କରିବାକୁ ପଡ଼ିବନାହିଁ ।ଆମେ ଆପଣଙ୍କୁ ଆଜି ଏମିତି ଏକ ସିକ୍ରେଟ ସେୟାର କରିବାକୁ ଯାଉଛୁ ଯେଉଁଥିରେ ଆପଣଙ୍କ ଗାଡିର ଆୟୂଷ ବୃଦ୍ଧି ହୋଇଯିବ। ଏଥିପାଇଁ ଆପଣଙ୍କୁ କିଛି ସାଧାରଣ ଟିପ୍ସ ମାନିବାକୁ ପଡିବ।
ଆପଣ ନୂଆ ଗାଡି କିଣିଛନ୍ତି ? ତେବେ ତାର ଠିକ ଭାବେ ଯତ୍ନ ମଧ୍ୟ ନେବାକୁ ଚାହୁଁଥିବେ। ବହୁତ ଜଣକ ଗାଡି ଏମିତି ଅଛି ଯାହା ଖୁବ ଜଲ୍ଦି ଖରାପ ହୋଇଯାଏ । ସର୍ଭିସିଂ ମାଗିଥାଏ। ଏଥିପାଇଁ ଖର୍ଚ୍ଚ ମଧ୍ୟ ଅଧିକ ହୋଇଥାଏ। ଲମ୍ବା ସମୟ ପର୍ଯ୍ୟନ୍ତ ଏହି ଖର୍ଚ୍ଚ ଲାଗିରହିଥାଏ। ଏଥିରୁ ଦୁରେଇ ରହିବା ପାଇଁ କିଛି ଟିପ୍ସ ରହିଛି, ଚାଲନ୍ତୁ ସେ ସମ୍ପର୍କରେ ଜାଣିବା ..
ମଜବୁତ ଇଞ୍ଜିନ
କାରରେ ସବୁବେଳେ ଭଲ କ୍ୱାଲିଟିର ଇଞ୍ଜିନ୍ ଅଏଲ ବ୍ୟବହାର କରିବା ଉଚିତ ( ଇଞ୍ଜିନ ଅଏଲ ଭଲ କ୍ବାଲିଟିର ହେଲେ ଗାଡି ବେଶୀ ଖରାପ ହେବ ନାହିଁ) । ଯଦି ଏହା ବେଶୀ ବାଟ ଯାଉଛି ତାହେଲେ ଏଥିରେ ସିନ୍ଥେଟିକ ଅଏଲ ପକାଇପାରିବେ। ଯଦି କମ୍ ବାଟ ଯାଉଛି ତାହେଲେ ଅଥୋରାଇଜଡ଼ ସେଣ୍ଟରରୁ ମିନେରାଲ ଅଏଲ ପକାଇବା ଉଚିତ। ଇଞ୍ଜିନ ମଜବୁତ ପାଇଁ ଗିଅର ଓ ଏକ୍ସିଲେରେସନ ମଧ୍ୟରେ ବାଲାନ୍ସ ରହିବା ଦରକାର ।
କ୍ଲଚ ପ୍ରତି ଧ୍ୟାନ ଦିଅନ୍ତୁ
ଯଦି ଆପଣ ପାହାଡ ଇଲାକାରେ ଡ୍ରାଇଭ କରୁଛନ୍ତି ତାହେଲେ ଆପଣ କାରକୁ ନ୍ୟୁଟ୍ରାଲରେ ରଖି ହ୍ୟାଣ୍ଡ ବ୍ରେକ ଲଗାନ୍ତୁ। କ୍ଲଚ ଉପରେ ବେଶି ପ୍ରେସର ପକାନ୍ତୁ ନାହିଁ।
ହ୍ୟାଣ୍ଡ ବ୍ରେକ:
ଯଦି ଆପଣ ଗାଡିକୁ ବର୍ଷାରେ ବେଶି ସମୟ ଧରି ବାହାରେ ରଖୁଛନ୍ତି , ତାହେଲେ ହ୍ୟାଣ୍ଡ ବ୍ରେକ ଲଗାନ୍ତୁ ନାହିଁ। ଏହାଦ୍ୱାରା ଗାଡି ଜାମ ହୋଇଯାଏ। ପାର୍କିଂ କରିବା ସମୟରେ ପାର୍କିଂ ବ୍ରେକ ବ୍ୟବହାର କରନ୍ତୁ। ତା’ସହ ହ୍ୟାଣ୍ଡ ବ୍ରେକ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ।
ଟାୟର୍ସ ପ୍ରତି ଧ୍ୟାନ:
କିଛି ଲୋକ ଗାଡିର ଟାୟର୍ସ ପ୍ରତି ଧ୍ୟାନ ଦେଇନଥାନ୍ତି। ଯାଦ୍ବାରା ଏହା ବହୁତ ଜଲ୍ଦି ଖରାପ ହୋଇଯାଏ। ତେଣୁ ଏଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ହେବ । ଏହା ବ୍ୟତୀତ ୧୦ହଜାର କିଲୋମିଟର ପାଇଁ ଟାୟାର ଆଲାଇନମେଣ୍ଟ ଓ ରୋଟେସନ ପ୍ରତି ନଜର ଦେବା ଆବଶ୍ୟକ।
କାର ପ୍ରତି ଧ୍ୟାନ: କାର ପାର୍ଟସ ସହିତ ଏହାର ଶରୀରକୁ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ଏହାକୁ ନଜର ଅନ୍ଦାଜ୍ କଲେ ଏଥିରେ କଳଙ୍କି ଲାଗିବାର ସମ୍ଭାବନା ଥାଏ। ଏଥିପାଇଁ ଗାଡିକୁ ସଫା କରିବା ଉଚିତ। ଏହାର ସୁରକ୍ଷା ପାଇଁ ମାଇକ୍ରୋ ଫାଇବର କ୍ଲଥ ଦ୍ୱାରା ଏହାକୁ ସଫା କରିବା ଉଚିତ।