Whatsappରେ ଚୁଟ୍‌କିରେ ବନାନ୍ତୁ ନିଜ ଫଟୋର Sticker, ବହୁତ ସହଜ ଏହି ଟ୍ରିକ୍‌

ହ୍ଵାଟସ୍‌ଆପ ଷ୍ଟିକରର ବ୍ୟବହାର ବହୁଳ ମାତ୍ରାରେ କରାଯାଉଛି। ୟୁଜରମାନେ ଯେଉଁଠି ଟାଇପ୍‌ କରିବାକୁ ଆବଶ୍ୟକ ମନେ କରୁନାହାନ୍ତି, ସେଠି ଷ୍ଟିକର ପଠାଇ ଦେଉଛନ୍ତି। ଖାସ୍‌ କଥା ହେଉଛି କି, ଆପଣ ହ୍ଵାଟସ୍‌ଆପରେ ନିଜ ଫଟୋ ଥିବା ଷ୍ଟିକର ମଧ୍ୟ ଯୋଡ଼ି ପାରିବେ, ଆଉ ଏହା ବି ଖୁବ୍‌ କମ୍‌ ସମୟ ଭିତରେ। ଏଥିପାଇଁ ଆପଣଙ୍କୁ କମ୍ପ୍ୟୁଟରର କୌଣସି ଆବଶ୍ୟକ ପଡ଼ିବ ନାହିଁ। ମୋବାଇଲରେ ହିଁ ଏହି କାମ ସହଜରେ ହୋଇପାରିବ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଆପଣ କେମିତି ନିଜ ଚେହେରାର ଷ୍ଟିକର ବନାଇ ତାହାକୁ ଲୋକଙ୍କୁ ପଠାଇ ପାରିବେ।

ହ୍ଵାଟସ୍‌ଆପକୁ କରନ୍ତୁ ଅପଡେଟ୍‌

ପ୍ରଥମେ ନିଜ ହ୍ଵାଟସ୍‌ଆପକୁ ଅପଡେଟ୍‌ କରନ୍ତୁ। କାହିଁକିନା, ଅପଡେଟ୍‌ ହେବା ପରେ ହିଁ ଆପଣଙ୍କୁ ଏହି ଫାଇଦା ମିଳିପାରିବ ଏବଂ ଏହାପରେ ଆପଣ ନିଜ ଚେହେରାର ଷ୍ଟିକର ଅପଲୋଡ୍‌ କରି କାହାକୁ ପଠାଇ ପାରିବେ।

ଷ୍ଟିକର ବନାଇବା ପାଇଁ ଆପଣଙ୍କୁ ଦୁଇଟି ଆପ୍ସ ଡାଉନଲୋଡ୍‌ କରିବାକୁ ହେବ। ପ୍ରଥମଟି ବ୍ୟାକଗ୍ରାଉଣ୍ଡ ଇରେଜର ଏବଂ ଦ୍ୱିତୀୟଟି ପର୍ସନାଲ ଷ୍ଟିକର ଅଫ୍‌ ହ୍ଵାଟସ୍‌ଆପ। ପ୍ରଥମେ ଆପଣ ବ୍ୟାକଗ୍ରାଉଣ୍ଡ ଇରେଜର ଆପକୁ ଓପନ କରନ୍ତୁ। ଆପଣଙ୍କୁ ଗୋଟିଏ ଥରରେ ୩ ଫଟୋ ସିଲେକ୍ଟ କରିବାକୁ ହେବ। ନଚେତ୍‌ ଗୋଟିଏ ଗୋଟିଏ ଫଟୋକୁ ବି ସିଲେକ୍ଟ କରିପାରିବେ। ଫଟୋ ସିଲେକ୍ଟ କରିବା ପରେ ଏହାର ପଛପଟ ଅଂଶକୁ ଇରେଜ କରି ଦିଅନ୍ତୁ। ୩ ଫଟୋକୁ ଇରେଜ କରିବା ପରେ ଏହାକୁ ସେଭ୍‌ କରି ଦିଅନ୍ତୁ।

ଏହାପରେ ଆପଣ ପର୍ସନାଲ ଷ୍ଟିକର ଅଫ୍‌ ହ୍ଵାଟସ୍‌ଆପ ଆପ୍‌କୁ ଓପନ କରନ୍ତୁ। ଆପ୍‌ ଓପନ କରୁ କରୁ ଆପଣଙ୍କୁ ଏକ ପ୍ଲସ୍‌ ସାଇନ ନଜର ଆସିବ। ସେଠାରେ ଆପଣଙ୍କୁ ୩ ଫଟୋକୁ ଅପଲୋଡ୍‌ କରି ଦେବାକୁ ହେବ। ଅପଲୋଡ୍‌ କରିବା ପରେ ଆଡ୍‌ ବଟନ ଉପରେ କ୍ଲିକ୍‌ କରି ଦିଅନ୍ତୁ। ଏହାପରେ ଆପଣଙ୍କୁ ଷ୍ଟିକର ବକ୍ସରେ ମଧ୍ୟ ଫଟୋ ନଜର ଆସିବ। ଏବେ ଆପଣ କାହାକୁ ହ୍ଵାଟସ୍‌ଆପରେ ଆପଣଙ୍କ ଷ୍ଟିକର ପଠାଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.