ଷ୍ଟାର୍ଟଅପ୍‌ କୁ ରନ୍‌ କରାଇବା ପାଇଁ ଖୁବ ଶୀଘ୍ର କେନ୍ଦ୍ର ସରକାର ଲଞ୍ଚ କରିବେ Marg Portal, ମିଳିବ ବହୁତ ସୁବିଧା

ଷ୍ଟାର୍ଟଅପ୍‌ ରନ୍‌ କରୁଥିବା ଲୋକଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସି ଖବର। କେନ୍ଦ୍ର ସରକାର ଷ୍ଟାର୍ଟଅପ୍‌ କମ୍ପାନୀକୁ ଧ୍ୟାନରେ ରଖି ବହୁତ ବଡ଼ ସହଯୋଗର ହାତ ବଢ଼ାଇବାକୁ ଯାଉଛନ୍ତି। କେନ୍ଦ୍ର ବାଣିଜ୍ୟ ଉଦ୍ୟୋଗ ମନ୍ତ୍ରୀ ପିୟୁଷ ଗୋଏଲ ଏକ ପୋର୍ଟାଲ ଖୋଲିବାକୁ ଯାଉଛନ୍ତି। ମନ୍ତ୍ରାଳୟ ତରଫରୁ ଏହା କୁହାଯାଇଛି ଯେ ଏହା ବିଭିନ୍ନ କ୍ଷେତ୍ରରେ ଥିବା ଷ୍ଟାର୍ଟଅପ୍‌ ସମ୍ପର୍କରେ ଲୋକଙ୍କୁ ମାର୍ଗଦର୍ଶନ କରାଇବ। ଏକ ଭଲ ଉପାୟ ଆପଣ ଏଥିରେ ପାଇପାରିବେ।

ମୋଦି ସରକାରଙ୍କ ତରଫରୁ ସବୁବେଳେ ଷ୍ଟାର୍ଟଅପ୍‌ କୁ ପ୍ରୋତ୍ସାହନ ଦିଆଯାଉଥିବା ବେଳେ ଏବେ ଏହାର ଡିମାଣ୍ଡ ବଢ଼ିଚାଲିଛି। ଡିମାଣ୍ଡ ତଥା ଲୋକପ୍ରିୟତା ବଢ଼ିବା କାରଣରୁ ଏହାକୁ ଅଧିକ ମାତ୍ରାରେ ଲୋକଙ୍କୁ ଅବଗତ କରାଇବା ପାଇଁ ଭିନ୍ନ ଭିନ୍ନ ଷ୍ଟେପ ନିଆଯାଉଛି। ଆପଣ ଦେଖିଥିବେ ନିଜର ଲକ୍ଷ୍ୟକୁ ପାଇବା ପାଇଁ ଅନେକ ଜଣ କମ୍ପ୍ରମାଇଜ କରନ୍ତି। ନିଜେ ବ୍ୟବସାୟ କରିବାକୁ ଚାହୁଁଥିଲେ ବି କରିପାରନ୍ତି ନାହିଁ। ତେବେ ବିଜନେସ ପାଇଁ ସେତିତି ଜ୍ଞାନ ରହିବା ଏବଂ ତାହାକୁ କାମରେ କରିକି ଦେଖାଇବ ବହୁତ କଷ୍ଟ। ସେମିତିରେ ଲୋକଙ୍କୁ ଏହି ଦିଗରେ ଆକୃଷ୍ଟ କରିବା ପାଇଁ ଏବେ ଆପଣ ହିନ୍ଦୀ ଚ୍ୟାନେଲ ରେ ସାର୍କ ଟ୍ୟାଙ୍କ ଇଣ୍ଡିଆ ପ୍ରୋଗାମ ଦେଖି ଜାଣିପାରୁଥିବେ। ଏଠାରେ ମଧ୍ୟ ଅନେକ କମ୍ପାନୀ ନିଜ ବିଜନେସ୍‌ କୁ ଆହୁରି ସଫଳ କରିବା ପାଇଁ ଇନଭେଷ୍ଟର୍ସଙ୍କ ପାଖକୁ ଆସିଥାନ୍ତି। ଏହି ଇନଭେଷ୍ଟର୍ସ ଜର୍ଜଙ୍କ ର ମଧ୍ୟ ନାମୀଦାମୀ ବ୍ରାଣ୍ଡ ରହିଛି। ମେକଅପ୍‌ ପ୍ରଡକ୍ଟ ସୁଗାର କମ୍ପାନୀ ଠୁ ଆରମ୍ଭ କରି ଡିଜିଟାଲ ପେ ଏବଂ ଲେନ୍ସକାର୍ଟ ମୁଖ୍ୟ ଆଦି ଏଏଠାରେ ଅଛନ୍ତି। ତେବେ ଏହାକୁ ଆହୁରି ସହଜ ସୁବିଧା କରିବା ପାଇଁ ପ୍ରକୃତରେ ଏହି ଷ୍ଟାଟଅର୍ପ କଣ ଏହାକୁ ନେଇ ଅନ୍ୟାନ୍ୟ ପ୍ରଶ୍ନ ଓ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସରକାର ଏକ ନୂଆ ଆପ୍‌ ବାହାର କରିଛନ୍ତି। ଏହାର ନାମ ମାର୍ଗ ପୋର୍ଟାଲ ।

ଷ୍ଟାର୍ଟଅପକୁ କେନ୍ଦ୍ର ସରକାର ପ୍ରାଧାନ୍ୟ ଦେଉଥିବା ବେଳେ ଏନେଇ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଷ୍ଟାଟଅପ ବିଷୟରେ ଓ ଏହା ଆରମ୍ଭ କରୁଥିବା ବ୍ୟକ୍ତିବିଶେଷଙ୍କ ଉପରେ ସବିଶେଷ ତଥ୍ୟ ଜାଣିବା ପାଇଁ କେନ୍ଦ୍ର ସରକାର ଏକ ପୋର୍ଟାଲ ଲଞ୍ଚ କରିବାକୁ ଯାଉଛନ୍ତି । ସେଥିପାଇଁ କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ଆସନ୍ତା ଜୁନ ୧୬ ତାରିଖରେ ମେଣ୍ଟରଶିପ, ଆଡଭାଇଜରୀ, ଆସିଷ୍ଟାନ୍ସ, ରେସିଲିଏନ୍ସ ଓ ଗ୍ରୋଥ ମାର୍ଗ ପୋର୍ଟାଲ ଲଞ୍ଚ କରିବାକୁ ଯାଉଛି ।

ଆସନ୍ତା ୧୬ ତାରିଖରେ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ ଏହି ପୋର୍ଟାଲର ଉଦଘାଟନ କରିବେ । ଏହି ପୋର୍ଟାଲ ମାଧ୍ୟମରେ ବିଭିନ୍ନ କ୍ଷେତ୍ରର ଷ୍ଟାଟଅପ ଓ ଉଦ୍ୟୋଗ ମଧ୍ୟରେ ମାର୍ଗଦର୍ଶନ ଉପଲବ୍ଧ କରାଯିବ । ଏଥିସହିତ ବିଭାଗ ପକ୍ଷରୁ ଷ୍ଟାର୍ଟଅପ ଧାରୀଙ୍କ ସହିତ ସିଧାସଳଖ ସମ୍ପର୍କ ସ୍ଥାପନ କରାଯିବା ସହିତ ବିଭିନ୍ନ ସମସ୍ୟାର ସମାଧାନ କରାଯିବ ।

ତେବେ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ପଦକ୍ଷେପ ନିଶ୍ଚିତ ଭାବେ ସମସ୍ତ ଷ୍ଟାଟଅପ ଧାରୀଙ୍କ ହିତସାଧନ କରିବ । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଷ୍ଟାଟଅପକୁ ଅଧିକ ପ୍ରୋତ୍ସାହନ ଦେଉଥିବା ବେଳେ ଏହି ପଦକ୍ଷେପ ଦ୍ୱାରା ଦେଶର ବିକାଶ ସାଧିତ ହୋଇପାରିବ । ତେବେ ଏହି ଉଦଘାଟନ ଅବସରରେ କେନ୍ଦ୍ର ସରକାରଙ୍କ ତରଫରୁ କିଛି ଷ୍ଟାଟଅପ ଓ ଉଦ୍ୟୋଗକୁ ପୁରସ୍କୃତ କରାଯିବ । ଯେଉଁ ସଂସ୍ଥାଗୁଡ଼ିକ ବିନା ଅର୍ଥ ରୋଜଗାରେ ସମାଜ ଉପରେ ପ୍ରଭାବ ପକାଉଥିବେ ଓ ଅସାଧାରଣ କ୍ଷମତା ପ୍ରଦର୍ଶନ କରୁଥିବେ, ସେମାନଙ୍କୁ ସେଥିପାଇଁ ଚୟନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.