ଆମାଜନରେ OnePlus 12 ଫୋନରେ ଭାରି ଡିସକାଉଣ୍ଟ ଅଫର ଦିଆଯାଉଛି । ଇ-କମର୍ସ ୱେବସାଇଟରେ ଏହି ଡିଭାଇସ୍ କିଣିଲେ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ କାର୍ଡରେ ୭,୦୦୦ ଟଙ୍କା ଡିସକାଉଣ୍ଟ ମିଳିବ । OnePlus 12 ର ରିଏଲ ପ୍ରାଇସ୍ ଅନୁସାରେ ଏହା ୬୪,୯୯୯ ଟଙ୍କାରେ ବିକ୍ରି ହେଉଛି । ବ୍ୟାଙ୍କ ଅଫର ଦ୍ୱାରା ଆପଣ ଏହି ହ୍ୟାଣ୍ଡସେଟକୁ ୫୭,୯୯୯ ଟଙ୍କାରେ ଏହି ଫୋନ କିଣି ପାରିବେ । ତେବେ ଆସନ୍ତୁ ଡିଟେଲ୍ସରେ ଏହି ଫୋନ ବିଷୟରେ ଜାଣିବା ।
ଏଥିରେ ଆଉ ଏକ ଭଲ ଡିଲ୍ ହେଉଛି, ଯେଉଁମାନେ ଆମାଜନର ଏକ୍ସଚେଞ୍ଜ୍ ଅଫର । ୟୁଜରମାନେ ଏକ୍ସଚେଞ୍ଜ ଅଫରର ଲାଭ ଉଠାଇ OnePlus 12 କୁ ବହୁତ କମ୍ ଦାମରେ କିଣି ପାରିବେ । ଏକ୍ସଚେଞ୍ଜ ଅଫର ଅନୁଯାୟୀ ୨୬,୦୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ଦିଆଯାଉଛି । କିନ୍ତୁ ମନେରଖନ୍ତୁ ଫୋନର ଅବସ୍ଥାକୁ ନେଇ ଡିସକାଉଣ୍ଟ ମିଳିବ ।
OnePlus 12 ଫୋନରେ ୬.୮୨ ଇଞ୍ଚର QHD + 2K OLED ଡିସପ୍ଲେ ଅଛି, ଯେଉଁଥିରେ ୧୨୦ Hzର ରିଫ୍ରେସ୍ ରେଟ୍ ଅଛି । ଏଥିରେ ଏକ LTPO ଡିସପ୍ଲେ ଅଛି, ଏବଂ ୧ Hz ରୁ ୧୨୦ Hz ରିଫ୍ରେସ୍ ରେଟକୁ ସପୋର୍ଟ କରେ । ସ୍କ୍ରିନରେ ଥିବା କଣ୍ଟେଣ୍ଟ ଉପରେ ଆଧାର କରି ଏହା ଅଟୋମେଟିକାଲି ଆଡଜଷ୍ଟ ହେବ ।
OnePlus 12 କ୍ୱାଲକମ୍ ର ନୂଆ ସ୍ନାପଡ୍ରାଗନ୍ ୮ ଜେନ ୩ ଚିପସେଟ ଦ୍ୱାରା ଚାଲିଥାଏ । ସ୍ପିଡ୍ ପାଇଁ ଏଥିରେ ଲାଟେଷ୍ଟ LPDDR5X RAM ଏବଂ UFS 4.0 ଷ୍ଟୋରେଜ୍ ସଲ୍ୟୁସନ୍ ରହିଛି । ଫଟୋଗ୍ରାଫି ପାଇଁ ଏକ ଟ୍ରିପଲ୍ କ୍ୟାମେରା ସିଷ୍ଟମ୍ ଅଛି । ଏଥିରେ ୫୦ ମେଗାପିକ୍ସେଲ LYT808 ସୋନି ସେନ୍ସର, ୬୪ ମେଗାପିକ୍ସେଲ OV64B ସେନ୍ସର 3x ପେରିସ୍କୋପ ଟେଲିଫୋଟୋ କ୍ୟାମେରା ଅଛି । ଏହା ସହିତ ଏକ ତୃତୀୟ କ୍ୟାମେରା ମଧ୍ୟ ଅଛି – ଯେଉଁଥିରେ ୪୮ମେଗାପିକ୍ସେଲ IMX581 ଅଲ୍ଟ୍ରା-ୱାଇଡ୍ କ୍ୟାମେରା ରହିଛି । କ୍ୟାମେରା ସେଟଅପ୍ ୱାନପ୍ଲସ୍ ଓପନ୍ ସ୍ମାର୍ଟଫୋନ୍ ସହିତ ସମାନ ।