ଲଞ୍ଚ୍‌ ହେଲା ଭାରତର ପ୍ରଥମ ଗିୟର ଇଲେକଟ୍ରିକ ବାଇକ୍‌, ଫୁଲ୍‌ ଚାର୍ଜରେ ଚାଲିବ ୧୫୦ କିମି

ଭାରତରେ ନିଜର ପ୍ରଥମ ବାଇକୁ ଲଞ୍ଚ୍‌ କରିଛି Matter Energy। ଖାସ୍‌ କଥା ହେଉଛି ଯେ ଏହା ଭାରତର ପ୍ରଥମ ଇଲେକଟ୍ରିକ ବାଇକ, ଯାହା ଗିୟର୍ସ ସହିତ ଆସୁଛି। ଆଉ ଏହା ପୂର୍ବରୁ କୌଣସି ବି ବ୍ରାଣ୍ଡ ତରଫରୁ ଏମିତି ବାଇକ୍‌ ଦେଖିବାକୁ ମିଳିନାହିଁ।

ଦେଶର ଇଲେକଟ୍ରିକ ବାଇକ୍ସର ନୂଆ ନୂଆ ମଡେଲ ଏବେ ଲଞ୍ଚ୍‌ ହେବାକୁ ଲାଗିଲାଣି। ଏହି ରେସରେ ଭାରତରେ ନିଜର ପ୍ରଥମ ବାଇକକୁ ଲଞ୍ଚ୍‌ କରିଛି,ଯାହା ଗିୟର ସହିତ ଆସୁଛି। କମ୍ପାନୀ ଏହି ବାଇକର ବୁକିଙ୍ଗ ଓ ଡେଲିଭରୀ ଆସନ୍ତା ବର୍ଷ ଆରମ୍ଭ କରିବ। ଏହି ବାଇକର ଡିଜାଇନ ବହୁତ ସ୍ପୋର୍ଟି, ଯାହାକୁ ପ୍ରଥମ ନଜରରେ ଦେଖିଲେ ଜମା ବି ଲାଗିବନି ଯେ ଏହା ଏକ ଇଲେକଟ୍ରିକ ବାଇକ୍‌ ବୋଲି।

ରେଞ୍ଜ୍‌ ଏବଂ ପାଓ୍ଵାର

ମଟର ଏନର୍ଜୀ ଇଲେକଟ୍ରିକ ବାଇକରେ ଲିକ୍ୱିଡ-କୁଲଡ, ମେଡ ମାଉଣ୍ଟେଡ ମୋଟର ଦିଆଯାଇଛି। ଏହାକୁ ଲିକ୍ୱିଡ-କୁଲଡ 5kWh ବ୍ୟାଟେରୀ ସହ ଲେସ୍‌ କରାଯାଇଛି ଏବଂ କ୍ଲଚ୍‌ ସହିତ ସ୍ପିଡ୍‌ ମାନୁଆଲ ଗିୟରବକ୍ସର ସୁବିଧା ମିଳିଥାଏ। ଏହି ବାଇକ୍‌ 14hp ପାଓ୍ଵାର ଏବଂ 520Nm ଟର୍କ ଜେନେରେଟ୍‌ କରିଥାଏ। ଫୁଲ ଚାର୍ଜ କରିବା ଦ୍ୱାରା ଏହି ବାଇକ ୧୫୦ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ଦେଇଥାଏ ବୋଲି କମ୍ପାନୀ ଦାବି କରିଛି।

ସେଫ୍ଟି ଫିଚର୍ସ

ସେଫ୍ଟି ପାଇଁ ଏହି ବାଇକରେ ଆଣ୍ଟି ଲକ୍‌ ବ୍ରେକିଙ୍ଗ ସିଷ୍ଟମ ବା ଏବିଏସ ଡିସ୍କ ବ୍ରେକ, ଓ୍ଵାଇଡ ଟାୟର୍ସ ଏମିତି ଫିଚର୍ସ ରହିଛି। ଏଥିରେ ଫୁଲ-ଏଲଇଡି, ଲାଇଟିଙ୍ଗ, କି-ଲେସ ଅପରେସନ, ଲିକ୍ୱିଡ-କୁଲଡ ବ୍ୟାଟେରୀ, ୟୁଏସବି ପୋର୍ଟ, ଫକ୍ସ ଟ୍ୟାଙ୍କ ତଳେ ୫.୦ ଲିଟର ଷ୍ଟୋରେଜ ଏବଂ ସ୍ପିଲଟ-ଷ୍ଟାଇଲ ସିଟ୍ସ ଭଳି ଫିଚର୍ସ ମଧ୍ୟ ମିଳିଥାଏ। ଏହାବ୍ୟତୀତ ୭.୦ ଇଞ୍ଚର ଟଚସ୍କ୍ରିପ ଏଲସିଡି ଇନଷ୍ଟମେଣ୍ଟ ମଧ୍ୟ ମିଳିଥାଏ, ଯାହା ଅନେକ ଫିଚର୍ସ ସହ ଲେସ ରହିଛି। ବାଇକର ଆଗ ଆଡକୁ ଟେଲିସ୍କୋପିକ ଫୋର୍କ୍ସ ଏବଂ ପଛ ଆଡକୁ ଡୁଆଲ ଗ୍ୟାସ ଚାର୍ଜ ସକ୍‌ ଅବଜର୍ବର ମହଜୁଦ ରହିଛି।

ଦାମ୍‌ ଏବଂ ଡେଲିଭରୀ

କୁହାଯାଉଛି ଯେ ମଟର ଏନର୍ଜୀ ଇଲେକଟ୍ରିକ ବାଇକର ଦାମ୍‌ ପ୍ରାୟ ୧.୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇପାରେ। ଏହି ମଡେଲର ଡେଲିଭରୀ ଏପ୍ରିଲ ୨୦୨୩ରେ ଆରମ୍ଭ ହେବ। ଏହି ବାଇକ୍‌ ତିନିଟି ଭେରିୟଣ୍ଟସରେ ଉପଲବ୍ଧ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.