ଲଞ୍ଚ ହେଲା MediaTek Dimensity 9400 ପ୍ରୋସେସର, ଜାଣନ୍ତୁ ଏହାର ଦମଦାର ଫିଚର୍ସ

MediaTek ଏହାର ନୂଆ ଫ୍ଲାଗସିପ୍‌-ଟିୟର ସ୍ମାର୍ଟଫୋନ୍‌ ପ୍ରୋସେସର MediaTek Dimensity 9400 କୁ ଲଞ୍ଚ କରିଛି । କମ୍ପାନୀ ଦାବି କରିଛି ଯେ ନୂଆ ସିଷ୍ଟମ୍‌ ଅନ୍‌-ଚିପ୍‌ (SoC) ପୂର୍ବ ଚିପ୍‌ ତୁଳନାରେ ସିଙ୍ଗଲ କୋରରେ ୩୫% ତୀବ୍ର ପ୍ରଦର୍ଶନ ପ୍ରଦାନ କରିଛି । MediaTek Dimensity 9400 ପ୍ରୋସେସର ସ୍ନାପଡ୍ରାଗନ 8 ଚିପସେଟ୍‌ ଏବଂ Apple A18 ସିରିଜ୍‌ ଚିପେ୍ସଟ୍‌ ସହିତ ସିଧାସଳଖ ଭାବରେ ପ୍ରତିଦ୍ୱନ୍ଦିତା କରେ । ଆସନ୍ତୁ ଜାଣିବା ଏହାର ଫିଚର୍ସ..

MediaTek Dimensity 9400 ଫିଚର୍ସ :
ଏକ ପ୍ରେସ ରିଲିଜରେ ଏହି ଟେକ୍‌ ଏକ୍ସପର୍ଟ ଏକ ନୂଆ ମୋବାଇଲ ପ୍ଲାଟଫର୍ମକୁ ଲଞ୍ଚ କରିଛି । MediaTek Dimensity 9400 ଚିପସେଟ୍‌ ହେଉଛି ଚତୁର୍ଥ ଜେନେରେସନ୍‌ ର ଫ୍ଲାଗସିପ୍‌ ପ୍ରୋସେସର ଯାହା Arm’s v9.2 CPU ଆର୍କିଟେକ୍ଚର ସହିତ ଜିପିୟୁ, ନ୍ୟୁରାଲ ପ୍ରୋସେସିଙ୍ଗ ୟୁନିଟ୍‌ ଆର୍କିଟେକ୍ଚର (NPU) ସହିତ ତିଆରି କରାଯାଇଛି । ବିଶେଷ କରି ଏହା TSMC ର ସେକେଣ୍ଡ ଜେନେରେସନ୍‌ରେ ୩nm ଫେବ୍ରିକେସନ୍‌ ପ୍ରୋସେସ୍‌ ସହିତ କରାଯାଉଛି ।

ସବୁଠାରୁ ବଡ କୋର ଡିଜାଇନ୍‌ରେ ଜାରି କରି ଏଥିରେ ଗୋଟିଏ Cortex-X925 କୋର୍‌, ୩ଟି Cortex-X4, ଏବଂ ସର୍ବାଧିକ କ୍ଳକ୍ ସ୍ପିଡ୍ ୩.୬୨GHz ସହିତ ଚାରୋଟି Cortex-A720 କୋର ରହିଛି । କମ୍ପାନୀ ଦାବି କରିଛି ଯେ Dimensity 9400 ତୁଳନାରେ CPU ଆର୍କିଟେକ୍ଚର ଡାଇମେନସିଟି ୯୩୦୦ର ମୁକାବିଲାରେ ୩୫% ତୀବ୍ର ସିଙ୍ଗଲ କୋର ପରଫରମାନ୍ସ ଏବଂ ୨୮% ତୀବ୍ର ମଲ୍ଟି-କୋର ପରଫରମାନ୍ସ ପ୍ରଦାନ କରିଛି । ଏହାର ପୂର୍ବ ପ୍ରୋସେସର ମୁକାବିଲାରେ ୪୦% ଅଧିକ ପାଓ୍ୱାର୍‌ ଏଫିସିଏନ୍ସି ପ୍ରଦାନ କରାଯାଇଛି ।

MediaTek Dimensity 9400 ଚିପସେଟ କମ୍ପାନୀର ଅଷ୍ଟମ ଜେନେରେସନ୍‌ର NPU କୁ ମଧ୍ୟ ଇଣ୍ଟିଗ୍ରେଟେଡ୍‌ କରିଥାଏ ଏବଂ ଅନ୍‌-ଡିଭାଇସ୍‌ LoRa ଟ୍ରେନିଙ୍ଗ୍‌, ଅନ୍‌-ଡିଭାଇସ୍‌ ଭିଡିଓ ଜେନେରେସନ୍‌ କ୍ୟାପାବିଲିଟି ଏବଂ ଏଜେଣ୍ଟିକ୍‌ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ପାଇଁ ଡେଭଲପର୍ ସପୋର୍ଟ ପ୍ରଦାନ କରିଥାଏ । କମ୍ପାନୀ ଦାବି କରିଛି ଯେ, ପୂର୍ବ ଜେନେରେସନ୍‌ ତୁଳନାରେ ୩୫% ଅଧିକ ପାଓ୍ୱାର ଏଫିସିଏନ୍ସି ବଜାୟ ରଖିଥିବାବେଳେ SoC ୮୦% ତୀବ୍ର ବଡ଼ ଲାଙ୍ଗୁଏଜ ମଡେଲ (LLM) କ୍ୱିକ୍‌ ପରଫରମାନ୍ସ ପ୍ରଦାନ କରିପାରିବ ।

ଯେଉଁଠାରେ GPU ବିଷୟରେ କହିଲେ ମୋବାଇଲ ପ୍ଲାଟଫର୍ମ ୧୨-କୋର ଆର୍ମ ଇମଟାର୍ଲିସ୍‌- G925 ସହିତ ଇଣ୍ଟଗ୍ରେଟେଡ୍‌ ହୋଇଛି, ଯାହାକି ଏହାର ପୂର୍ବ ପ୍ରୋସେସର ତୁଳନାରେ ୪୦% ତୀବ୍ର ରୋଟେସିଙ୍ଗ୍‌ ପରଫରମାନ୍ସ ପ୍ରଦାନ କରିବ ବୋଲି କୁହାଯାଇଛି । ଏହା ବ୍ୟତୀତ MediaTek ଦାବି କରିଛି ଯେ ଏହା ଡାଇମେନସିଟି ୯୩୦୦ ତୁଳନାରେ ୪୧% ପିକ୍‌ ପରଫରମାନ୍ସ ଉନ୍ନତି ଏବଂ ୪୪% ପାଓ୍ୱାର ସେଭିଙ୍ଗ ମଧ୍ୟ ପ୍ରଦାନ କରିଛି । ଚିପ୍‌ସେଟ୍‌ ହାଇପର ଇଞ୍ଜିନ୍‌ ଟେକ୍ନୋଲୋଜିର ମଧ୍ୟ ସପୋର୍ଟ କରିଥାଏ ।

MediaTek Dimensity 9400 ରେ ଅନ-ଡିଭାଇସ୍‌ ଇମେଜ୍‌ ପ୍ରୋସେସିଙ୍ଗ୍‌ ପାଇଁ ଇମେଜିକ୍‌ ୧୦୯୦ ଫିଚର୍ସ ରହିଛି । ଏଥିରେ ସାମାନ୍ୟ କିଛି ପରିବର୍ତ୍ତନ ମଧ୍ୟ କରାଯାଇଛି ଯେପରିକି ଫୁଲ୍ ଜୁମ୍ HDR ଭିଡିଓ ରେକର୍ଡିଙ୍ଗ, ମୁଭିଙ୍ଗ ଅବଜେକ୍ଟିଭସ୍ କ୍ୟାପଚର କରିବାରେ ଉନ୍ନତି ଏବଂ ନିଜ ପୂର୍ବ ପ୍ରୋସେସର ମୁକାବିଲାରେ 4K60 fpsରେ ଭିଡଓ ରେକର୍ଡିଙ୍ଗ ଏବଂ କମ୍ ପାୱାର କନଜ୍ୟୁମ୍ ଇତ୍ୟାଦି ସାମିଲ ରହିଛି ।

You might also like