ଏବେ ହିନ୍ଦୀ ଭାଷାରେ ବ୍ୟବହାର କରିପାରିବେ ମେଟା AI, ମିଳିବ ସବୁ ପ୍ରଶ୍ନର ଉତ୍ତର

ମେଟା AI ବର୍ତ୍ତମାନ ହିନ୍ଦୀରେ ମଧ୍ୟ ଉପଲବ୍ଧ । ଜେନେରେଟିଭ୍ AI ଟୁଲ୍ ନିକଟରେ ୬ ଟି ନୂଆ ଭାଷା ଯୋଡିଛି । ହିନ୍ଦୀ ଭର୍ସନ ବର୍ତ୍ତମାନ ହ୍ଵାଟସ୍ ଆପ୍, ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ଉପଲବ୍ଧ । ଏହି ପ୍ଲାଟଫର୍ମଗୁଡିକରେ ମେଟା AI ପୂର୍ବରୁ ଉପଲବ୍ଧ ରହିଛି । ମେଟା ସିଇଓ ମାର୍କ ଜୁକରବର୍ଗ ଏ ବିଷୟରେ ସୂଚନା ଦେଇଛନ୍ତି । ମାର୍କ ଜୁକରବର୍ଗ କହିଛନ୍ତି ଯେ ଆମର ଲକ୍ଷ୍ୟ ହେଉଛି ଅଧିକ ଦେଶରେ ଭର୍ଚୁଆଲ୍ ଆସିଷ୍ଟାଣ୍ଟର ଦକ୍ଷତା ବୃଦ୍ଧି କରିବା ଏବଂ ୟୁଜରଙ୍କ ଏକ୍ସପେରିଏନ୍ସକୁ ବଢ଼ାଇବା । ତେବେ ଆସନ୍ତୁ ଜାଣିବା ଆପଣ ହ୍ଵାଟ୍ସଆପରେ କେମିତି AI ବ୍ୟବହାର କରିବେ ।
. ଆପଣଙ୍କର ଚାଟ୍ ଲିଷ୍ଟର ସବୁଠାରୁ ଉପରେ ଥିବା ସର୍ଚ୍ଚ ଫିଲ୍ଡରେ ଟ୍ୟାପ୍ କରନ୍ତୁ ।
. ଆସୁଥିବା ପ୍ରମ୍ପ୍ଟକୁ ଟ୍ୟାପ୍ କରନ୍ତୁ କିମ୍ବା ଆପଣଙ୍କର ନିଜର ପ୍ରମ୍ପ୍ଟ ଟାଇପ୍ କରନ୍ତୁ ଏବଂ ତାପରେ ସେଣ୍ଡ ବଟନ୍ ଦବାନ୍ତୁ ।
. ପ୍ରମ୍ପ୍ଟ ଟାଇପ୍ କରିବା ପରେ ଆପଣ ‘ମେଟା AIକୁ ପ୍ରଶ୍ନ ପଚାରିବେ’ । ଏହା ପରେ ସେକ୍ସନରେ ସର୍ଚ୍ଚ ହୋଇଥିବା ପରାମର୍ଶ ଦେଖିବାକୁ ପାଇବେ ।
. ଯଦି ପଚରାଯାଏ ତେବେ ସେବାର ସର୍ତ୍ତକୁ ପଢ଼ନ୍ତୁ ଏବଂ ଗ୍ରହଣ କରନ୍ତୁ ।
. ସର୍ଚ୍ଚ ସହ ଜଡ଼ିତ ପରାମର୍ଶ ଉପରେ ଟ୍ୟାପ୍ କରନ୍ତୁ ।
ମେଟା AI କିପରି କାମ କରେ?
ଯେତେବେଳେ ଆପଣ ସର୍ଚ୍ଚ ବାର୍ ରେ ଟାଇପ୍ କରନ୍ତି, ସେତେବେଳେ ଆପଣଙ୍କ ଚାଟରେ ଉତ୍ତର ଦେଖିବାକୁ ମିଳିବ । ଆପଣ ମେଟା AI କୁ ପ୍ରଶ୍ନ ପଚାରିପାରିବେ । ଆପଣ ଏହାକୁ ଏକ ପ୍ରଶ୍ନ ପଚାରିବା ପର୍ଯ୍ୟନ୍ତ ମେଟା AI ଆପଣଙ୍କ ମେସେଜକୁ କନେକ୍ଟ କରିବ ନାହିଁ । ଆପଣ ହ୍ଵାଟସ୍ ଆପରେ ସର୍ଚ୍ଚ ଫିଚର ବ୍ୟବହାର ଜାରି ରଖିପାରିବେ ଏବଂ ସର୍ଚ୍ଚ ବାର୍ କୁ ଯାଇ ପୂର୍ବ ପରି ଚାଟରେ ମେସେଜ, ଫଟୋ, ଭିଡିଓ, ଲିଙ୍କ୍, GIF, ଅଡିଓ, ପୋଲ୍ ଏବଂ ଡକ୍ୟୁମେଣ୍ଟ୍ ସର୍ଚ୍ଚ କରିପାରିବେ । ଏହା ଆପଣଙ୍କର ବ୍ୟକ୍ତିଗତ ଚାଟ୍ ରେ କୌଣସି କ୍ଷତି ପହଞ୍ଚାଇବ ନାହିଁ ।