ଆପଣଙ୍କୁ କୋଟିପତି କରିବ Facebook! ଏହି ଫିଚର୍ ବ୍ୟବହାର କରି ମାସକୁ ରୋଜୋଗାର କରନ୍ତୁ ୪ ଲକ୍ଷ ଟଙ୍କା

ଯଦି ଆପଣ ମଧ୍ୟ ପ୍ରତି ମାସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାକୁ ଚାହାଁନ୍ତି, ତେବେ ଆପଣଙ୍କ ପାଇଁ ବଡ଼ ଖବର। ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଏପରି ଏକ ଫିଚର୍ସ ଘୋଷଣା କରିଛି, ଯାହା ବିଷୟରେ ସମସ୍ତ ଉପଭୋକ୍ତା ଜାଣି ବହୁତ ଖୁସି ହେବେ। ଫେସବୁକର ଏହି ଫିଚର୍ ଦ୍ୱାରା ଆପଣ ବର୍ତ୍ତମାନ ଲକ୍ଷପତି ହେବାର ସୁଯୋଗ ପାଇପାରିବେ। ଅର୍ଥାତ୍ ଆପଣ ପ୍ରତିମାସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ।ତେବେ ଆପଣ ଘରେ ବସି ମାସିକ ପ୍ରାୟ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିବାର ସୁଯୋଗ ପାଇବେ। ଆସନ୍ତୁ ଜାଣିବା ଏହି ନୂତନ ଫିଚର୍ ବିଷୟରେ ଏବଂ ଏହି ଫିଚର୍ କିପରି କାମ କରେ ତାହା ମଧ୍ୟ ଜାଣିବା..

ଆପଣ ଜାଣିରଖନ୍ତୁ ମେଟାର ସୋସିଆଲ ମିଡିଆ କମ୍ପାନୀ Facebookରେ ନୂଆ ରିଲ୍ ଫିଚର ଜାରି କରିଛି। ଯାହା ମାଧ୍ୟମରେ ଜଣେ ୟୁଜର୍ସ ଓରିଜିନାଲ୍ କଣ୍ଟେଟ୍ ବନାଇ ପ୍ରତି ମାସ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ। ଏହି ପିଚରକୁ ଫେସବୁକରେ ଚ୍ୟାଲଞ୍ଜର୍ସ ନାମ ଦିଯାଇଛି ଏବଂ ଏହା ଏକ ରିଲ୍ସ ପ୍ଲେ ବୋନସ୍ ପ୍ରଗ୍ରାମ। ଉପଭୋକ୍ତାମାନଙ୍କୁ ପ୍ରତି ମାସରେ ୩.୬ ଲକ୍ଷରୁ ଅଧିକ ରୋଜଗାର କରିବାର ସୁଯୋଗ ଦେବ ।

ଏହି ପ୍ରୋଗ୍ରାମ୍ ଅଧୀନରେ ଆପଣଙ୍କୁ କିଛି ଚ୍ୟାଲେଞ୍ଜ ଦିଆଯିବ, ଯାହା ଅନୁଯାୟୀ ଆପଣଙ୍କୁ ଏକ ରିଲ୍ କରିବାକୁ ପଡିବ ଏବଂ ତା’ପରେ ଆପଣ ଗ୍ରହଣ କରିଥିବା ମତାମତ ଅନୁଯାୟୀ ଫେସବୁକ୍ ରୁ ଟଙ୍କା ପାଇବେ। ଉଦାହରଣ ସ୍ୱରୁପ ୫ଟି ରିଲ୍ସ ଯଦି ୧୦୦ ଭ୍ୟୁ ଅତିକ୍ରମ କରିବ, ତେବେ ଆପଣଙ୍କୁ ୧,୫୪୭ ଟଙ୍କା ମିଳିବ। ୨୦ଟି ରିଲ୍ସ ଯଦି ୫୦୦ ଭ୍ୟୁ ପୁରା କରିବ ତେବେ ଆପଣଙ୍କୁ ପାଖା ପାକି ୭,୭୭୩ ଟଙ୍କା ମିଳିବ। ଏହି ପ୍ରୋଗ୍ରାମରେ ଆପଣଙ୍କୁ ଗୋଟେ ମାସ ପରେ ରାଙ୍କିଙ୍ଗ୍ ମଧ୍ୟ ଦିଆଯିବ।

ଜାଣିରଖନ୍ତୁ ଯେ ମେଟାର ସୋସିଆଲ ମିଡିଆ କମ୍ପାନୀ ଫେସବୁକରେ ରିଲ୍ସ ଫିଚର ଜାରି କରୁଛି କରୁଛି, ଯାହା ମାଧ୍ୟମରେ ଉପଭୋକ୍ତାମାନେ ଓରିଜିନାଲ୍ କଣ୍ଟେଟ୍ ବନାଇ ପ୍ରତିମାସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ। କମ୍ପାନୀ କହିଛି ଯେ ପେଆଉଟ୍ ପାଇଁ ହିସାବ କିତାବର ପ୍ରକ୍ରିୟା କଣ ରହିବ ସେଦିଗରେ କାମ କରୁଛି। ତେଣୁ ଆପଣମାନେ ନୁଆ କଣ୍ଟେନ୍ ପ୍ରସ୍ତୁତ କରି ଫେସବୁକ୍ ମାଧ୍ୟମରେ ଲକ୍ଷାଧିକ ଟଙ୍କା ରୋଜଗାର ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.