Meta ଲଞ୍ଚ କଲା ଦୁଇଟି ନୂଆ AI ମଡେଲ୍, WhatsApp ଏବଂ Instagramରେ ଉପଲବ୍ଧ ହେବ ଆକ୍ସେସ୍

Meta CEO ମାର୍କ ଜୁକରବର୍ଗଙ୍କ ଦ୍ବାରା ଏକ ବଡ଼ ଘୋଣୋ କରାଯାଇଛି । ମେଟା ନିଜର ଲକ୍ଷ ଳକ୍ଷ ୟୁଜର୍ସଙ୍କ ପାଇଁ ଦୁଇଟି ନୂଆ AI ମଡେଲ୍ ଲଞ୍ଚ କରିଛି । ମେଟାର ଏହି ମଡେଳଗୁଡିକର ନାମ ହେଉଛି Llama 4 Scou ଏବଂ Llama 4 Maverick । ଏଗୁଡିକ ବ୍ୟତୀତ କମ୍ପାନୀ ଖୁବ୍ ଶୀଘୟ ଆଉ ଦୁଇଟି AI ମଡେଲ୍ ଉପସ୍ଥାପନ କରିବ ।

ମାର୍କ ଜୁକରବର୍ଗଙ୍କ ଦ୍ବାରା ମେଟାର ଲାଟେଷ୍ଟ AI ମଡେଲ୍ ସମ୍ପର୍କରେ ଏକ ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ସେୟାର କରାଯାଇଛି । ଏହି ଭିଡିଓରେ ଜୁକରବର୍ଗ Llama 4 ବିଷୟରେ ଇନଫରମେସନ୍ ଦେଇଛନ୍ତି । ମାର୍କ ଜୁକରବର୍ଗ କହିଛନ୍ତି ଯେ ଏହି AI ମଡେଲଗୁଡିକ ସିଧାସଳଖ ଭାବରେ Google ର Gemini ଏବଂ OpenAI ର ChatGPT 4o କୁ ଟକ୍କର ଦେବ ।

ଆପଣଙ୍କୁ କହିରଖୁଛୁ ଯେ ମେଟାର Llama ମଡେଲ୍ ହେଉଛି ଏକ ମଲ୍ଟିମଡେଲ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ବେସ୍ଡ ମଡେଲ୍ । ଏହା ଟେକଷ୍ଟ, ଭିଡିଓ, ଇମେଜ ଏବଂ ଅଡିଓରୁ ଡାଟା ପ୍ରୋସେସ୍ କରିଥାଏ । କମ୍ପାନୀ ଅନୁଯାୟୀ, Llama 4 Scout ଏବଂ Llama 4 Maverick ଏପର୍ଯ୍ୟନ୍ତ ସବୁଠାରୁ ଆଡଭାନ୍ସଡ୍ ମଡେଲ୍ ଯାହା ମଲ୍ଟିମୋଡାଲିଟି ପାଇଁ ବେଷ୍ଟ । ମୋଟାର ଏହି ଦୁଇଟି AI ମଡେଲ୍ ଲକ୍ଷ ଲକ୍ଷ AI ୟୁଜର୍ସଙ୍କୁ ଅନେକ କାର୍ଯ୍ୟରେ ବହୁତ୍ ସୁବିଧା ପ୍ରଦାନ କରିବାକୁ ଯାଉଛି ।

ଯଦି ଆପଣ Llama 4 Scout ଏବଂ Llama 4 Maverick ବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ କହିରଖୁଛୁ ଯେ ଆପଣ ସେଗୁଡିକୁ Llama ର ୱେବସାଇଯ୍ ଏବଂ Hugging Face ମାଧ୍ୟମରେ ଡାଉନଲୋଡ୍ କରିପାରିବେ । କମ୍ପାନୀ ହ୍ବାଟସପ୍ ଏବଂ ଇନଷ୍ଟାଗ୍ରାମରେ ମେଟାର ଏହି AI ମଡେଲଗୁଡିକ ପାଇଁ ମଧ୍ୟ ସପୋର୍ଟ ଦେବ । ଏହାର ଅର୍ଥ ହେଉଛି ଯେ ବର୍ତ୍ତମାନ ୟୁଜର୍ସମାନଙ୍କ ସୋସିଆଲ୍ ମିଡିଆ ଏକ୍ସପେରିୟନ୍ସ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ମେଟା ନୂଆ ଭାଷା ମଡେଲ୍ ଉପସ୍ଥାପନ କରିବା ସହିତ Llama 4 benhemoth କୁ ମଧ୍ୟ ଶୋକେସ୍ କରିଛି ।

ଆପଣଙ୍କୁ ଜଣାଇ ଦେଉଛୁ ଯେ Llama 4 Scout ଏକ ଛୋଟ୍ AI ମଡେଲ୍ ଯାହା ପ୍ରାୟ ୧୭ ବିଲିୟନ୍ ପାରାମିଟର ଏବଂ ୧୬ ଏକ୍ସପର୍ଟଙ୍କ ସହିତ ଆସିଥାଏ । ଏହି AI ମଡେଲ ୟୁଜର୍ସଙ୍କ ପାଇଁ ୧୦ ମିଲିୟନ୍ ଟୋକନର କଣ୍ଟେକ୍ସଟ୍ ୱିଣ୍ଡୋ ଅଫର୍ ସହିତ ଆସିଥାଏ । ଏଥି ସହ ଯଦି ଆମେ Llama 4 Maverick ବିଷୟରେ କଥା ହେବା, ତେବେ ଏହାକୁ ୧୭ ବିଲିୟନ୍ ପାରାମିଟର ଏବଂ ୧୨୮ ଏକ୍ସପର୍ଟଙ୍କ ସହିତ ଉପସ୍ଥାପନ କରାଯାଇଛି । ନୂଆ AI ମଡେଲଗୁଡିକ ବିଷୟରେ ମାର୍କ ଜୁକରବର୍ଗ କହିଛନ୍ତି ଯେ ଆମର ଲକ୍ଷ୍ୟ ହେଉଛି ବିଶ୍ବର ଲିଡିଙ୍ଗ AI କ୍ରିଏଟ୍ କରିବା ।

Also read : WhatsApp ୟୁଜର୍ସ ତିଆରି କରିପାରିବେ AI Chatbot, ଆସୁଛି ସବୁଠାରୁ ଦମଦାର୍ ଫିଚର