ଟେକ୍

Twitter କୁ ଟକ୍କର ଦେବ ”Threads App”

ମେଟା ଯାହାକୁ ଆଗରୁ ଫେସବୁକ ନାମରେ ଜଣାଯାଉଥିଲା ଏବେ ତାର ଆସୁଛି ନୂଆ ବିକଳ୍ପ । ଫେସବୁକ ବଦଳରେ ଆପଣ ଏବେ ଏହି ନୂଆ ଆପ୍‌ କୁ ବ୍ୟବହାର କରିବେ। ସୂଚନା ଅନୁସାରେ ଏହି ନୂଆ ଆପ୍‌ ର ନାମ Threads ରଖାଯାଇପାରେ। ଏହା ଇନଷ୍ଟାଗ୍ରାମର ନୂଆ ଆପ୍‌ ହେବ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେବ ଟ୍ଵିଟର କୁ ଟକ୍କର ଦେବା।

ଟେକ ସେକ୍ଟରରେ ମେଟା ସିିଇଓ ମାର୍କ ଜୁକରବର୍ଗ ଓ ଟ୍ଵିଟର ମାଲିକ ଏଲନ ମସ୍କ ମଧ୍ୟରେ ମତଭେଦ ହେବାରେ ଲାଗିଛି। ମେଟା ଯାହାକୁ ଆପଣ ପୂର୍ବରୁ ଫେସବୁକ ନାମ ରେ ଜାଣୁଥିଲେ। ଏବେ ତାହା ଏକ ନୂଆ ଆପ୍‌ ଲଞ୍ଚ କରିବ। ଏମିତିରେ ଟ୍ଵିଟର ସହିତ ଏହା ଭଲ ଭାବେ ମୁକାବିଲା କରିପାରିବ ବୋଲି ଆଶା ରହିଛି। ଏକ୍ସପର୍ଟଙ୍କ କହିବା ଅନୁସାରେ ଥ୍ରେଡସ ଆପ୍‌ ର ପ୍ରଥମ ପ୍ରିଭ୍ୟୁ ଗୁଗଲ ପ୍ଲେ ଷ୍ଟୋରରେ ଦେଖାଯିବ।

ଫେସ୍‌ବୁକ୍ ପ୍ୟାରେଣ୍ଟ କମ୍ପାନୀ ମେଟା ଟୁଇଟ୍‌ର ଭଳି ଏକ ଆପ୍ ଜୁଲାଇ ୬ ତାରିଖରେ ଲଞ୍ଚ କରିବାକୁ ଯାଉଛି । ମେଟା ଏହା ଉପରେ ଅନେକ ଦିନ ଧରି କାମ କରୁଥିଲା । ଏହି କାମ ବର୍ତ୍ତମାନ ଶେଷ ହୋଇସାରିଛି । ଏବେ ଇଣ୍ଟରନେଟ୍‌ରେ ଏହି ଆପ୍‌ର କିଛି ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।

ମେଟା ଜାନୁଆରୀରୁ “ପ୍ରୋଜେକ୍ଟ ୯୨” ଅଧୀନରେ ଟ୍ୱିଟରର ପ୍ରତିଯୋଗୀ ଆପ୍ ‘ଥ୍ରେଡସ୍‌’ ଲଞ୍ଚ କରିବା ଉପରେ କାର୍ଯ୍ୟ କରୁଛି । ବର୍ତ୍ତମାନ ଏହି ଆପର ନାମ ପ୍ରକାଶ ପାଇଛି ଏବଂ କମ୍ପାନୀ ଏହାକୁ ଥ୍ରେଡ୍ସ ନାମରେ ଲଞ୍ଚ କରିପାରିବ । ଏହି ଆପ୍ ଟ୍ୱିଟର ପରି ଠିକ୍ କାମ କରିବ ।

‘ଥ୍ରେଡସ୍‌’ , ଇନଷ୍ଟାଗ୍ରାମ ଭଳି ଆପ୍ , ଯାହାକି ଟ୍ୱିଟର ପରି ମଧ୍ୟ କାମ କରିବ। ଏଥିରେ ଆପଣ ଆପଣଙ୍କର ଇନଷ୍ଟାଗ୍ରାମ୍ ଫ୍ରେଣ୍ଡ ମାନଙ୍କ ସହିତ ଯୋଡ଼ି ହୋଇପାରିବେ । ଏଥିପାଇଁ କମ୍ପାନୀ ଆପଣଙ୍କୁ ଏକ ଅପସନ୍ ଦେବ, ଏଠାରେ ଆପଣଙ୍କୁ ସେହି ୟୁଜରମାନେ ଦେଖିବାକୁ ମିଳିବେ ଯେଉଁମାନେ ଇନଷ୍ଟାଗ୍ରାମ ଏବଂ ଥ୍ରେଡସ୍ ଉଭୟରେ ଉପସ୍ଥିତ ଥିବେ ।

ଏଲନ ମସ୍କ ଟ୍ୱିଟର ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ପରେ ମେଟାର ଏହି ଆପ୍ ର ଖବର ଆସିଛି । ଡାଟା ସ୍କ୍ରାପିଂକୁ ସମାଧାନ କରିବା ପାଇଁ ଏଲନ ମସ୍କଙ୍କର ଏହି ଘୋଷଣା ପରେ ଟ୍ୱିଟର ବ୍ୟବହାରକାରୀ ତୀବ୍ର ପ୍ରତିକ୍ରିୟା ମଧ୍ୟ ସୃଷ୍ଟି କରିଛନ୍ତି । ଏମିତିରେ ନୂଆ ବିକଳ୍ପ ରେ ମାର୍କ ଟ୍ୱିଟରକୁ ଭଲ ମାତ ଦେଇପାରନ୍ତି ବୋଲି ଆଶା ରହିଛି ।

D Sonali

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago