ଖୁବ ଶୀଘ୍ର ବନ୍ଦ ହେବାକୁ ଯାଉଛି Microsoft internet Explorer

ମାଇକ୍ରୋସଫ୍ଟର ୱେବ ବ୍ରାଉଜର ଇଣ୍ଟରନେଟ ଏକ୍ସପଲୋରର ଖୁବ ଶୀଘ୍ର ବନ୍ଦ ହେବାକୁ ଯାଉଛି । ମାଇକ୍ରୋସଫ୍ଟ ତରଫରୁ ଜାରି ହୋଇଥିବା ତଥ୍ୟ ଅନୁଯାୟୀ, ଆସନ୍ତା ୨୦୨୧ରୁ ଏହି କମ୍ପାନୀ ନିଜ ଇଣ୍ଟରନେଟ ଏକ୍ସପ୍ଲରର ଓ ଲିଗାସୀ ଏଜ ଭର୍ଜନ ସପୋର୍ଟ ବନ୍ଦ କରିବାକୁ ଯାଉଛି । ଅର୍ଥ କମ୍ପାନୀ ନିଜର କିଛି ଟେକ୍ନିକାଲ ସପୋର୍ଟକୁ ବନ୍ଦ କରିଦେବ । ଅର୍ଥାତ କମ୍ପାନୀ ଏଣିକି କୌଣସି ପ୍ରକାର ଅପଡ଼େଟ ଜାରି କରିବ ନାହିଁ । କିନ୍ତୁ ବନ୍ଦ ହେବାର ଅର୍ଥ ନୁହେଁକି, ୟୁଜର୍ସ ମାନେ ଇଣ୍ଟରନେଟ ବ୍ୟବହାର କରିପାରିବେ ନାହିଁ ।
ଏହାର ବ୍ୟବହାର ଦିନ କୁ ଦିନ କମିବାରେ ଲାଗିଛି । ବିସ୍ମୟର କଥା ଯେ ବିଶ୍ୱ ସ୍ତରରେ ୫ ପ୍ରତିଶତରୁ ବି କମ ଲୋକ ଏହି ଇଣ୍ଟରନେଟ ସେବାର ବ୍ୟବହାର କରୁଛନ୍ତି । ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ନିଜ ନିଜ କମ୍ପ୍ୟୁଟର ତଥା ଲାପଟପରେ ଗୁଗୁଲ କ୍ରୋମ କିମ୍ବା ମୋଜିଲା ଫାୟାରଫକ୍ସ ଇଂସ୍ଟଲ କରି ବ୍ୟବହାର କରୁଛନ୍ତି । ଆସନ୍ତା ନଭେମ୍ବର ୩୦ ତାରିଖ ପରେ ଏକ୍ସପଲରର ସପୋର୍ଟ ଦେବା ବନ୍ଦ କରିଦେବ ।
କହିରଖିବା ଉଚିତ ହେବକି, ଆଜିକୁ ଠିକ ୨୫ ବର୍ଷ ତଳେ ୧୯୯୫ ଅଗଷ୍ଟ ୧୬ ତାରିଖରେ ମାଇକ୍ରୋସଫ୍ଟ କମ୍ପାନୀ ନିଜର ଏହି ଇଣ୍ଟରନେଟ ଏକ୍ସପଲୋରକୁ ବିଶ୍ୱ ବଜାରରେ ଲଞ୍ଚ କରିଥିଲା । ଏହାକୁ ବିଣ୍ଡେଜ ୯୫ ସହ ଆଡ ଅନ ପ୍ୟାକେଜ ପ୍ଲସ ସହ ଲଂଚ କରାଯାଇଥିଲା । ମାଇକ୍ରୋସଫଟ ଚଳିତ ବର୍ଷ ଜାନୁଆରୀ ମାସରେ ହିଁ କ୍ରୋମିୟମ ବେଷ୍ଟ ବ୍ରାଣ୍ଡର ପ୍ରିଭିୟୁ ଜାରି କରିଥିଲା । ଯାହାକୁ ଆସନ୍ତା ବର୍ଷ ମେ ମାସ ସୁଦ୍ଧା ସମସ୍ତଙ୍କୁ ଯୋଗାଇ ଦିଆଯିବ । ଯାହାକୁ ଡାଉନ ଲୋଡ଼ କରି ୟୁଜର ମାନେ ଲିଗାସି ଭର୍ଜନକୁ ରିପ୍ଲେସ କରି ପାରିବେ ।