ଏବେ ଆହୁରି ସହଜରେ କରିପାରିବେ ଭିଡିଓ କଲିଂ, ମାଇକ୍ରୋସଫ୍ଟ ୱିଣ୍ଡୋଜ୍ 10 ଅପଡେଟରେ ଆସୁଛି ‘Meet Now’

ମାଇକ୍ରୋସଫ୍ଟ ଖୁବ୍ ଶୀଘ୍ର ଏହାର ୱିଣ୍ଡୋଜ୍ ସିଷ୍ଟମର ଟାସ୍କବାର୍ ରେ “MEET NOW” ଆଇକନ୍ ଦେବାକୁ ଯାଉଛି । କମ୍ପାନୀ ଟାସ୍କ ବାରରେ ମିଟ୍ ନାଓ ଦେବାକୁ ନିଷ୍ପତ୍ତି ନେଇଛି ଯାହାଦ୍ୱାରା ଲୋକମାନେ ଶୀଘ୍ର ଏବଂ ସରଳ ଉପାୟରେ ଭିଡିଓ କଲିଂ କରିପାରିବେ । ୱିଣ୍ଡୋଜ୍ 10ର ଅପଡେଟରେ Meet Nowର ଆଇକନ୍ ମିଳିବ । ସୂଚନା ଅନୁଯାୟୀ କମ୍ପାନୀ ଛଅ ମାସ ପାଇଁ ସ୍କାଇପ୍‌ରେ Meet Nowର ଫିଚର ଦେଇଛି ଯାହାଦ୍ୱାରା ଉପଭୋକ୍ତାମାନେ ଆପ୍ ଡାଉନଲୋଡ୍ ନକରି ଭର୍ଚୁଆଲ୍ ଗ୍ରୁପ୍ ମିଟିଂ କରିପାରିବେ ।

Meet Now ସହିତ ନୂଆ ଅପଡେଟ ମାଇକ୍ରୋସଫ୍ଟ ୱିଣ୍ଡୋଜ୍ 10 ଇନସାଇଡର୍ ପ୍ରି-ଭ୍ୟୁ ବିଲ୍ଡ 19042.608 (KB4580364) ସହିତ ମିଳୁଛି । ପ୍ରାରମ୍ଭରେ, ଏହାର ପରୀକ୍ଷଣ ବିଟା ସଂସ୍କରଣରେ ମଧ୍ୟ କରାଯାଉଛି ଏବଂ ବିଟା ସଫଳ ହେବା ପରେ କମ୍ପାନୀ ଏହାକୁ ସମସ୍ତ ୱିଣ୍ଡୋଜ୍ 10 ୟୁଜର୍ସଙ୍କ ପାଇଁ ଜାରି କରିବ । ମାଇକ୍ରୋସଫ୍ଟର ସିନିୟର ପ୍ରୋଗ୍ରାମ୍ ମ୍ୟାନେଜର ବ୍ରେଣ୍ଡନ୍ ଲେବ୍ଲାନ୍କ ଏକ ବ୍ଲଗ୍ ପୋଷ୍ଟରେ କହିଛନ୍ତି ଯେ ଆସନ୍ତା ସପ୍ତାହରେ ଟାସ୍କ ବାର୍ ରେ ଥିବା Meet Now ଆଇକନ୍ ଉପରେ କ୍ଲିକ୍ କରି ଆପଣ ସହଜରେ ଏକ ଭିଡିଓ କଲ୍ କରିପାରିବେ। ମାଇକ୍ରୋସଫ୍ଟ ଗତ ମାସରେ ୱିଣ୍ଡୋଜ୍ ଇନସାଇଡର୍ ର ଡେଭଲପର୍ ଚ୍ୟାନେଲରେ Meet Nowର ଫିଚର ଜାରି କରିଥିଲା ।

meet now

ମାଇକ୍ରୋସଫ୍ଟ ସପୋର୍ଟ ମୁତାବକ Meet Nowର ଆଇକନ ୱିଣ୍ଡୋଜ୍ 10ର ଭର୍ସନ 1903 ଏବଂ 1909 ସଂସ୍କରଣରେ ଉପଲବ୍ଧ ହୋଇଛି । ଚଳିତ ବର୍ଷ ଏପ୍ରିଲରେ ସ୍କାଇପରେ Meet Now ଅପ୍ସନ ଦିଆଯାଇଛି । Meet Now ମାଧ୍ୟମରେ କେବଳ ଗୋଟିଏ ଲିଙ୍କ୍ ସାହାଯ୍ୟରେ ଆପଣ ଏକ ଭର୍ଚୁଆଲ୍ ମିଟିଂରେ ଯୋଗଦାନ କରିପାରିବେ । ଏହା ପ୍ରାୟତଃ Zoom ଭଳି ଏକ ଆପ ।

Leave A Reply

Your email address will not be published.