ଲାଟେଷ୍ଟ ଫିଚର୍ସ ସହିତ ଲଞ୍ଚ ହେଲା ନୂଆ ମାଇକ୍ରୋସଫ୍ଟ ଅଫିସ ଆପ, ଫ୍ରି ରେ କରନ୍ତୁ ଡାଉନଲୋଡ଼

କମ୍ପ୍ୟୁଟର, ଲାପଟପ ଏବଂ ମୋବାଇଲ ଫୋନରେ ବ୍ୟବହାର କରାଯାଉଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଫ୍ଟୱେୟାର ମଧ୍ୟରେ ଗୋଟିଏ ହେଉଛି ମାଇକ୍ରୋସଫ୍ଟ ଅଫିସ । ସାଧାରଣତଃ ୟୁଜରମାନେ ନିଜର ପିସି, ଲାପଟପ କିମ୍ବା ଫୋନରେ ମାଇକ୍ରୋସଫ୍ଟ ୱାର୍ଡ, ଏକ୍ସେଲ ଏବଂ ପାୱାର ପଏଣ୍ଟର ବ୍ୟବହାର କରିଥାନ୍ତି । ଯଦି ଆପଣ ନିଜ ସ୍ମାର୍ଟଫୋନରେ ପୂର୍ବରୁ ହିଁ ମାଇକ୍ରୋସଫ୍ଟ ଅଫିସ ପ୍ରଡକ୍ଟର ବ୍ୟବହାର କରୁଛନ୍ତି ତାହେଲେ ତୁରନ୍ତ ଏହାକୁ ନିଜ ଫୋନରୁ ଡିଲିଟ କରିଦିଅନ୍ତୁ କାରଣ ବର୍ତ୍ତମାନ କମ୍ପାନୀ ନିଜର ବ୍ରାଣ୍ଡ ନ୍ୟୁ ଆପ ଲଞ୍ଚ କରିଛି ।

ଏହି ଆପରେ ମାଇକ୍ରୋସଫ୍ଟ ୱାର୍ଡ, ଏକ୍ସେଲ ଏବଂ ପାୱାର ପଏଣ୍ଟ ଭଳି ସମସ୍ତ ଫିଚର୍ସ ଉପଲବ୍ଧ ରହିଛି । ତେବେ ସବୁଠାରୁ ବଡ଼କଥା ହେଉଛି ଆଇଫୋନ, ଆଇପ୍ୟାଡ଼ ଏବଂ ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇଁ ଏହି ଆପ ମାଗଣାରେ ଉପଲବ୍ଧ । ଅଫିସ ଆପ ବିଷୟରେ ସବୁଠାରୁ ଖାସ କଥା ଏହା ଯେ ଆପଣ ନିଜର ଡକ୍ୟୁମେଣ୍ଟ, ସ୍ପ୍ରେଡ଼ସିଟ ଏବଂ ପ୍ରେଜେଣ୍ଟେସନକୁ ଗୋଟିଏ ଜାଗାରେ ଦେଖିବା ସହିତ ତାକୁ ଏଡିଟ ମଧ୍ୟ କରିପାରିବେ । ଏହାଦ୍ୱାରା ଭିନ୍ନ ଭିନ୍ନ ଆପ ମଧ୍ୟରେ ମଲ୍ଟିଟାସ୍କିଙ୍ଗ ଦ୍ୱାରା ଆପଣଙ୍କ ସମୟ ବଂଚିବା ସହିତ ଏହା ଅଧିକ ସହଜ ମଧ୍ୟ ହୋଇଯିବ ।

बेहतरीन फीचर्स के साथ लॉन्च हुआ नया माइक्रोसॉफ्ट ऑफिस ऐप, Free में करें डाउनलोड

ଏହି ଆପ ସାହାଯ୍ୟରେ ୟୁଜର୍ସ ମାନେ ଅନେକ ଗୁଡିଏ ନୂଆ ଟାସ୍କ କରିପାରିବେ । ଯେପରିକି ଫୋନ କ୍ୟାମେରାରେ ଫଟୋ ଉଠାଇ ମାଇକ୍ରୋସଫ୍ଟ ଅଫିସ ଡକ୍ୟୁମେଣ୍ଟରେ ବ୍ୟବହାର କରିବା, ଏହା ସାହାଯ୍ୟରେ ପାୱାରପଏଣ୍ଟରେ ମଧ୍ୟ ଫଟୋ ଗୁଡିକର ବ୍ୟବହାର କରାଯାଇପାରିବ ।

ଏହା ବ୍ୟତୀତ ଏହି ଆପରେ PDF ବନାଇବା ଏବଂ QR କୋଡ଼ ସ୍କାନ କରିବା ଭଳି କାମ ମଧ୍ୟ ଅତି ସହଜରେ ହୋଇଯିବ । ଏହି ଆପ ସାହାଯ୍ୟରେ ଆପଣ ଅତି ସହଜରେ ନିଜର ଫୋନ ଓ କମ୍ପ୍ୟୁଟରକୁ ଡାଟା ଟ୍ରାନ୍ସଫର କରିପାରିବେ । ଏହି ଆପରେ କ୍ଲାଉଡ଼ ସପୋର୍ଟ ମଧ୍ୟ ଯୋଡାଯାଇଛି । ଯାହାଦ୍ୱାରା ଆପଣ ନିଜର ଡକ୍ୟୁମେଣ୍ଟକୁ ଲାଟେଷ୍ଟ କ୍ଲାଉଡ଼ ଷ୍ଟୋରେଜ ସିଷ୍ଟମ ଯେପରିକି Box, Dropbox, Google Drive କିମ୍ବା iCloudରେ ମୁଭ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.