Microsoft Windows 11 ଲଞ୍ଚ: ଆପଣଙ୍କ କମ୍ପ୍ଯୁଟରରେ ଇନଷ୍ଟଲ କରିପାରିବେ କି ନାହିଁ, କରନ୍ତୁ ଚେକ୍

Microsoft Windows 11 ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ୟୁଜର୍ସଙ୍କ ପାଇଁ ଆଜି ଏହାକୁ ରିଲିଜ କରାଯାଇଛି। କିନ୍ତୁ ଏହା ପୂର୍ବରୁ ୟଜର୍ସଙ୍କ ମନରେ ପ୍ରଶ୍ନ ରହିଛି କି, ଏହା ଲାପଟପ କିମ୍ବା ଡେସ୍କଟପରେ କାମ କରିବ କି ନାହିଁ। ଯଦି ଆପଣ ମଧ୍ୟ ସେମିତି ଭାବୁଥାନ୍ତି, ତେବେ ଏହାକୁ ଆପଣ ବହୁତ ସହଜରେ ପତ୍ତା ଲଗାଇପାରିବେ। କମ୍ପାନୀ PC Health Check ନାମରେ ଗତକିଛି ଦିନ ତଳେ ଏକ ଟୁଲ୍ ଆଣିଥିଲା। ଯାହା ସାହାଯ୍ଯରେ ୟୁଜର୍ସ ସେମାନଙ୍କ ଡେସ୍କଟପ କିମ୍ବା ଲାପଟପରେ ୱିଣ୍ଡୋଜ ୧୧ କାମ କରୁଛି ନାହିଁ ଜାଣିପାରିବେ। ତେବେ ଆସନ୍ତୁ ଜାଣିବା କେମିତି ଜାଣିବେ ?

ୱିଣ୍ଡୋଜ ୧୧ ପାଇଁ ଆପଣଙ୍କ କମ୍ପ୍ଯୁଟର ଅତିକମରେ ଦୁଇଟି କୋର ଏବଂ ୧GHz କ୍ଲକ ସ୍ପିଡ ରହିବା ଦରକାର। ମେମୋରୀ ମାମଲାରେ ଅତିକମରେ ୪ଜିବି ରାମ୍ ଏବଂ ୬୪ ଜିବି ଅନବୋର୍ଡ ଷ୍ଟୋରେଜ ରହିଥିବା ଜରୁରୀ। ଏହାସହିତ TPM 2.0 ଫିଚର ବ୍ଯତୀତ ୬୪-ବିଟ୍ CPU ମଧ୍ୟ ଜରୁରୀ। ମାଇକ୍ରୋସଫ୍ଟ CPU ଲିଷ୍ଟ ଜାରି କରିଛି ଯାହା ୱିଣ୍ଡୋଜ ୧୧କୁ ସପୋର୍ଟ କରୁଛି। ଏହି ଲିଷ୍ଟରେ ୮ ଜେନେରେସନର intel ପ୍ରୋସେସର ଠାରୁ କମ୍ CPU ସାମିଲ ରହିଛି।

ଏମିତି କରନ୍ତୁ ଚେକ୍:

ଏଥିପାଇଁ ପ୍ରଥମେ ଆପଣ ଅଫିସିଆଲ ୱେବସାଇଟ https://aka.ms/GetPCHealthCheckApp ଯିବାକୁ ପଡିବ।

ଏହା ପରେ ଏଠାରେ PC Health Check ଆପ୍ ଡାଉନଲୋଡ କରନ୍ତୁ।

ତା’ ପରେ ଡାଉନଲୋଡ ହୋଇଥିବା ଇନଷ୍ଟଲିସେନ ଫାଇଲକୁ ଦୁଇଥର କ୍ଲିକ କରି ରନ୍ କରାନ୍ତୁ।

ଯାହା ପରେ ସ୍କିନ ଉପରେ ଯେଉଁ ଯେଉଁ ଷ୍ଟେପ ଦିଆଯାଇଛି, ତାହାକୁ ଫଲୋ କରନ୍ତୁ।

ପୁଣିଥରେ ଇନଷ୍ଟଲିସେନ ଶେଷ ହେବା ପରେ ପିସି ଟୁଲକୁ ଖୋଲନ୍ତୁ। ଏବେ ତା ପରେ checknow ଅପସନ ଉପରେ କ୍ଲିକ କରନ୍ତୁ। ଏଠାରେ ଆପଣଙ୍କ ଏକ ପପ୍ ଅପ୍ ମେସେଜ ମିଳିବ।ସେଥିରୁ ଆପଣ ଜାଣିପାରିବେ କି ଆପଣ ନିଜ କମ୍ପ୍ଯୁଟରରେ ୱିଣ୍ଡୋଜ ୧୧କୁ ଇନଷ୍ଟଲ କରିପାରିବେ କି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.