କମ୍ପ୍ୟୁଟର ସହ ଏବେ ଫୋନର ସମସ୍ତ ଡାଟା ହେବ ଚୋରୀ, ସତର୍କ ବାଣୀ ହେଲା ଜାରୀ

ପେଗାସସ୍‌ ପାଇଁ ଏବେ ପୁଣି ସାଇବର କ୍ରାଇମକୁ ନେଇ ବଢ଼ିଛି ଚିନ୍ତା । କମ୍ପ୍ୟୁଟର ଭଳି ମୋବାଇଲ ଫୋନକୁ ଖୁବ ସହଜରେ Malware attackରେ ଶିକାର କରିହେବ। ଆଇଟି ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ଏଥିରୁ ସୁରକ୍ଷିତ ରହିବା ପାଇଁ ହେଲେ ନିଜେ ସତର୍କ ରୁହନ୍ତୁ। ଫୋନ ବ୍ୟବହାର କରୁଥିବା ବେଳେ ଏହାକୁ ମଝିରେ ମଝିରେ ଫର୍ମାଟ କରିବାକୁ ଭୁଲନ୍ତୁ ନାହିଁ।

ନିକଟ ଅତୀତରେ ନ୍ୟାସନାଲ ଅସୋସିଏସନ ଅଫ ସଫ୍ଟେଓ୍ଵୟାର ଆଣ୍ଡ ସର୍ଭିସ କମ୍ପାନୀ ଏକ ରିପୋର୍ଟ ଜାରୀ କରିଥିଲା। ଏଥିରେ ଡାର୍କ ସାଇଡ ରାନ୍ସୋମେଓ୍ଵୟାରର ସତର୍କ ବାଣୀ ଶୁଣାଇଥିଲା। ସାରା ଦୁନିଆର ମୋଟ ୧୫ଟି ଦେଶରେ ରାନ୍ସୋମେଓ୍ଵୟାର ସାହାଯ୍ୟରେ ଲୋକଙ୍କଠୁ ଟଙ୍କା ହଡ଼ପ କରୁଥିଲେ। ଆଇଟି ମନ୍ତ୍ରାଳୟ ସହ ମିଶି କାମ କରୁଥିବା ଏଜେନ୍ସି ସର୍ଟ ଇନ୍‌ ମୁତାବିକ, ୨୦୧୯ ଠାରୁ ୨୦୨୦ରେ ସାଇବର କ୍ରାଇମ ୩ ଗୁଣା ବଢ଼ିଛି। ଭାରତରେ ୨୦୨୦ରେ ମୋଟ ୧୧.୬ ଲକ୍ଷ ସାଇବର ମାମଲା ସାମ୍ନାକୁ ଆସିଛି।

ଆଇଟି ଏକ୍ସପର୍ଟ ଜିତିନ ଜୈନଙ୍କ ମୁତାବିକ, Malware attackରେ କେବଳ ଲକରେ କ୍ଲିକ କରିବାକୁ ପଡ଼ିଥାଏ। କିନ୍ତୁ ପେଗାସସରେ ଫୋନ ଅନଲକ କରିବାର ଆବଶ୍ୟକତା ନାହିଁ। କେବଳ ମେସେଜ ଦ୍ୱାରା ଏହି କାମ ଖୁବ ସହଜରେ ହୋଇଯାଏ। ଏହାପରେ ଫୋନର ସମସ୍ତ ତଥ୍ୟ ଲିକ ହୋଇଯାଏ। ଏହା ସମସ୍ତ ଡାଟାକୁ ଫୋନରୁ କପି କରିଥାଏ। ଏହାସହ ଫୋନ କ୍ୟାମେରା ଏବଂ ମାଇକ୍ରୋଫୋନକୁ ମଧ୍ୟ ସେମାନେ ଅନ କରିପାରିବେ।

ଆଇଟି ବିଶେଷଜ୍ଞଙ୍କ କହିବା ଅନୁଯାୟୀ ପେଗାସସ ମାଧ୍ୟମରେ ତଥ୍ୟ ଲିକ କରିବା ପରେ ୟୁଜର୍ସଙ୍କ ଫୋନକୁ ଫ୍ରି କରିବା ପାଇଁ ଟଙ୍କା ଚାର୍ଜ କରିଥାନ୍ତି। ଏହା ହ୍ଵାଟସଆପ ସମେତ ଅନ୍ୟାନ୍ୟ ଆପରୁ ମଧ୍ୟ ତଥ୍ୟ ଲିକ କରିଥାନ୍ତି। ତେଣୁ ଏସବୁକୁ ଧ୍ୟାନରେ ରଖି ଆଇଟି ବିଶେଷଜ୍ଞର ଓକିଲ ପବନ ଦୁଗ୍ଗଲ କହିଛନ୍ତି ଯେ, ମୋବାଇଲକୁ ନେଇ ଆମକୁ ପ୍ରତିଦିନ ସତର୍କ ରହିବାକୁ ପଡିବ। ନିୟମିତ ରୂପେ ଫୋନକୁ ଫର୍ମାଟ କରିବାକୁ ହେବ। ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଫୋନରେ ନ ରଖିବାର ମଧ୍ୟ ପରାମର୍ଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.