କେବଳ କାଗଜ ଚାପିଦେଲେ ଚାର୍ଜ ହୋଇଯିବ ମୋବାଇଲ, ଜାଣନ୍ତୁ କ’ଣ ରହିଛି ପେପର ଡିଭାଇସର ସ୍ବତନ୍ତ୍ରତା

ଆମେରିକାର ବୈଜ୍ଞାନିକ ବିଜୁଳି ଉତ୍ପନ୍ନ କରୁଥିବା ଏମିତି ଏକ ମେସିନ ତିଆରି କରିଛନ୍ତି, ଯାହା କାଗଜରେ ପ୍ରସ୍ତୁତ। ଏହାକୁ ଚାପିବା ଦ୍ବାରା ବିଜୁଳି ଉତ୍ପାଦନ ହୋଇଥାଏ। ବୈଜ୍ଞାନିକଙ୍କ ଦାବି ଯେ, ଭବିଷ୍ଯରେ ଲୋକ ଏହି ମେସିନକୁ ନିଜ ସାଥିରେ ନେଇ ଚାଲିବେ। ଯେତେବେଳେ ବି ମୋବାଇଲ କିମ୍ବା ଇଅରବଡ ଚାର୍ଜ କରିବାକୁ ପଡିବ ସେତେବେଳେ କାଗଜକୁ ଦବାଇ ଚାର୍ଜ କରିପାରିବେ।

ଆପଣ ଦେଖିଥିବେ ଶୀତ ଦିନରେ ଆପଣଙ୍କ ସ୍ବେଟର ସହିତ ଚୁଟି ଟାଣି ହୋଇ ଲାଗିଯାଏ। ଆଉ ବେଳେ ବେଳେ ଏମିତି କେତେକ ଜିନିଷ ଛୁଇଁବା ଦ୍ବାରା କରେଣ୍ଟ ମଧ୍ୟ ଲାଗିଥାଏ। ଏହା ଷ୍ଟାଷ୍ଟିକ ପାୱର ଯୋଗୁଁ ହୋଇଥାଏ। କୌଣସି ନେଗେଟିଭ କିମ୍ବା ପଜେଟିଭି ଚାର୍ଜ ନିଜର ବିପରୀତ ଚାର୍ଜରେ ଆସିଲେ ବିଜୁଳି କିମ୍ବା କରେଣ୍ଟ ଉତ୍ପନ୍ନ ହୋଇଥାଏ। ଏମିତି ହିଁ ଆମେରିକା ବୈଜ୍ଞାନିକ ବିଜୁଳି ଉତ୍ପନ୍ନ କରୁଥିବା କାଗଜ ମେସିନ ଏହି ଫର୍ମୁଲା ଆଧାରରେ ତିଆରି କରିଛନ୍ତି।

ସୂଚନାଯୋଗ୍ଯ, ବିଜୁଳି ଉତ୍ପନ୍ନ କରୁଥିବା କାଗଜ ମେସିନକୁ ତିଆରି କରିବା ପାଇଁ କାଗଜକୁ ଲେଜରରେ କଟାଯାଇଥିଲା। ତା ’ପରେ ଏହା ଉପରେ କଣ୍ଡକ୍ଟିଭ ମେଟାରିଅଲର କୋଟିଂ କରାଯାଇଛି। ଏହି କାଗଜକୁ ଚାପିବା ଫଳରେ ବିଜୁଳି ଉତ୍ପନ୍ନ ହେବ। ବୈଜ୍ଞାନିକ ଏହି ଘଟଣାକୁ ଟ୍ରାଇବୋଇଲେକ୍ଟ୍ରିକ ଇଫେକ୍ଟ କୁହାଯାଉଛି।

mobile

ଏହି ଟ୍ରାଇବୋଇଲେକ୍ଟ୍ରିକ ଇଫେକ୍ଟ ଦ୍ବାରା ଉତ୍ପନ୍ନ ହେଉଥିବା ଟ୍ରାଇବୋଇଲେକ୍ଟ୍ରିସିଟିକୁ ଲୋକେ ଜାଣିନଥାନ୍ତି। ଗତ କିଛିବର୍ଷ ତଳେ ଇଂଜିନିୟର ଏହାର ବ୍ଯବହାର କରି ନୂଆ ଆବିଷ୍କାର କରିଥିଲେ। ଜର୍ଜିଆ ଇନଷ୍ଟିଚ୍ଯୁଟ୍ ଅଫ ଟେକ୍ନୋଲୋଜିର ଇଂଜିନିୟର ଝାଙ୍ଗ ଲିନ ୱାଙ୍ଗ ଟ୍ରାଇବୋଇଲେକ୍ଟ୍ରିକ ଜେନେରେଟରକୁ ତିଆରି କରିଥିଲେ। ଯାହା ଅନେକ କ୍ଷେତ୍ରରେ ବ୍ଯବହାର କରାଯାଇଥିଲା। ଏହା ଟଚସ୍କ୍ରିନ, ପଲିମର କପଡା, କୋଲ୍ଡ ଡ୍ରିଙ୍କସ ଏବଂ ସୋଡା ବୋଟଲରେ ବ୍ଯବହାର କରାଯାଇଛି। ଏହାଦ୍ବାରା ଯେତେବେଳେ କୌଣସି ବ୍ଯକ୍ତି କୌଣସି କପଡା ପିନ୍ଧନ୍ତି କିମ୍ବା ଟଚସ୍କ୍ରିନକୁ ଛୁଅନ୍ତି, ତେବେ ହାତ ଘର୍ଷଣରେ ବିଜୁଳି ଉତ୍ପନ୍ନ ହେବାକୁ ଲାଗିଥାଏ। ଯଦି ଏହି ଆବିଷ୍କାର ହୋଇଯାଏ, ତେବେ ଅଧା ବିଜୁଳି ଉତ୍ପାଦନ ଏଥିରୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.