ଦୁଇଟି ନୂଆ ଭାରିଅଣ୍ଟରେ ଲଞ୍ଚ ହେଲା Moto E6s ସ୍ମାର୍ଟଫୋନ, ମିଳିବ ଦମଦାର କ୍ୟାମେରା କ୍ୱାଲିଟି

Moto E6s ସ୍ମାର୍ଟଫୋନ ନୂଆ କଲର ଭାରିଏଣ୍ଟରେ ଲଞ୍ଚ ହୋଇଛି।। ଗ୍ରାହକଙ୍କୁ ଏହି ଫୋନ ଏବେ ପିକକ୍‌ ବ୍ଲୁ ଏବଂ ସନରାଇଜ ରେଡ କଲର ଦୁଇଟି ଭାରିଏଣ୍ଟରେ ବଜାରକୁ ଆସିଛି। କିନ୍ତୁ କମ୍ପାନୀ ଏହି ଫୋନର ମୂଲ୍ୟ ଏପର୍ଯ୍ୟନ୍ତ ଘୋଷଣା କରିନାହିଁ। ପୂର୍ବରୁ ଲଞ୍ଚ ହୋଇଥିବା ଏହି ଫୋନର ମୂଲ୍ୟ ୭,୯୯୯ ଟଙ୍କା ରହିଥିଲା।

moo

ଏହି ଫୋନରେ ୬.୧ ଇଞ୍ଚର ଏଚଡି ଡିସପ୍ଲେ ସହିତ ୨ ଜିବି ରାମ ଏବଂ ଅକ୍ଟୋ କୋର ମିଡିୟାଟେକ ହିଲିୟା ପି ୨୨ର ସପୋର୍ଟ ରହିଛି। ଏହି ଫୋନ ଆଣ୍ଡ୍ରଏଡ ପାଇ ୯.୦ ଅପରେଟିଂ ସିଷ୍ଟମରେ କାମ କରୁଛି। ଏହାସହିତ ଫୋନରେ ଡୁଆଲ କ୍ୟାମେରା ସେଟଅପ୍‌ ରହିଛି। ଯେଉଁଥିରେ ୧୩ ମେଗାପିକ୍ସେଲର ପ୍ରାଇମେରୀ ସେନସର ଏବଂ ୨ ମେଗାପିକ୍ସେଲର ସେନସର ରହିଛି। ଏହାଛଡା ପ୍ରଣ୍ଟରେ ସେଲଫି ପାଇଁ ୫ ମେଗାପିକ୍ସେଲର କ୍ୟାମେରା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.