ଲିକ ହେଲା Moto G Stylus ସ୍ମାର୍ଟଫୋନର ଫଟୋ, ମିଳିବ 48MP କ୍ୟାମେରା

ଆସନ୍ତା ମାସରେ Motorola ନିଜର 3ଟି ଫୋନ Moto G8, Moto G8 Power ଏବଂ Moto Edge+ ଲଞ୍ଚ କରିବାକୁ ଯାଉଛି କିନ୍ତୁ ଶୁଣିବାକୁ ମିଳୁଛି ଯେ ଏହାପୂର୍ବରୁ କମ୍ପାନୀ ନିଜର ଚତୁର୍ଥ ଫୋନ Moto G Stylus ମଧ୍ୟ ଲଞ୍ଚ କରିପାରେ । ତେବେ ବର୍ତ୍ତମାନ ଏହାର ରିୟଲ ଇମେଜ ମଧ୍ୟ ଦେଖିବାକୁ ମିଳୁଛି ।

Image result for moto g stylus smartphone"

 

ସୂଚନା ଅନୁଯାୟୀ ଏହାର ପ୍ରି-ପ୍ରଡକ୍ସନ ଆରମ୍ଭ ହୋଇ ସାରିଛି । ରେଣ୍ଡର ଇମେଜର ଡ଼ିସପ୍ଲେରେ ହୋଲ ପଞ୍ଚ ସହିତ କ୍ୱାର୍ଡ଼ ଗ୍ଲାସ ପ୍ରୋଟେକ୍ସନ ମଧ୍ୟ ଦିଆଯାଇଛି । ଏହି ଡିଭାଇସ 4000mAhର ବ୍ୟାଟେରୀ ଫାଷ୍ଟ ଚାର୍ଜ ସପୋର୍ଟ ସହିତ ମିଳିପାରେ ।

Moto G Stylusରେ ଟ୍ରିପଲ କ୍ୟାମେରା ସେଟଅପ ମିଳିପାରେ ଏବଂ ଏଥିରେ ରିୟର ମାଉଣ୍ଟେଡ ଫିଙ୍ଗରପ୍ରିଣ୍ଟ ସେନ୍ସର ମିଳିବ । ଏଥିରେ 48 ମେଗାପିକ୍ସେଲର କ୍ୟାମେରା ମିଳିବ ତାସହିତ ଏହି ସ୍ମାର୍ଟଫୋନରେ 117 ଡ଼ିଗ୍ରୀର ୱାଇଡ ଆଙ୍ଗେଲ କ୍ୟାମେରା ମଧ୍ୟ ମିଳିପାରେ । ଏହି ସ୍ମାର୍ଟଫୋନକୁ 6.3/6.4ଇଞ୍ଚ ଡିସପ୍ଲେ ସହିତ ଲଞ୍ଚ କରାଯାଇପାରେ । ଯେଉଁଥିରେ ଫୁଲ ଏଚଡ଼ି ପ୍ଲସ ରିଜୋଲ୍ୟୁସନ ଦିଆଯିବ । ଏହା ସହିତ ଏହି ଡିଭାଇସରେ Qualcomm Snapdragon 600 ସିରିଜର ଚିପସେଟ ଦିଆଯାଇପରେ । ତେବେ ଏହାକୁ 4GB ରାମ ଓ 128GB ଷ୍ଟୋରେଜ ସହିତ ଲଞ୍ଚ କରାଯିବ ।

Image result for moto g stylus smartphone"

ଫଟୋରେ ଏକ ଆପ ଦେଖିବାକୁ ମିଳିଛି ଯାହା ସାହାଯ୍ୟରେ ଏହି ଡିଭାଇସ ସହିତ ମିଳୁଥିବା ଷ୍ଟାଏଲସକୁ ବ୍ୟବହାର କରାଯାଇପାରିବ । ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଜଣାପଡିନାହିଁ ଯେ ଫଟୋରେ ଦେଖାଯାଉଥିବା ଆପ Motorola Exclusive ଆପ ହେବ ଅଥବା ସମସ୍ତ ୟୁଜର ମାନଙ୍କ ପାଇଁ ଉପଲବ୍ଧ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.