ଲଞ୍ଚ ହେଲା Moto G8 ସ୍ମାର୍ଟଫୋନ, ଜାଣନ୍ତୁ କ’ଣ ରହିଛି ଫୋନର ଦାମ ଏବଂ ଫିଚର୍ସ

Motorola ପକ୍ଷରୁ Moto G8 ର ସ୍ମାର୍ଟଫୋନ ଲଞ୍ଚ ହୋଇଛି। ଏହାପୂର୍ବରୁ Moto G8 plus, Moto G8 power, Moto G8 play ପୂର୍ବରୁ ଲଞ୍ଚ ହୋଇଥିଲା। ଫୋନରେ ଟ୍ରପିଲ ରିଅର କ୍ୟାମେରା ସେଟଅପ୍‌ ରହିଛି। ୧୬ ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା, ୮ ମେଗାପିକ୍ସେଲର ଓ୍ଵାଇଡ ଆଙ୍ଗେଲ ଲେନ୍ସ ଏବଂ ୨ ମେଗାପିକ୍ସେଲ ମାଇକ୍ରୋ ଲେନ୍ସ ରହିଛି। ସେଲଫି ପାଇଁ ୮ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ରହିଛି।

moto 1

Moto G8 ର ସ୍ପେସିଫିକେସନ୍ସ :

ଏହି ସ୍ମାର୍ଟଫୋନରେ ୬.୪ ଇଞ୍ଚର ମ୍ୟାକ୍ସେ ଭିଜନ ଏଚଡି ପ୍ଲସ ଡିସପ୍ଲେ ସହିତ ପଞ୍ଚହୋଲ ଡିସପ୍ଲେ ଏବଂ ସିଙ୍ଗଲ ସେଲଫି କ୍ୟାମେରା ରହିଛି। ଏହାସହିତ ଫୋନରେ କ୍ୱାଲାକୋମ୍‌ ସ୍ନାପଡ୍ରାଗନ ୬୬୫ ପ୍ରୋସେସର ସହିତ ୪ ଜିିବି ରାମ ରହିବ। ଏହାର ଇଣ୍ଟରନାଲ ମେମୋରୀ କ୍ଷମତା ୬୪ ଜିବି ରହିଛି। ଏହି ଫୋନ ଆଣ୍ଡ୍ରଏଡ୍‌ ୧୦ରେ ମଧ୍ୟ ଚାଲିଥାଏ। ଏହି ଫୋନର ବ୍ୟାଟେରୀ କ୍ଷମତା ୪,୦୦୦ ଏମ୍‌ଏଏଚ୍‌ ରହିଛି। ଏହାସହିତ କମ୍ପାନୀ ୧୦W ଚାର୍ଜର ରହିଛି। କନେକ୍ଟିଭିଟି ପାଇଁ ସ୍ମାର୍ଟଫୋନରେ ୟୁଏସଭି ଟାଇପ୍‌, ବ୍ଲୁଟୁଥ, ସ୍ୱାଇଫାଇ, ଜିପିଏସ୍‌ ଭଳି ଫିଚର୍ସ ରହିଛି। ଏହା ବ୍ରାଜିଲରେ ଲଞ୍ଚ ହୋଇଥିବା ବେଳେ ଏହାର ପ୍ରାରମ୍ଭିକ ମୂଲ୍ୟ ୨୧ ହଜାର ଯଙ୍କା ରହିଛି। ଏହି ଫୋନଟି ପରଲ ହ୍ଵାଇଟ୍‌, ନିୟୋନି ବ୍ଲୁ ଭାରିଏଣ୍ଟ କଲରରେ ଉପଲବ୍ଧ। ଏହି ସ୍ମାର୍ଟଫୋନ ଖୁବଶୀଘ୍ର ଏସିଆ, ଅଷ୍ଟ୍ରେଲିଆ, ୟୁରୋପରେ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.