ଭାରତରେ ଦମ୍ଦାର ସ୍ମାର୍ଟଫୋନ୍ ଲଞ୍ଚ୍ କରିବାକୁ ଯାଉଛି Motorola, ବଜାର ପ୍ରବେଶ ନେଇ ସୂଚନା ଦେଲା Flipkart
ଭାରତରେ ନୂଆ ସ୍ମାର୍ଟଫୋନ୍ ଲଞ୍ଚ୍ କରିବାକୁ ଯାଉଛି ମୋଟୋରୋଲା। ଏ ନେଇ କମ୍ପାନୀ ପକ୍ଷରୁ ଅଫିସିଆଲ ଟ୍ଵିଟର ଆକାଉଣ୍ଟରେ ସୂଚନା ଦିଆଯାଇଛି। ମୋଟୋରୋଲାର ଏହି ନୂଆ ଫୋନ୍ର ନାଁ ରହିଛି Motorola Edge 20 Pro। ତେବେ ଏହା କେବେ ଲଞ୍ଚ୍ ହେବ ସେ ନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇନାହିଁ। କିନ୍ତୁ ଇ-କମର୍ସ ସାଇଟ୍ Flipkart ରେ ଦିଆଯାଇଥିବା ସୂଚନା ମୁତାବକ, ମୋଟୋରୋଲା ଭାରତୀୟ ବଜାରରେ ୧ ଅକ୍ଟୋବରରେ ନୂଆ ସ୍ମାର୍ଟଫୋନ୍ ଲଞ୍ଚ୍ କରିବାକୁ ଯାଉଛି। ଏବେ କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ Motorola Edge 20 Pro ଭାରତରେ ଲଞ୍ଚ୍ ହେବ।
It is time to meet the ultimate pro. Are you ready? We are. Stay tuned to know more! pic.twitter.com/8QEUVhB0ya
— Motorola India (@motorolaindia) September 21, 2021
Motorola Edge 20 Pro କୁ ନେଇ ଫ୍ଲିପ୍କାର୍ଟରେ ଏକ ଟିଜର ଜାରି କରାଯାଇଛି। ଏଥିରେ ଅପକମିଂ ସ୍ମାର୍ଟଫୋନ୍ର ଲଞ୍ଚ୍ ତାରିଖ ବିଷୟରେ ସୂଚନା ଦିଆଯାଇଛି। ପ୍ରକାଶ ଯେ, Flipkart ୟୁଜର୍ସଙ୍କ ପାଇଁ ‘Big Billion Days sale’ ନେଇ ଆସୁଛି। ଏହି ସେଲ୍ ବେଳେ ଅନେକ ନୂଆ ଫୋନ୍ ଲଞ୍ଚ୍ ହେବାର ଅଛି। ଏହି ତାଲିକାରେ Motorola ର ନାଁ ବି ସାମିଲ ଅଛି।
Motorola Edge 20 Pro ର ଦାମ୍କୁ ନେଇ ଏବେ ଯାଏଁ କୌଣସି ସୂଚନା ମିଳିନାହିଁ। ତେବେ ନିକଟରେ ଏହି ସ୍ମାର୍ଟଫୋନ୍କୁ ୟୁରୋପରେ ଲଞ୍ଚ୍ କରାଯାଇଛି। ସେଠାରେ ଏହାର ପ୍ରାରମ୍ଭିକ ମୂଲ୍ୟ ୬୯୯.୯୯ ୟୁରୋ ବା ୬୦,୫୦୦ ଟଙ୍କା ରହିଛି। ଏଥିରେ ୧୨ ଜିବି ରାମ୍ ସହ ୧୨୮ ଜିବି ଷ୍ଟୋରେଜ୍ ଦିଆଯାଇଛି। ଏହି ସ୍ମାର୍ଟଫୋନ୍ Indigo Vegan Leather ଓ Midnight Blue କଲର ଭାରିଏଣ୍ଟରେ ଉପଲବ୍ଧ ହେବ। ମୋବାଇଲରେ ୪,୫୦୦mAhର ବ୍ୟାଟେରୀ ଦିଆଯାଇଛି। ଏହି ମୋବାଇଲରେ octa-core Qualcomm Snapdragon 870 ପ୍ରୋସେସର ଦିଆଯାଇଥିବା ସୂଚନା ମିଳିଛି।