ଭାରତରେ ଲଞ୍ଚ ହେଲା ବିଶ୍ୱର ସବୁଠୁ ପତଳା 5ଜି ସ୍ମାର୍ଟଫୋନ Motorola Edge 40, ମେ ୩୦ରୁ ବଜାରରେ

Motorola ପକ୍ଷରୁ ଲଞ୍ଚ ହେଲା Edge 40 । ଏଥିରେ ରହିଛି MediaTek Dimensity 8020 processor । ଏହାସହ 144 Hz ରିଫ୍ରେସ ରେଟ ସହ 6.65 ଇଞ୍ଚ pOLED HDR10+ ଡିସପ୍ଲେ ରହିଛି । ଏଥିରେ 4400 mAh ବ୍ୟାଟେରୀ ରହିଛି ।

କେନ୍ୟୁଜ୍‌(ବ୍ୟୁରୋ): ଭାରତରେ ଲଞ୍ଚ ହେଲା ବିଶ୍ୱର ସବୁଠୁ ପତଳା 5ଜି ସ୍ମାର୍ଟଫୋନ । Motorola ପକ୍ଷରୁ ଏହାକୁ ଲଞ୍ଚ କରାଯାଇଛି । ଲଞ୍ଚ ହୋଇଥିବା Edge 40କୁ କମ୍ପାନୀ ପକ୍ଷରୁ ସବୁଠୁ ପତଳା ଫୋନ ବୋଲି ଦାବି କରାଯାଇଛି । ଏହାସହ ଏହି ଫୋନରେ ଅନେକ ଏପରି ଫିଚର ଆସିଛି ଯାହା ବିଶ୍ୱରେ ପ୍ରଥମଥର ପାଇଁ ବୋଲି କମ୍ପାନୀ ଦାବି କରିଛି । ଏହି ଫୋନ ଓଜନରେ ମଧ୍ୟ ହାଲୁକା ରହିଛି । ସେହିପରି ଏହି ଫୋନ ମେଟାଲ ଫ୍ରେମରେ ତିଆରି ହୋଇଛି । ଆସନ୍ତୁ ଏହାର ଫିଚର ଉପରେ ନଜର ପକାଇବା ।

ଏଥିରେ ରହିଛି MediaTek Dimensity 8020 processor । ଏହାସହ 144 Hz ରିଫ୍ରେସ ରେଟ ସହ 6.65 ଇଞ୍ଚ pOLED HDR10+ ଡିସପ୍ଲେ । ଏହି ସ୍ମାର୍ଟଫୋନରେ ରହିଛି 50 ମେଗାପିକ୍ସେଲ କ୍ୟାମେରା ସେଟଅପ । ଏହାସହ ଏଥିରେ 8ଜିବି RAM ସହ 256ଜିବି ୟୁଏଫଏସ 3.1 ଷ୍ଟୋରେଜ କାପାସିଟି । 14 5ଜି ବେଣ୍ଡସର ସପୋର୍ଟ ସହ ଓ୍ଵାଇଫାଇ 6 ରହିଛି । ଏବେ ଆସନ୍ତୁ ଏହାର କ୍ୟାମେରା ଫିଚର ଉପରେ ନଜର ପକାଇବା । ଏଥିରେ ରହିଛି 50 ମେଗାପିକ୍ସେଲ ମେନ କ୍ୟାମେରା । ଏହାସହ ଫାଷ୍ଟ ଫୋକସିଂ ଏମବିଏଣ୍ଟ ଲାଇଟ ସେନସର ରହିଛି । ସେହିପରି ଏଥିରେ ମାକ୍ରୋ ଭିଜନ ସହ 13 ମେଗାପିକ୍ସେଲ ଅଲଟ୍ରା ଓ୍ଵାଇଡ କ୍ୟାମେରା ରହିଛି । ଏହାସହ 32 ମେଗାପିକ୍ସେଲ ସେଲଫି କ୍ୟାମେରା ରହିଛି ।

ବ୍ୟାଟେରି ବ୍ୟାପଅପ କଥା ଦେଖିଲେ ଏଥିରେ 4400 mAh ବ୍ୟାଟେରୀ ରହିଛି । ଏହାସହ ଏଥିରେ 68 ଓ୍ଵାଟ ଚାର୍ଜିଂ ସପୋର୍ଟ ମିଳିବ । ଏହାସହ ବକ୍ସରେ 68 ଓ୍ଵାଟ ସି-ଟୁ-ସି କେବୁଲ ଚାର୍ଜିଂ କେବଲୁ ମିଳିବ । ଏହି କେବୁଲ ଜିରିଆରେ ଅନ୍ୟ ସ୍ମାର୍ଟଫୋନରୁ ମଧ୍ୟ ଏହାକୁ ଚାର୍ଜ କରାଯାଇ ପାରିବ । ଏହାସହ ଏଥିରେ 15 ଓ୍ଵାଟର ଓ୍ଵାରଲେସ ଚାର୍ଜିଂ ସପୋର୍ଟ ମିଳିବ । ଆଣ୍ଡ୍ରଏଡ 13 ଅପରେଟିଂ ସିଷ୍ଟମରେ ଏହି ଫୋନ ଚାଳିବ ।

ତିନିଟୋ କଲର ଭାରିଆଣ୍ଟରେ ଏହା ବଜାରରେ ଉପଲବ୍ଧ ହେବ । ରେସେଡା ଗ୍ରୀନ, ଇକ୍ଲିପସ ବ୍ଲାକ ଓ ଲୁନାର ବ୍ଲୁ କଲରେ ଉପଲବ୍ଧ ହେବ । ଏହା ମେ ୩୦ ତାରିଖରେ ବଜାରରେ ଉପଲବ୍ଧ ହେବ । ଏହାର ଦାମ ରହିଛି ୨୯ ହଜାର ୯୯୯ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.