Motorola ର ୨୫୬ GB ଫୋନ୍ ହେଲା ଶସ୍ତା, Amazon ରେ ମିଳୁଛି ଏହି ଦମଦାର୍ ଅଫର

ବର୍ତ୍ତମାନ ସମୟରେ ଭାରତୀୟ ବଜାରରେ Motorola ର କ୍ରେଜ୍ ଅଧିକ ରହିଛି । କମ୍ପାନୀ ବଜେଟ୍ ସେଗମେଣ୍ଟରୁ ଆରମ୍ଭ କରି ମିଡ୍-ରେଞ୍ଜ ଏବଂ ଫ୍ଲାଗସିପ୍ ସେଗମେଣ୍ଟର ପର୍ଯ୍ୟନ୍ତ ଅନେକ ଦମଦାର୍ ଫୋନ୍ ଜଉପସ୍ଥାପନ କରିଛି । ଯଦି ଆପଣ ଏକ ନୂଆ ସ୍ମାର୍ଟଫୋନ୍ ଆଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଆପଣ Motorola ର Motorola Edge 50 Fusion 5G କିଣିପାରିବେ । ଏହା ସହିତ ଏହା ଉପରେ ହେବି ଡିସକାଉଣ୍ଟ ମଧ୍ୟ ପ୍ରଦାନ କରାଯାଉଛି ।
Motorola Edge 50 Fusion 5G ହେଉଛି ଏକ ପ୍ରିମିୟମ୍ ସ୍ମାର୍ଟଫୋନ୍, ଯେଉଁଥିରେ କମ୍ପାନୀ କମ୍ ମୂଲ୍ୟରେ ଫ୍ଲାଗସିପ୍ ଫିଚର୍ସ ଦେଇଛି । ଯଦି ଆପଣ ଏପରି ଏକ ସ୍ମାର୍ଟଫୋନ୍ ଖୋଜୁଛନ୍ତି ଯାହାକୁ ଆପଣ ୪ ରୁ ୫ ବର୍ଷ ପାଇଁ ବ୍ୟବହାର କରିପାରିବେ, ତେବେ Motorola ର ଏହି ଫୋନ୍ ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ । ଏଥିରେ ଆପଣଙ୍କୁ RAM, ଅଧିକ ଷ୍ଟୋରେଜ୍ ଏବଂ ୫୦ MP ର ପ୍ରାଇମେରୀ କ୍ୟାମେରା ସେନ୍ସର ମିଳିପାରିବ ।
Motorola Edge 50 Fusion 5G ବର୍ତ୍ତମାନ୍ Amazon ରେ ୩୭,୯୯୯ ଟଙ୍କାରେ ଲିଷ୍ଟ ହୋଇଛି । କିନ୍ତୁ ଆପଣ ଏହାକୁ ଭାରୀ ଡିସକାଉଣ୍ଟରେ କିଣିପାରିବେ । Amazon ଏହି ପ୍ରିମିୟମ ସ୍ମାର୍ଟଫୋନର ମୂଲ୍ୟ ୩୮% କମ୍ କରିଛି । ଏହି ଅଫର ସହିତ ଆପଣ ଏହାକୁ ମାତ୍ର ୨୩,୪୮୦ ଟଙ୍କାରେ କିଣିପାରିବେ । ଏଥି ସହ ଫ୍ଲାଟ୍ ଡିସକାଉଣ୍ଟ ଅଫରରେ ଆପଣ ୧୪ ହଜାର ଟଙ୍କାରୁ ଅଧିକ ସେଭ୍ ମଧ୍ୟ କରିପାରିବେ ।
କେବଳ ଫ୍ଲାଟ୍ ଡିସକାଉଣ୍ଟ ଅଫର ନୁହେଁ, ବରଂ ଆପଣ ଅନ୍ୟ ଅଫରରେ ମଧ୍ୟ ହଜାର ହଜାର ଟଙ୍କା ସେଭିଙ୍ଗ କରିପାରିବେ । Amazon ମଧ୍ୟ ୟୁଜର୍ସମାନଙ୍କୁ ବ୍ୟାଙ୍କ ଅଫର ଏବଂ ଦମଦାର୍ ଏକ୍ସଚେଞ୍ଜ ଅଫର ମଧ୍ୟ ପ୍ରଦାନ କରୁଛି । Amazon କିଛି ବ୍ୟାଙ୍କ କାର୍ଡ ଉପରେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଇଣ୍ଟ୍ରେଷ୍ଟ ଡିସକାଉଣ୍ଟ ପ୍ରଦାନ କରୁଛି । ଏଥି ସହ ଆପଣ କ୍ୟାସବ୍ୟାକ୍ ଅଫରରେ ୭୦୪ ଟଙ୍କା ପର୍ଯ୍ୟନ୍ତ ସେଭ୍ କରିପାରିବେ ।
Amazon ର ଏକ୍ସଚେଞ୍ଜ ଅଫର ବିଷୟରେ କହିବାକୁ ଗଲେ Motorola Edge 50 Fusion 5G କୁ କିଣିବା ଉପରେ ୧୮,୯୫୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଅଫର ଦିଆଯାଉଛି । ଆପଣ ଆପଣଙ୍କର ପୁରୁଣା ଫୋନ୍ ବଦଳାଇ ବହୁତ ସେଭ୍ କରିପାରିବେ । ହେଲେ, ଆପଣଙ୍କୁ ମନେ ରଖିବାକୁ ହେବ ଯେ ଏକ୍ସଚେଞ୍ଜ ଭେଲ୍ୟୁ ଆପଣଙ୍କ ପୁରୁଣା ଫୋନର ୱାର୍କିଂ ଏବଂ ଫିଜିକାଲ୍ କଣ୍ଡିସନ୍ ଉପରେ ରେ ନିର୍ଭର କରିବ । ଯଦି ଆପଣ ଏହି ଅଫରର ସମୂର୍ଣ୍ଣ ଭେଲ୍ୟୁ ହାସଲ କରନ୍ତି, ତେବେ ଆପଣ ମାତ୍ର ୪,୫୩୦ ଟଙ୍କାରେ Motorola Edge 50 Fusion 5G କୁ କିଣିପାରିବେ ।
Motorola Edge 50 Fusion 5G ର ସ୍ପେସିଫିକେସନ୍ :
୧. Motorola Edge 50 Fusion 5G ରେ କମ୍ପାନୀ IP68 ରେଟିଂ ଦେଇଛି, ଯାହା ଫଳରେ ଏହି ଫୋନ୍ ପାଣିରୁ ସେଫ୍ ରହିବ ।
୨. ଏଥିରେ କମ୍ପାନୀ ୬.୭ ଇଞ୍ଚର P-OLED ଡିସପ୍ଲେ ଦେଇଛି, ଯେଉଁଥିରେ ୧୨୦ Hz ର ରିଫ୍ରେସ୍ ରେଟ୍ ମିଳିଥାଏ ।
୩. ଡିସପ୍ଲେ ପ୍ରୋଟେକ୍ସନ୍ ପାଇଁ ଏଥିରେ Corning Gorilla Glass 5 ଦିଆଯାଇଛି ।
୪. ଆଉଟ୍ ଅଫ୍ ଦି ବକ୍ସ ଏହି ସ୍ମାର୍ଟଫୋନରେ ଆଣ୍ଡ୍ରଏର୍ଡ୍ 14 ସହିତ ଆସିଥାଏ, ଯାହାକୁ ଆପଣ ଅପଗ୍ରେଡ୍ କରିପାରିବେ ।
୫. ପାରଫରମାନ୍ସ ପାଇଁ ଏହି ସ୍ମାର୍ଟଫୋନରେ Snapdragon 7s Gen 2 ଚିପସେଟ୍ ଦିଆଯାଇଛି ।
୬. Motorola Edge 50 Fusion 5G ରେ ୧୨ GB RAM ଏବଂ ୫୧୨ GB ପର୍ଯ୍ୟନ୍ତ ଷ୍ଟୋରେଜ୍ ରହିଛି ।
୭. ଫଟୋଗ୍ରାଫି ପାଇଁ ରିୟର ପ୍ୟାନେଲରେ ୫୦+୧୩ ମେଗାପିକ୍ସେଲର ଡୁଆଲ୍ କ୍ୟାମେରା ସେଟଅପ୍ ମିଳିଥାଏ ।
୮. ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୩୨ MP ର ଦମଦାର୍ ଫ୍ରଣ୍ଟ କ୍ୟାମେରା ଦିଆଯାଇଛି ।
୯. ଏଥି ସହ Motorola Edge 50 Fusion 5G କୁ ପାୱାର ଦେବା ପାଇଁ ୫୦୦୦ mAh ର ବ୍ୟାଟେରୀ ଦିଆଯାଇଛି ।
୧୦. ଏହି ସ୍ମାର୍ଟଫୋନ୍ Motorola ୬୮ W ର ଦମଦାର୍ ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିଥାଏ ।