ଲଞ୍ଚ ହେବାକୁ ଯାଉଛି motorola edge 50 ultra, ମିଳିବ ଅନେକ ଦମଦାର ଫିଚର୍ସ

ଯଦି ଆପଣ ନିଜ ପାଇଁ ଏକ ନୂଆ ଫୋନ୍ କିଣିବାକୁ ପ୍ଲାନ କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ମୋଟରୋଲା ଖୁବ୍ ଶୀଘ୍ର ନିଜ ଗ୍ରାହକଙ୍କ ପାଇଁ ଭାରତୀୟ ସ୍ମାର୍ଟଫୋନ୍ ବଜାରରେ ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି । ମୋଟରୋଲାର ଆଗାମୀ ଫୋନର ନାମ ହେଉଛି Motorola Edge 50 Ultra ।

ପ୍ରତି ମାସରେ ଅନେକ ସ୍ମାର୍ଟଫୋନ୍ ନୂଆ ଫିଚର୍ସ ସହିତ ବଜାରରେ ଲଞ୍ଚ କରାଯାଏ । ଯଦି ଆପଣ ନିଜ ପାଇଁ ଏକ ନୂଆ ଫୋନ୍ କିଣିବାକୁ ପ୍ଲାନ କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ମୋଟରୋଲା ଖୁବ୍ ଶୀଘ୍ର ନିଜ ଗ୍ରାହକଙ୍କ ପାଇଁ ଭାରତୀୟ ସ୍ମାର୍ଟଫୋନ୍ ବଜାରରେ ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି । ମୋଟରୋଲାର ଆଗାମୀ ଫୋନର ନାମ ହେଉଛି Motorola Edge 50 Ultra । ଗତ କିଛି ଦିନ ହେବ ଏହି ବିଷୟରେ ଅନେକ ଲିକ୍ ଆସୁଛି ।

Motorola Edge 50 Ultra ଏକ ମିଡ୍ ରେଞ୍ଜର ଫ୍ଲାଗସିପ୍ ସ୍ମାର୍ଟଫୋନ୍ ହେବାକୁ ଯାଉଛି । ଆପଣ ଏଥିରେ ଅନେକ ଦମଦାର ଫିଚର୍ସ ମଧ୍ୟ ପାଇବାକୁ ଯାଉଛନ୍ତି । କମ୍ପାନୀ ଏହି ସ୍ମାର୍ଟଫୋନକୁ ବିଶ୍ୱ ବଜାରରେ ଲଞ୍ଚ କରିସାରିଛି ଏବଂ ବର୍ତ୍ତମାନ ଏହାକୁ ଭାରତୀୟ ବଜାରରେ ଲଞ୍ଚ କରିବାକୁ ପ୍ରସ୍ତୁତି ଚାଲିଛି । Motorola Edge 50 Ultra ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଯଥା BIS ରେ ଦେଖିବାକୁ ମିଳିଛି । ଏହା ପରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି ଯେ ଏହାର ଲଞ୍ଚ ଡେଟ୍ ଖୁବ୍ ଶୀଘ୍ର ପ୍ରକାଶ ପାଇପାରେ ।

ମୋଟୋର ଏହି ଫୋନ୍ BIS ରେ ମଡେଲ୍ ନମ୍ବର XT2401-1 ସହିତ ଦେଖାଯାଇଛି । ଏହି ସ୍ମାର୍ଟଫୋନ୍ ୫୦ ମେଗାପିକ୍ସେଲ କ୍ୟାମେରା ଏବଂ ୧୨୫W ଫାଷ୍ଟ ଚାର୍ଜିଂ ସହିତ ମାର୍କେଟକୁ ଆସିପାରେ । ଗ୍ରାହକମାନେ Motorola edge 50 ultraରେ ଫ୍ଲାଗସିପ୍ ଲେବଲର ଫିଚର୍ସ ପାଇପାରିବେ । ଏହି ସ୍ମାର୍ଟଫୋନରେ ଗ୍ରାହକମାନେ ୬.୭ ଇଞ୍ଚ ଫୁଲ୍ HD ପ୍ଲସ୍ ଡିସପ୍ଲେ ପାଇପାରିବେ । ଏହା ୧୪୪Hz ର ରିଫ୍ରେସ ରେଟ ମଧ୍ୟ ପାଇପାରନ୍ତି । ଆପଣ ଏହାକୁ ସହଜରେ ସୂର୍ଯ୍ୟ କିରଣରେ ମଧ୍ୟ ବ୍ୟବହାର କରିପାରିବେ କାରଣ କମ୍ପାନୀ ୨୫୦୦ ନିଟ୍ସର ପିକ୍ ବ୍ରାଇଟନେସକୁ ସପୋର୍ଟ କରିଛି ।

Motorola edge 50 ultraର ଷ୍ଟୋରେଜ୍ ଏବଂ RAM ବିଷୟରେ କହିବାକୁ ଗଲେ ଏଥିରେ ୧୬GB ପର୍ଯ୍ୟନ୍ତ LPDDR5X RAM ରହିବ ଏବଂ ଏଥିରେ ୧TB ପର୍ଯ୍ୟନ୍ତ ଷ୍ଟୋରେଜ୍ ଦିଆଯାଇପାରିବ । ଆପଣ ଏହି ଫୋନରେ ସହଜରେ ଭାରୀ ଟାସ୍କ କରିପାରିବେ । ଏହି ସ୍ମାର୍ଟଫୋନ୍ ସ୍ନାପଡ୍ରାଗନ୍ 8s ଜେନ 3 ପ୍ରୋସେସର ସହିତ ଭାରତରେ ପ୍ରବେଶ କରିପାରେ । Motorola Edge 50 Ultraର ପଛରେ ଟ୍ରିପଲ୍ କ୍ୟାମେରା ସେଟଅପ୍ ପ୍ରଦାନ କରାଯାଇଛି । ଏଥିରେ ୫୦ + ୫୦ + ୬୪ ମେଗାପିକ୍ସେଲର ତିନୋଟି କ୍ୟାମେରା ସେନ୍ସର ଅଛି ।

Edge 50 ultraର ପ୍ରାଇମେରୀ କ୍ୟାମେରା OIS ଫିଚର୍ସ ସହିତ ଆସିଥାଏ । ଏହି ସ୍ମାର୍ଟଫୋନରେ ସେଲଫି ଏବଂ ଭିଡିଓ କଲିଂ ପାଇଁ ୫୦ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଅଛି । ସ୍ମାର୍ଟଫୋନକୁ ପାୱାର ଦେବା ପାଇଁ ଏହାକୁ ୪୫୦୦mAh ବ୍ୟାଟେରୀ ଯୋଗାଇ ଦିଆଯାଇଛି । ଆପଣ ୧୨୫W ଫାଷ୍ଟ ଚାର୍ଜର ସହିତ ମାତ୍ର କିଛି ମିନିଟରେ ହିଁ ଏହାକୁ ଫୁଲ୍ ଚାର୍ଜ କରିପାରିବେ । ଆପଣଙ୍କୁ କହି ରଖୁଛୁ ଯେ Edge 50 Ultra IP68 ୱାଟର ରେଟିଙ୍ଗ ସହିତ ଆସିଥାଏ ।