ଭାରତରେ ଲଞ୍ଚ ହେଲା Motorola Edge 60 Fusion, ଜାଣନ୍ତୁ ପ୍ରାଇସ୍ ଏବଂ ପିଚର୍ସ

ବହୁତ ଦିନ ଅପେକ୍ଷା ପରେ ଶେଷରେ ଭାରତରେ ଏଣ୍ଟ୍ରି କଲା Motorola Edge 60 Fusion । ସ୍ମାର୍ଟଫୋନ୍ ଲଭର୍ସମାନେ ବହୁତ ମାସ ଧରି ଅପେକ୍ଷା କରି ରହିଥିଲେ, ଯେ ଏହି ସ୍ମାର୍ଟଫୋନ୍ କେବେ ଲଞ୍ଚ ହେବ । Motorola ର ଏହି Edge 60 Fusion ସ୍ମାର୍ଟଫୋନରେ ଅନେକ ଫ୍ଲାଗସିପ୍ ଫିଚର୍ସ ମିଳିବ । କମ୍ପାନୀ ଲଞ୍ଚ ପୂର୍ବରୁ ଏହାର ଫିଚର୍ସ ବିଷୟରେ ପ୍ରକାଶ କରିଦେଇଥିଲା । ଯଦି ଆପଣ ମିଡ୍ ରେଞ୍ଜ ଫ୍ଲାଗସିପ୍ ସ୍ମାର୍ଟଫୋନ୍ କ୍ୟାଟାଗୋରୀରେ ଏକ ନୂଆ ଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି ତେବେ ଏହି ଫୋନ୍ ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।

Motorola ନିଜର ଏହି ଲଶଟେଷ୍ଟ Motorola Edge 60 Fusion କୁ ଏପରି ଭାବରେ ଡିଜାଇନ୍ କରିଛି ଯେ ଆପଣ ଡେଲି ରୁଟିନ୍ ୱାର୍କ ସହିତ ମଲ୍ଟି ଟାସିଂ ଏବଂ ଗେମିଙ୍ଗ ଭଳି କାମ ମଧ୍ୟ କରିପାରିବେ । ଏଥିରେ ଆପଣଙ୍କୁ ଫଟୋଗ୍ରାଫି ପାଇଁ ଦମଦାର୍ କ୍ୟାମେରା ସେଟ୍ଅପ୍ ମଧ୍ୟ ଦିଆଯାଇଛି । ତେବେ ଆସନ୍ତୁ ଜାଣିବା ଏହି ସ୍ମାର୍ଟଫୋନର ଫିଚର୍ସ ଏବଂ ପ୍ରାଇସ୍ ବିଷୟର ଡିଟେଲ୍ସ ।

Motorola Edge 60 Fusion ର ପ୍ରାଇସ୍ :
Motorola Edge 60 Fusion କୁ Motorola ଦୁଇଟି ଷ୍ଟୋରେଜ୍ ଭ୍ୟାରିଆଣ୍ଟ ସହିତ ଲଞ୍ଚ କରିଛି । ଏଥିରେ ପ୍ରଥମ ଭାରିଆଣ୍ଟ ୮GB RAM ଏବଂ ୨୫୬GB ଷ୍ଟୋରେଜ୍ ସହିତ ଆସିଥାଏ । ସେହିଭଳି ଏହାର ଅନ୍ୟ ଭାରିଆଣ୍ଟ ୧୨GB RAM ଏବଂ ୨୫୬GB ଷ୍ଟୋରେଜ୍ ସହିତ ଲଞ୍ଚ ହୋଇଛି । ଯଦି ଆପଣ ୮GB RAM ଭାରିଆଣ୍ଟ କିଣୁଛନ୍ତି ତେବେ ଏଥିପାଇଁ ୨୨,୯୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ଏବଂ ଯଦି ଆପଣ ୧୨GB ଭାରିଆଣ୍ଟ କିଣୁଛନ୍ତି ତେବେ ଏଥି ପାଇଁ ଆପଣଙ୍କୁ ୨୪,୯୯୯ ଟଙ୍କା ଖର୍ଚ୍ଚ କରିବେ । କମ୍ପାନୀ Motorola Edge 60 Fusion ରେ ତିନୋଟି କଲର ଅପ୍ସନ ମଧ୍ୟ ଦେଇଛି ଯାହା ରହିଛି – ବ୍ଲୁ, ପିଙ୍କ ଏବଂ ଭାଓଲେଟ୍ କଲର ଅପ୍ସନରେ ଆପଣ କିଣିପାରିବେ ।

ଏଥି ସହ ଯଦି ଆପଣ Motorola Edge 60 Fusion କୁ କିଣିବାକୁ ପ୍ଲାନ୍ କରୁଛନ୍ତି ତେବେ ଆପଣଙ୍କୁ କହିରଖୁଛୁ ଯେ ଏହାର ସେଲ୍ ଭାରତରେ ଏପ୍ରିଲ୍ ୯, ୨୦୨୫ ରୁ ଆରମ୍ଭ ହେବ । ଆପଣ ଏହାକୁ ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟରୁ ମଧ୍ୟ କିଣିପାରିବେ । ବ୍ୟାଙ୍କ ଅଫର ସହିତ ଆପଣ ଏହି ଫୋନକୁ ଆପ ଡିସକାଉଣ୍ଟ ସହିତ କିଣିପାରିବେ । ଫାଷ୍ଟ ସେଲ୍ ଅଫରରେ ଆପଣ ଏହାକୁ ୨୦,୯୯୯ ଟଙ୍କା ମୂଲ୍ୟରେ କିଣିପାରିବେ ।

Motorola Edge 60 Fusion ର ଫିଚର୍ସ :

୧. Motorola Edge 60 Fusion ରେ ୬.୭ ଇଞ୍ଚର P-OLED ଡିସପ୍ଲେ ପ୍ୟାନେଲ୍ ଦିଆଯାଇଛି ।
୨. ଡିସପ୍ଲେରେ ୧୨୦ Hz ର ରିଫ୍ରେସ୍ ରେଟ୍ ଏବଂ ୪୫୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସ୍ ଦିଆଯାଇଛି ।
୩. ଆଉଟ୍ ଅଫ୍ ଦି ବକ୍ସ ଏହି ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ 15 ଉପରେ କାମ କରିଥାଏ । ୟ
୪. ପରଫରମାନ୍ସ ପାଇଁ ଏହି ସ୍ମାର୍ଟଫୋନକୁ MediaTek Dimensity 7400 ଚିପସେଯ୍ ସହିତ ଲେସ୍ କରାଯାଇଛି ।
୫. Motorola Edge 60 Fusion ରେ ୧୨GB RAM ଏବଂ ୨୫୬GB ପର୍ଯ୍ୟନ୍ତ ଷ୍ଟୋରେଜ୍ ମିଳିଥାଏ ।
୬. ଏହି ସ୍ମାର୍ଟଫୋନର ରିୟରେ ଡୁଆଲ୍ କ୍ୟାମେରା ସେଟଅପ୍ ମିଳିଥାଏ ଯେଉଁଥିରେ ୫୦ +୧୩ ମେଗାପିକ୍ସେଲର ସେନ୍ସର ରହିଛି ।
୭. ସେଲଫି ଏବଂ ଭିଡିଓ କଲିଂ ପାଇଁ ଫ୍ରଣ୍ଟରେ ୩୨ ମେଗାପିକ୍ସେଲର କ୍ୟାମେରା ଦିଆଯାଇଛି ।

୮. Motorola Edge 60 Fusion ରେ ୫୫୦୦ mAh ର ବ୍ୟାଟେରୀ ଦିଆଯାଇଛି, ଯାହା ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିଥାଏ ।