Motorola ଲଞ୍ଚ କରିଛି ଏକ ପାୱାରଫୁଲ୍ ସ୍ମାର୍ଟଫୋନ୍, ରହିଛି ଜବରଦସ୍ତ ଫିଚର୍ସ ଏବଂ ପ୍ରାଇସ୍

Motorola ଭାରତରେ ଆଉ ଏକ ଦମଦାର୍ ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଏହି Motorola ଫୋନଟିକୁ Moto Edge 60 ସିରିଜରେ ଉପସ୍ଥାପନ କରାଯାଇଛି । ଏହି ଫୋନରେ ଏକ ପାୱାରଫୁଲ୍ ୬,୦୦୦mAh ର ବ୍ୟାଟେରୀ ଏବଂ ୧୨GB RAM ଭଳି ଫିଚର୍ସ ଉପଲବ୍ଧ । ଫୋନର ଲୁକ୍ ଏବଂ ଡିଜାଇନ୍ ଏହି ସିରିଜର ନିକଟରେ ଲଞ୍ଚ ହୋଇଥିବା Motorola Edge 60 Fusion ସହିତ ସମାନ । ଏହି Motorola ଫୋନର ଖାସ୍ କଥା ହେଉଛି ଏଥିରେ ୱାଟର ଏବଂ ଡଷ୍ଟ ପ୍ରୁଭ୍ ଫିଚର୍ସ ଦିଆଯାଇଛି ।
ଏହି Motorola ଫୋନ୍ ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟରେ ଉପଲବ୍ଧ ଯାହା ହେଉଛି – ୮GB RAM + ୧୨୮GB ଏବଂ ୧୨GB RAM + ୨୫୬GB । ଏହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୨୯,୯୯୯ ଟଙ୍କା । ସେହିଭଳି ଏହାର ଟପ୍ ଭାରିଆଣ୍ଟର ମୂଲ୍ୟ ୩୩,୯୯୯ ଟଙ୍କା । ଏହାକୁ ପାଣ୍ଟୋନ୍ ଡାଜଲିଂ ବ୍ଲୁ, ପାଣ୍ଟୋନ୍ ସ୍ପାର୍କଲିଂ ଗ୍ରେପ୍ ଏବଂ ପାଣ୍ଟୋନ୍ ସାଡୋ ରଙ୍ଗ ବିକଳ୍ପରେ କିଣାଯାଇପାରିବ । ଏହି ଫୋନର ପ୍ରଥମ ବିକ୍ରୟ ୭ ମଇ ଦିନ ମଧ୍ୟାହ୍ନ ୧୨ଟାରେ ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟ ମାଧ୍ୟମରେ ଆୟୋଜିତ ହେବ । ବର୍ତ୍ତମାନ ଭାରତରେ ଏହି ଫୋନର ପ୍ରି-ଅର୍ଡର ଆରମ୍ଭ ହୋଇଯାଇଛି ।
Motorola Edge 60 Pro ର ଫିଚର୍ସ :
ଏହି Motorola ଫୋନ୍ MediaTek Dimensity ୮୩୫୦ Extreme ପ୍ରୋସେସରରେ କାମ କରେ, ଯାହା ସହିତ ୧୨GB RAM ଏବଂ ୨୫୬GB ପର୍ଯ୍ୟନ୍ତ ଇଣ୍ଟରନାଲ୍ ଷ୍ଟୋରେଜ୍ ଉପଲବ୍ଧ ହେବ । ଏହି ଫୋନ୍ Android 15 ଉପରେ ବେସ୍ଡ ଏକ କଷ୍ଟମାଇଜ୍ଡ ଅପରେଟିଂ ସିଷ୍ଟମରେ କାମ କରେ ।
କନେକ୍ଟିଭିଟି ପାଇଁ, ଏହି ସ୍ମାର୍ଟଫୋନରେ WiFi 6E, Bluetooth 5.4, USB Type C ଭଳି ବୈଶିଷ୍ଟ୍ୟ ରହିଛି । ଏହା IP68 ଏବଂ IP69 ରେଟିଂ ହେବ, ଯାହା ଫଳରେ ଏହି ଫୋନଟି ପାଣି ଏବଂ ଧୂଳି ଦ୍ୱାରା କ୍ଷତିଗ୍ରସ୍ତ ହେବ ନାହିଁ ।
Moto Edge 60 Pro ରେ ଏକ ପାୱାରଫୁଲ୍ ୬୦୦୦mAh ବ୍ୟାଟେରୀ ଅଛି, ଯାହା ସହିତ ୯୦W ଟର୍ବୋପାୱାର ଫାଷ୍ଟ ଚାର୍ଜିଂ ଫିଚର ଉପଲବ୍ଧ । ସେହିଭଳି ଫୋନରେ ୧୫W ୱାୟାରଲେସ୍ ଏବଂ ୫W ରିଭର୍ସ ଚାର୍ଜିଂ ଫିଚର ମଧ୍ୟ ଦିଆଯାଇଛି । ସେଫ୍ଟି ପାଇଁ, ଏଥିରେ ଏକ ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ମଧ୍ୟ ରହିବ ।
Motorola Edge 60 Proର କ୍ୟାମେରା :
ଏହି ମୋଟୋରୋଲା ଫୋନଟି ଟ୍ରିପଲ୍ କ୍ୟାମେରା ସେଟଅପ୍ ସହିତ ଆସିଥାଏ । ଏଥିରେ ଏକ ୫୦MP ମେନ୍ କ୍ୟାମେରା ଅଛି, ଯାହା OIS ଅର୍ଥାତ୍ ଅପ୍ଟିକାଲ୍ ଇମେଜ୍ ଷ୍ଟାବ୍ଲାଇଜେସନ୍ ଫିଚରକୁ ସପୋର୍ଟ କରେ । ଏହା ବ୍ୟତୀତ, ଏଥିରେ ଏକ ୫୦MP ଅଲ୍ଟ୍ରା ୱାଇଡ୍ ଏବଂ ୧୦MP ଟେଲିଫଟୋ କ୍ୟାମେରା ରହିବ, ଯାହା 3x ଅପ୍ଟିକାଲ୍ ଜୁମ୍ ସପୋର୍ଟ କରେ । ଏଥି ସହ ସେଲଫି ଏବଂ ଭିଡିଓ କଲିଂ ପାଇଁ ଫୋନରେ ୫୦MP କ୍ୟାମେରା ଅଛି । ଯଦି ଆପଣ ଆଫର୍ଡେବଲ୍ ପ୍ରାଇସରେ ଏକ ଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏହି ଫୋନ୍ ବେଷ୍ଟ ଅପ୍ସନ ହୋଇପାରିବ ।