ବର୍ତ୍ତମାନ ସମୟରେ Motorola ର କ୍ରେଜ୍ ଅଧିକ ରହିଛି । ଏହାରି ମଧ୍ୟରେ ମୋଟୋରୋଲା ପୁଣି ଥରେ ଭାରତୀୟ ବଜାରରେ ଏଣ୍ଟ୍ରି କରିଛି । Motorola Edge 70 Fusion କୁ Edge 70 ସିରିଜ ଲିଷ୍ଟ ଏଡିସନରେ ଲଞ୍ଚ କରିଛି । ନୂଆ ଏହି ହ୍ୟାଣ୍ଡସେଟରେ କେତେକ ସ୍ପେଶିଫିକେସନ ଷ୍ଟାଣ୍ଡର୍ଡ Edge 70 Fusion ଭଳି ସମାନ ରହିଛି । କିନ୍ତୁ ଏହାର ଅପଗ୍ରେଡରେ ଏଥିରେ ଜବରଦସ୍ତ କ୍ୟାମେରା ସିଷ୍ଟମ ପ୍ରଦାନ କରାଯାଇଛି । ଏଥିରେ ଏକ ଗ୍ଲାସ୍-ଫାଇବର ରିଇନଫୋର୍ସଡ୍ ପଲିମର ବ୍ୟାକ୍ ପ୍ୟାନେଲ୍, ଏକ ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ଏବଂ ଫେସିଆଲ୍ ରେକଗ୍ନିସନ୍ ସପୋର୍ଟ ରହିଛି ।
ଫିଚର୍ସ :
ଫଟୋଗ୍ରାଫି ପାଇଁ Motorola Edge 70 Fusionରେ ଟ୍ରିପଲ ରିଅର କ୍ୟାମେରାର ସେଟଅପ୍ ରହିଛି । ଯେଉଁଥିରେ 50MP Sony LYTIA 710 ପ୍ରାଇମେରୀ ସେନ୍ସର ସାମିଲ ରହିଛି । କ୍ୟାମେରା ସେଟଅପରେ 50MPର ଅଲଟ୍ରା ହ୍ବାଇଟ୍ କ୍ୟାମେରା ଏବଂ 3X ଅପ୍ଟିକଲ୍ ଜୁମ୍ ଏବଂ 10xଡିଜିଟାଲ ଜୁମ୍ ସହିତ 10 MPଟେଲିଫଟୋ କ୍ୟାମେରା ମଧ୍ୟ ସାମିଲ ରହିଛି । ସେଲ୍ଫି ଏବଂ ଭିଡିଓ କଲ୍ ପାଇଁ ଫୋନରେ 4K ଭିଡିଓ ରେକର୍ଡିଂ କାପାବିଲିଟି ସହିତ 50-ମେଗାପିକ୍ସେଲ ଫ୍ରଣ୍ଟ୍ କ୍ୟାମେରା ରହିଛି ।
ଏହି ସ୍ମାର୍ଟଫୋନ୍ଟି Snapdragon 7s Gen 4 ଚିପସେଟ୍ ଏବଂ 144Hz AMOLED ଡିସପ୍ଲେର ସୁବିଧା ରହିଛି । ଯେଉଁଥିରେ ଫାଷ୍ଟ ଚାର୍ଜିଂର ସୁବିଧା ସହିତ 5200mAhର ବ୍ୟାଟେରୀ ରହିଛି । ଏହି ଫୋନଟିରେ 144Hz ରିଫ୍ରେସ୍ ରେଟ୍ ଏବଂ HDR10+ ସପୋର୍ଟ ସହିତ 6.8 ଇଞ୍ଚ ଏବଂ 1.5K ସୁପର HD AMOLED ଡିସପ୍ଲେ ରହିଛି । ଏହା ବ୍ୟତୀତ ଏହି ସ୍ମାର୍ଟଫୋନ୍ଟି Qualcomm ର Snapdragon 7s Gen 4 ଚିପସେଟ୍ ଦ୍ୱାରା ପରିଚାଳିତ । ଏଥିରେ 12GB RAM ଏବଂ 256GB ଇଣ୍ଟରନାଲ ଷ୍ଟୋରେଜ୍ ମଧ୍ୟ ରହିଛି । ଏହା Android 16 ଉପରେ ବେସ୍ଡ Hello UI ରେ ଚାଲିଥାଏ ।
ଫୋନରେ 5200mAhର ପାୱାରଫୁଲ ବ୍ୟାଟେରୀ ରହିଛି । ଯାହା 68 W ଟର୍ବୋ ପାୱାର ଫାଷ୍ଟ ଚାର୍ଜିଂକୁ ସପୋର୍ଟ ଦେଇଥାଏ । ଏଥିରେ ଡୁଆଲ୍ ସିମ୍ ଏବଂ ଇ-ସିମର ସୁବିଧା ମଧ୍ୟ ରହିଛି । ଫୋନଟି IP68 ଏବଂ IP69 ରେଟିଂ ସହିତ ଲଞ୍ଚ କରାଯାଇଛି । ଯାହା ଧୂଳି ଏବଂ ପାଣିରୁ ପ୍ରୋଟେକ୍ଟ କରି ରଖିଥାଏ ।
ପ୍ରାଇସ୍ :
ଏହି ସ୍ମାର୍ଟଫୋନଟି ବର୍ତ୍ତମାନ ବ୍ରାଜିଲରେ ଉପଲବ୍ଧ । ଏହି ସ୍ମାର୍ଟଫୋନଟି Pantone Orient Blue ଏବଂ Pantone Blue Surf ରଙ୍ଗରେ ଉପଲବ୍ଧ । ବ୍ରାଜିଲରେ Motorola Edge 70 Fusionର ପ୍ରାଇସ୍ ପାଖାପାଖି ୫୨,୯୦୦ଟଙ୍କା ରହିଛି । ଏଥିସହିତ 12GB + 256 GB RAM ଏବଂ ଷ୍ଟୋରେଜ୍ ସହିତ କେବଳ ଗୋଟିଏ ଭାରିଆଣ୍ଟ ବର୍ତ୍ତମାନ କମ୍ପାନୀର ୱେବସାଇଟରେ ଉପଲବ୍ଧ ।
Also Read : iQOO ଭାରତରେ ଲଞ୍ଚ କଲା 7200mAh ପାୱାରଫୁଲ ବ୍ୟାଟେରୀ ସହିତ ଗେମିଂ ଫୋନ୍, ଜାଣନ୍ତୁ ଏହାର ଫିଚର୍ସ ଏବଂ ପ୍ରାଇସ୍