ଏହି ଦିନ ଭାରତରେ ଲଞ୍ଚ ହେବ Motorola Edge 70, ମିଳିବ ଜବରଦସ୍ତ ଫିଚର୍ସ

ଭାରତରେ Motorola Edge 70ର ଲଞ୍ଚ ନିଶ୍ଚିତ ହୋଇଛି । ଆସନ୍ତା ସପ୍ତାହରେ ଏହି ଫୋନ ଭାରତୀୟ ବଜାରରେ ଲଞ୍ଚ ହେବ । ନିକଟରେ ଏହି ଫୋନକୁ ୟୁରୋପ ଏବଂ ମିଡିଲ୍ ଇଷ୍ଟରେ ଲଞ୍ଚ କରାଯାଇଛି । ମୋଟୋରୋଲାର ଏହି ଫୋନ୍ ତିନୋଟି କଲର୍ ଅପ୍ସନରେ ଆସିଥାଏ – ପେନାଟୋନ୍ ବ୍ରୋଞ୍ଜ ଗ୍ରୀନ୍, ପେନାଟୋନ୍ ଲିଲି ପ୍ୟାଡ୍ ଏବଂ ଗ୍ୟାଜେଟ୍ ଗ୍ରେ । ଭାରତରେ ଏହି ଫୋନରେ ତିନୋଟି ୫୦MP କ୍ୟାମେରା ଏବଂ ଏକ ବଡ଼ ବ୍ୟାଟେରୀ ରହିବ ।

ମୋଟୋରୋଲା ନିଶ୍ଚିତ କରିଛି ଯେ ଏହି ଅଲଟ୍ରା-ସ୍ଲିମ୍ ଫୋନ୍ ଡିସେମ୍ବର ୧୫ ରେ ଭାରତରେ ଲଞ୍ଚ ହେବ । ଏହି ଫୋନ୍ ୫.୯୯mm ସ୍ଲିମ୍ ହେବ ଏବଂ ଏଥିରେ ଅନେକ ଜବରଦସ୍ତ ଫିଚର୍ସ ମିଳିବ । ମୋଟୋରୋଲାର ଏହି ଫୋନକୁ ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟ ଏବଂ ରିଟେଲ ଚ୍ୟାନେଲ ମାଧ୍ୟମରେ ବିକ୍ରି କରାଯିବ । Motorola Edge 70 ବିଶ୍ୱ ଭାରିଆଣ୍ଟ ତୁଳନାରେ କିଛି ଅପଗ୍ରେଡ୍ ସହିତ ଭାରତୀୟ ବଜାରରେ ପରିଚିତ ହେବ ।

Motorola Edge 70 ଫିଚର୍ସ:

ମୋଟୋରୋଲାର ଏହି ଫୋନରେ ୬.୬୭ ଇଞ୍ଚର pOLED ଡିସପ୍ଲେ ରହିବ । ଫୋନର ଡିସପ୍ଲେ ୧୨୨୦ x ୨୭୧୨ ପିକ୍ସେଲର ରିଜୋଲ୍ୟୁସନ୍ ସହିତ ୧୨୦Hz ରିଫ୍ରେସ୍ ରେଟ୍ ସପୋର୍ଟ କରିବ । ମୋଟୋରୋଲାର ଏହି ଫ୍ଲାଗସିପ୍ ଫୋନ୍ ୪୫୦୦ nits ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସ୍ କୁ ସପୋର୍ଟ କରେ ଏବଂ ଏଥିରେ କର୍ଣ୍ଣିଂ ଗୋରିଲା ଗ୍ଲାସ୍ 7i ପ୍ରୋଟେକ୍ସନ ଅଛି । ଫୋନ୍ IP68 ଏବଂ IP69 ରେଟିଂକୁ ସପୋର୍ଟ କରେ, ଯେଉଁଥିପାଇଁ ଫୋନ୍ ପାଣି ଏବଂ ଧୂଳିରେ ଖରାପ ହେବ ନାହିଁ ।

ଏହି ଫୋନ୍ Qualcomm Snapdragon 7 Gen 4 ପ୍ରୋସେସର ଦ୍ୱାରା ପରିଚାଳିତ ହେବ । ଏଥିରେ ୧୨ ଜିବି ରାମ୍ ସହିତ ୫୧୨ ଜିବି ଷ୍ଟୋରେଜ୍ ରହିଛି । ଫୋନର ପଛ ଭାଗରେ ଟ୍ରିପଲ ରିୟର କ୍ୟାମେରା ସେଟଅପ୍ ରହିବ । ଏଥିରେ ୫୦ ମେଗାପିକ୍ସଲ ମେନ୍ OIS କ୍ୟାମେରା ଲାଗିଛି। ଏହା ସହିତ ୫୦MP ଅଲଟ୍ରା-ୱାଇଡ୍ ଏବଂ ଏକ ଡେଡିକେଟେଡ୍ 3-ଇନ୍-1 ଲାଇଟ୍ ସେନ୍ସର ରହିବ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୫୦MP କ୍ୟାମେରା ଅଛି ।

ମୋଟୋରୋଲାର ଏହି ଫୋନରେ ୪,୮୦୦mAh ସିଲିକନ-କାର୍ବନ ବ୍ୟାଟେରୀ ରହିଛି । କମ୍ପାନୀ ଦାବି କରିଛି ଯେ ଏହା ଗୋଟିଏ ଚାର୍ଜରେ ୨୯ ଘଣ୍ଟା ଭିଡିଓ ପ୍ଲେବ୍ୟାକ୍ ଏବଂ ୬୬ ଘଣ୍ଟା ପର୍ଯ୍ୟନ୍ତ ମ୍ୟୁଜିକ୍ ପ୍ଲେବ୍ୟାକ୍ ବ୍ୟାକଅପ୍ ପ୍ରଦାନ କରେ । ଏଥିରେ କନେକ୍ଟିଭିଟି ପାଇଁ ୱାଇ-ଫାଇ, ବ୍ଲୁଟୁଥ୍, NFC ଭଳି ଫିଚର୍ସ ରହିଛି ଏବଂ ୬୮W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ ।

Also read: ଷ୍ଟାଇଲିସ୍ ଡିଜାଇନ୍ ସହ ଆସିବାକୁ ଯାଉଛି Vivo X200 FE, ମିଳିବ ପାୱାରଫୁଲ୍ କ୍ୟାମେରା