Motorola Edge Plus ଭାରତରେ ହେଲା ଲଞ୍ଚ, ମିଳିବ ୧୦୮ ମେଗାପିକ୍ସେଲ କ୍ୟାମେରା

କରୋନା ଭାଇରସ ଯୋଗୁଁ ସମଗ୍ର ଦେଶରେ ଏବେ ଲକଡାଉନ ଚାଲିଛି। ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ହୋଇଥିବା ଲକଡାଉନ ଏବେ ଚୁତର୍ଥ ପର୍ଯ୍ୟାୟରେ ପହଞ୍ଚିଛି। ଏହା ମଧ୍ୟରେ Motorola କମ୍ପାନୀ ଭାରତରେ ପ୍ରଥମ ୧୦୮ ଏମପି କ୍ୟାମେରା ସେନସରଯୁକ୍ତ ସ୍ମାର୍ଟଫୋନ motorola Edge Plus ଲଞ୍ଚ କରିଛି। ଏଥିରେ ସ୍ନାପଡ୍ରାଗନ ୮୬୫ ଚିପସେଟ୍‌ର ବ୍ୟବହାର ହୋଇଛି।

moto g

ଏହି ଫୋନରେ ୬.୭ ଇଞ୍ଚର ଫୁଲ ଏଚଡି ସହିତ ଏଣ୍ଡଲେସ ଏଜ ଡିସପ୍ଲେ। ରହିଛି। ଏହି ସ୍ମାର୍ଟଫୋନ ଆଣ୍ଡ୍ରଏଡ ୧୦ରେ କାମ କରିଥାଏ।ସ୍ପିଡ ଏବଂ ମଲ୍ଟିଟାସକିଂ ପାଇଁ ଫୋନରେ କ୍ୱାଲାକମ ସ୍ନାପଡ୍ରାଗନ ୮୬୫ ଅକ୍ଟୋ କୋର ପ୍ରୋସେସର ସହିତ ଗ୍ରାଫିକ୍ସ ପାଇଁ ୬୫୦ ଜିପିୟୁ ଏବଂ ୧୨ ଜିବି ଏଲପିଡିଡିଆର ୫ ରାମ ରହିଛି। ସିକ୍ୟୁରିଟ ପାଇଁ ଫୋନରେ ଇନ ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନସର ମଧ୍ୟ ରହିଛି। ଫଟୋ, ଭିଡିଓ ଏବଂ ଅନ୍ୟ ସବୁ ଜିନିଷ ସୁରକ୍ଷିତ କରିବା ପାଇଁ ୨୫୬ ଜିବି ଷ୍ଟୋରେଜ ରହିଛି।

Motorola-Edge-camera-macro-3

ଫୋନରେ ୧୦୮ ଏମପି ପ୍ରାଇମେରୀ କ୍ୟାମେରା ସେନସର ରହିଛି। ଏହାସହିତ୧୬ ଏମପି ଅଲଟ୍ରା ଓ୍ଵାଇଣ୍ଡ ଆଙ୍ଗେଲ କ୍ୟାମେରା ସହ ୧୧୭ ଡିଗ୍ରୀ ଫିଲ୍ଡ ଅଫ ଭ୍ୟୁ ମଧ୍ୟ ରହିଛି। ସେଲଫି ଏବଂ ଭିଡିଓ କଲିଂ ପାଇଁ ୨୫ ଏମପି୍‌ ଫ୍ରଣ୍ଟ କ୍ୟାମେରା ସେନସର ମଧ୍ୟ ରହିଛି। ଏହି ଫୋନ ୨୬ ମଇରୁ ଫ୍ଲିପକାର୍ଟ ଏବଂ ପ୍ରମୁଖ ରିଟେଲର ଷ୍ଟୋରରେ ଉପଲବ୍ଧ ହେବ। କିନ୍ତୁ ଆଜିଠାରୁ ଫୋନର ପ୍ରି ବୁକିଂ ଆରମ୍ଭ ହେଉଛି। ଏହି ଫୋନ ଆଇସିଆଇସିଆଇ ବ୍ୟାଙ୍କର କ୍ରେଡିଟ କାର୍ଡ ବ୍ୟବହାର କରି କିଣିଲେ ୭୫୦୦ ଟଙ୍କାର ଇନଷ୍ଟାଣ୍ଟ ଡିସକାଉଣ୍ଟ ମିଳିବ। ଏହାର ଆନୁମାନିକ ମୂଳ୍ୟ ୭୬,୪୯୦ ରହିଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.