୨୦ ହଜାରରୁ କମ୍ ବଜେଟରେ ମିଳିବ Motorola G85 5G, ରହିଛି ଦମଦାର୍ ଫିଚର୍ସ

ସ୍ମାର୍ଟଫୋନ ଲର୍ଭସଙ୍କ ପାଇଁ ଖୁସି ଖବର । ଯଦି ଆପଣ ୨୦ ହଜାରରୁ କମ୍ ବଜେଟ୍ ଥିବା ସ୍ମାର୍ଟଫୋନ ଖୋଜୁଛନ୍ତି, ତେବେ Motorola G85 5G ବେଷ୍ଟ ଅପ୍ସନ ହୋଇପାରିବ । ଇ-କର୍ମସ ସାଇଟ୍ ଫ୍ଲିପକାର୍ଟରେ ଭାରି ଡିସକାଉଣ୍ଟ ସହିତ Motorola G85 5G ଉପଲବ୍ଧ । ଏହି ସମୟରେ ବ୍ୟାଙ୍କ ଅଫର ମାଧ୍ୟମରେ ଏକ୍ସଟ୍ରା ସଞ୍ଚୟ କରାଯାଇପାରିବ । ଏଠାରେ ଆପଣଙ୍କୁ Motorola G85 5G ଉପରେ ମିଳୁଥିବା ଅଫର ଏବଂ ସ୍ପେସିଫିକେସନ୍ ବିଷୟରେ ଡିଟେଲ୍ସ କହିବୁ ।

Motorola G85 5G ର ୮GB RAM ଏବଂ ୧୨୮GB ଷ୍ଟୋରେଜ୍ ଭ୍ୟାରିଆଣ୍ଟ ୧୭,୯୯୯ ଟଙ୍କାରେ ଇ-କର୍ମସ ସାଇଟ୍ ଫ୍ଲିପକାର୍ଟରେ ଲିଷ୍ଟ ହୋଇଛି । ବ୍ୟାଙ୍କ ଅଫର ବିଷୟରେ କହିବାକୁ ଗଲେ ଆପଣ IDFC Bank କ୍ରେଡିଟ କାର୍ଡ ମାଧ୍ୟମରେ ପେମେଣ୍ଟ ଉପରେ ୧୫୦୦ ଟଙ୍କା ଡିସକାଉଣ୍ଟ ପାଇପାରିବେ, ଯାହା ପରେ ଇଫେକ୍ଟିଭ୍ ପ୍ରାଇସ୍ ୧୬,୪୯୯ ଟଙ୍କା ହେବ । ଏକ୍ସଚେଞ୍ଜ ଅଫର କ୍ଷେତ୍ରରେ ପୁରୁଣା ଫୋନ ଦେଇ ୧୨,୦୦୦ ଟଙ୍କା ସେଭିଙ୍ଗ ହୋଇପାରିବ । ତଥାପି, ଏକ୍ସଚେଞ୍ଜ ଅଫରର ସର୍ବାଧିକ ଲାଭ ଏକ୍ସଚେଞ୍ଜରେ ଦିଆଯାଇଥିବା ଫୋନର କରେଣ୍ଟ କଣ୍ଡିସନ୍ ଏବଂ ମଡେଲ ଉପରେ ନିର୍ଭର କରେ ।

Motorola G85 5G Specificatios :

Motorola G85 5G ରେ ୬.୭ ଇଞ୍ଚର କର୍ଭଡ୍ pOLED ଡିସପ୍ଲେ ଦିଆଯାଇଛି, ଯାହାର FHD+ ରିଜୋଲ୍ୟୁସନ୍, ୧୨୦Hz ରିଫ୍ରେସ୍ ରେଟ୍ ଏବଂ ୧,୬୦୦ ନିଟ୍ସ ପିକ୍ ବ୍ରାଇଟନେସ୍ ରହିଛି । Motorola G85 5G ରେ ଅକ୍ଟା କୋର Qualcomm Snapdragon 6S Generation 3 ପ୍ରେସେସର ଦିଆଯାଇଛି । ଏହାସହ ଏଥିରେ ୮GB RAM ଏବଂ ୧୨୮GB ଇନବିଲ୍ଟ ଷ୍ଟୋରେଜ୍ ଅଛି, ଯାହା microSD card ସହିତ ଏକ୍ସପାଣ୍ଡ ହୋଇପାରିବ । Motorola G85 5G ଆଣ୍ଡ୍ରଏଡ୍ 14 ଅପରେଟିଂ ସିଷ୍ଟମରେ କାମ କରେ ।

Motorola G85 5G ର ରିୟରରେ ୫୦ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ଏବଂ ୮ମେଗାପିକ୍ସେଲର ଅଲ୍ଟ୍ରା-ୱାଇଡ୍ କ୍ୟାମେରା ଦିଆଯାଇଛି । ସେହିଭଳି ସେଲଫି ଏବଂ ଭିଡିଓ କଲିଂ ପାଇଁ ୩୨ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି । ସିକ୍ୟୁରିଟି ପାଇଁ Motorola G85 5G ରେ ଇନ୍ ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେନ୍ସର ଦିଆଯାଇଛି । ଏହାସହ Motorola G85 5G ରେ ୫,୦୦୦mAh ର ବ୍ୟାଟେରୀ ରହିଛି ଯାହାକି ୩୦W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ ।