Motorola ଲଞ୍ଚ୍‌ କରିବାକୁ ଯାଉଛି ଶସ୍ତା, ସୁନ୍ଦର ଏବଂ ଦୀର୍ଘସ୍ଥାୟୀ ସ୍ମାର୍ଟଫୋନ; କମ୍‌ ଦାମ୍‌ରେ ମିଳିବ ଏତେ ପତଳା ଫୋନ, ଜାଣନ୍ତୁ ଫିଚର୍ସ

ମୋଟୋରୋଲା କିଛି ନୂଆ ଫୋନ୍‌ ଯେପରି Moto E20, Moto E40 ଏବଂ Moto G50 5G(ସାଇପନ୍‌) ଉପରେ କାମ କରୁଛି। ଲୋକପ୍ରିୟ ଟିପ୍ସଟର Evan Blass ମୋଟୋରୋଲୋର ଅପ୍‌କମିଙ୍ଗ୍‌ ଫୋନର ଲିକ୍‌ ହୋଇଥିବା ରେଣ୍ଡର୍ସ ଶେୟାର କରିଛନ୍ତି। ଫଟୋରୁ ଜଣାପଡ଼ୁଛି, ଏହା ଏକ କମ୍‌ ବଜେଟ୍‌ର ଇ-ସିରିଜ୍‌ ସ୍ମାର୍ଟଫୋନ ହୋଇପାରେ। ଆସନ୍ତୁ ଜାଣିବା ଆଉ କ’ଣ ସବୁ ସାମ୍ନାକୁ ଆସିଛି।

ଫୋନ୍‌ର ଡିଜାଇନ

ଏହି ମୋଟୋରୋଲୋ ଫୋନ୍‌କୁ ଏକ ଟିୟରଡ୍ରପ୍‌ ନଞ୍ଚ୍‌ ଏବଂ ବହୁତ ମୋଟା ବଟମ୍‌ ବେଜଲ ସହିତ ଦେଖାଯାଇ ପାରିବ। ଡିଭାଇସ୍‌ରେ ଫିଙ୍ଗରପ୍ରିଣ୍ଟ ସ୍କାନରର ଅଭାବ ଥିଲା ଭଳି ଲାଗୁଛି। ଫୋନରେ ୩ ବଟନ ରହିବ, ଯାହା ବୋଧହୁଏ ପାଓ୍ଵର, ଭଲ୍ୟୁମ୍‌ ରକର୍‌ ଏବଂ ଗୁଗଲ ଆସିଷ୍ଟାଣ୍ଟ ପାଇଁ ହୋଇପାରେ। ଏକ ସିମ୍‌ କାର୍ଡ ସ୍ଲଟ୍‌ ଏହାର ବାମ ପଟେ ଥିବା ଦେଖାଯାଉଛି।

Moto E20ର କ୍ୟାମେରା

ଉପର ପଟେ 3.5mmର ଅଡିଓ ଜ୍ୟାକ୍‌ ଦେଖାଯାଇ ପାରିବ। ଡିଭାଇସ୍‌ର ତଳ ଭାଗରେ ସ୍ପୀକର ଗ୍ରିଲ ଏବଂ ୟୁଏସ୍‌ବି ପୋର୍ଟ ରହିଛି। ରିୟର-ଫେସିଙ୍ଗ୍‌ କ୍ୟାମେରା ୟୁନିଟ୍‌ରେ ଦୁଇଟି କ୍ୟାମେରା ଏବଂ ଏକ ଏଲ୍‌ଇଡି ଫ୍ଲାଶ ରହିଛି। ଏହା ରେଣ୍ଡର୍ସ ଅପ୍‌କମିଙ୍ଗ୍‌ Moto E20 ହ୍ୟାଣ୍ଡସେଟ୍‌ର ହୋଇପାରେ।

ନିକଟରେ ମଡେଲ ନମ୍ବର XT2155 ସହିତ Moto E20କୁ ବ୍ରାଜିଲର Anatel ପ୍ରମାଣନ ଏଜେନ୍ସି, ବ୍ଲୁଟୁଥ୍‌ SIG ଏବଂ TUV ରିନ୍‌ଲ୍ୟାଣ୍ଡ ଦ୍ୱାରା ଆପ୍ରୁଭ୍‌ କରାଯାଇଥିଲା। ଏହି ଲିଷ୍ଟିଙ୍ଗ୍‌ରୁ ଜଣାପଡ଼ୁଛି କି, ଏହା ବ୍ଲୁଟୁଥ୍‌ 5.0କୁ ସପୋର୍ଟ କରିଥାଏ ଏବଂ ଏଥିରେ 10W ଚାର୍ଜିଂ ସପୋର୍ଟ ସହିତ 3,760mAhର ବ୍ୟାଟେରୀ ସାମିଲ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.