ଲଞ୍ଚ ହେଲା Moto G71 5G ମୋବାଇଲ; ରହିଛି ଫାଷ୍ଟ ଚାର୍ଜିଂ System

ଭାରତରେ ଲଞ୍ଚ ହୋଇଛି Moto G71 5G, ଏହାର ଖାସ୍ କଥା ହେଉଛି ଯେ ଏହା ୨୦ ହଜାରରୁ କମ ଦାମରେ ଭାରତରେ ଲଞ୍ଚ ହୋଇଛି । ଏହି ଡିଭାଇସରେ Snapdragon 695 SoC ରହିଛି, ଯାହା ଭାରତରେ ପ୍ରଥମ । ମୋଟୋ ଜି ଲାଇନ୍ଅପ୍ ରେ ଏହା ତୃତୀୟ ମଡେଲ୍ ହେବ। ଏହାପୂର୍ବରୁ, ମୋଟୋ G51ଓ Moto G31 ଫୋନ୍ ଗୁଡିକ ଏହି ସିରିଜ୍ ଅଧୀନରେ ଲଞ୍ଚ କରାଯାଇଥିଲା । ଏହି ଫୋନର ବିକ୍ରୟ ଫ୍ଲିପକାର୍ଟରେ ଅନୁଷ୍ଠିତ ହେବ। ଏହି ଫୋନ୍ ବିଷୟରେ କମ୍ପାନୀ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଫୋନ୍ ଲଞ୍ଚ ବିଷୟରେ ସୂଚନା ଦେଇଥିଲା । ଏହି ନୂଆ ୫ଜି ଫୋନ ଭାରତରେ iQOO Z3 5G, Relame 8s 5G, Lava Agni 5G, Redmi Note 11T 5G ଫୋନକୁ ଟକ୍କର ଦେବ । କମ୍ପାନୀ ଏହି ଫୋନକୁ ସିଙ୍ଗିଲ ଭ୍ୟାରିଏଣ୍ଟରେ ଲଞ୍ଚ କରିଛି । ତେବେ ଏହାର ବିଶେଷତ୍ୱ ହେଉଛି ଏହାର ପ୍ରୋସେସର, ଆଣ୍ଡ୍ରଏଡ୍ ୧୧ ଏବଂ ୫୦ ମେଗାପିକ୍ସଲ କ୍ୟାମେରା ।
Motorola Moto G71 5Gର ଫିଚର୍ସ:
Moto G71 5G ରେ ୬.୪ ଇଞ୍ଚର ଫୁଲ Full HD+ ଡିସପ୍ଲେ ଦିଆଯାଇଛି । ଯେଉଁଥିରେ ୧୦୮୦x ୨୪୦୦ ରେଜୋଲ୍ୟୁସନ ଦେଖିବାକୁ ମିଳିବ । ଏହାର ଡିସପ୍ଲେର ରିଫ୍ରେଶ ରେଟ୍ ୬୦ ହର୍ଟଜ ରହିଛି । କ୍ୟାମେରା ବିଷୟରେ କହିଲେ ଫୋନରେ ଟ୍ରିପଲ ରିୟର କ୍ୟାମେରା ରହିଛି । ଯାହାର ପ୍ରାଇମେରୀ କ୍ୟାମେରା 50 MP ହୋଇଥିବାବେଳେ 8 MPର ଅଲ୍ଟ୍ରୱାଇଡ+ ଡେପ୍ଥ ସେନ୍ସର ଏବଂ ଏକ ମାଇକ୍ରୋ ଭିଜନ କ୍ୟାମେରା ଦିଆଯାଇଛି । ସେହିଭଳି ସେଲ୍ଫୀ ପାଇଁ ଫୋନରେ 16 MP ର କ୍ୟାମେରା ରହିଛି । ଫୋନରେ 5000 mAh ର ବ୍ୟାଟେରୀ ରହିଥିବାବେଳେ 33W ର ଚାର୍ଜିଂ ସୁବିଧା ଦେଖିବାକୁ ମିଳିବ । ଫିଙ୍ଗରପ୍ରିଣ୍ଟ ସେନ୍ସର ଭଳି ଅନ୍ୟାନ୍ୟ ଫିଚର୍ସ ମଧ୍ୟ ରହିଛି ଏହି ସ୍ମାର୍ଟଫୋନରେ ।
Motorola Moto G71 5Gର ସମ୍ଭାବିତ ଦାମ:
ଏହି ଫୋନ୍ ଗୋଟିଏ ପ୍ରକାରରେ ଲଞ୍ଚ କରାଯାଇଛି । ଏହା ୮ GB RAM ଏବଂ ୧୨୮GB ଷ୍ଟୋରେଜ୍ ସହିତ ଆସିପାରେ। ୟୁରୋପରେ ଏହି ଫୋନର ମୂଲ୍ୟ ବିଷୟରେ କହିବାକୁ ଗଲେ ଏହା ହେଉଛି EUR ୨୯୯.୯୯ ଅର୍ଥାତ୍ ପ୍ରାୟ ୨୫,୨୦୦। ଭାରତରେ ଏହି ଫୋନ୍ ୨୦,୦୦୦ ରୁ ୨୫,୦୦୦ ଟଙ୍କା ମଧ୍ୟରେ ଲଞ୍ଚ ହୋଇପାରିବ।