ଭାରତରେ ଲଞ୍ଚ ହେଲା Moto Pad 60 Pro ଟାବଲେଟ୍ ଏବଂ Motorola Book 60 PC, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ

ମିଡ୍ ବଜେଟରେ ଷ୍ଟାଇଲିସ୍ ସ୍ମାର୍ଟଫୋନ୍ ପାଇଁ ପପୁଲାର୍ ବ୍ରାଣ୍ଡ Motorola ବର୍ତ୍ତମାନ ଟାବଲେଟ୍ ଏବଂ PC ସେଗମେଣ୍ଟେରେ ଏଣ୍ଟ୍ରି କରିଛି । କମ୍ପାନୀ ଭାରତରେ Moto Pad 60 Pro ଟାବଲେଟ୍ ସହିତ Motorola Book 60 PCକୁ ଲଞ୍ଚ କରିଛି । Motorola ନିଜର ଟାବଲେଟ୍ ଏବଂ PC ର ପ୍ରାଇସ୍ କମ୍ ରଖିଛି । କମ୍ପାନୀ ଡାଇରେକ୍ଟ ଚୀନ ବ୍ରାଣ୍ଡ Redmi ସହିତ ଟକ୍କର ଦେଇ ଭାରତୀୟ ବଜାରରେ ଏହି ଟାବଲେଟ୍ ଏବଂ PCକୁ ଲଞ୍ଚ କରିଛି । ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ଡିଟେଲ୍ସ ।

Moto Pad 60 Pro :

Motorolaର ଏହି ଟାବଲେଟ୍ ୧୨.୭ ଇଞ୍ଚର ବଡ଼ FHD+ ଡିସପ୍ଲେ ସହିତ ଆସିଛି । ଏହି ଟାବଲେଟ ଡିସପ୍ଲେର ରିଜୋଲ୍ୟୁସନ୍ ୨୯୪୪ x ୧୮୪୦ ପିକ୍ସେଲ ରହିଛି । କମ୍ପାନୀ ଏହି ଟାବଲେଟରେ LTPS LCD ଡିସପ୍ଲେର ବ୍ୟବହାର କରିଛି, ଯାହା ୪୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସପୋର୍ଟ କରିଥାଏ । ଏହା ବ୍ୟତୀତ ଏହି ଟାବଲେଟର ଡିସପ୍ଲେରେ ୧୪୪Hz ହାଇ ରିଫ୍ରେସ୍ ରେଟକୁ ମଧ୍ୟ ସପୋର୍ଟ ମିଳିବ ।

ଏହି ଟାବଲେଟରେ MediaTek Dimensity 8300 ପ୍ରୋସେସର ଦିଆଯାଇଛି । ଏଥି ସହ ୮GB RAM ଏବଂ ୨୫୬GB ପର୍ଯ୍ୟନ୍ତ ଷ୍ଟୋରେଜର ସପୋର୍ଟ ରହିବ । ଏହି ଟାବଲେଟର ଇଣ୍ଟରନାଲ୍ ଷ୍ଟୋରେଜକୁ microSD card ମାଧ୍ୟମରେ 1TB ପର୍ଯ୍ୟନ୍ତ ଏକ୍ସପାଣ୍ଡ କରାଯାଇପାରିବ । Motorola ର ଏହି ଟାବଲେଟ୍ Android 14 ଉପରେ କାମ କରିଥାଏ । କମ୍ପାନୀ ଏଥି ସହ ଦୁଇ ବର୍ଷ ପାଇଁ ସିକ୍ୟୁରିଟ୍ ଅପଗ୍ରେଡ୍ ଦେବାକୁ ଦାବି କରିଛି ।

Motorola ର ଏହି ଟାବଲେଟରେ ୧୦୨୦୦mAh ର ଦମଦାର୍ ବ୍ୟାଟେରୀ ଦିଆଯାଇଛି, ଯାହା ସହିତ ୪୫W USB Type C ଫାଷ୍ଟ ଚାର୍ଜିଂର ସପୋର୍ଟ ମିଳିବ । ଏହା ବ୍ୟତୀତ ଟାବଲେଟରେ ସାଇଡ୍ ମାଉଣ୍ଟେଡ୍ ଫିଙ୍ଗରପ୍ରିଣ୍ଟ ସେନ୍ସର ରହିବ । ଏହାର ବ୍ୟାକରେ ୧୩MP ର କ୍ୟାମେରା ରହିଛି, ଯାହା ସହିତ LED ଲାଇଟ୍ ମଧ୍ୟ ଦିଆଯାଇଛି । ଏଥିରେ Dolby Atmos audio ଫିଚରର ସପୋର୍ଟ ମଧ୍ୟ ଦିଆଯାଇଛି ।

Moto Book 60 :
Motorola ର ଏହି ଲାପଟପ୍ ୨.୮K OLED ଡିସପ୍ଲେ ସହିତ ଆସିଥାଏ, ଯାହା ସହିତ ୧୨୦Hz ହାଇ ରିଫ୍ରେସ୍ ରେଟର ସପୋର୍ଟ ମିଳିବ । ଏହି ଟାବଲେଟକୁ ଡିସପ୍ଲେର ରିଜୋଲ୍ୟୁସନ୍ ୨୮୮୦ x ୧୮୮୦ ପିକ୍ସେଲ ରହିଛି । ଏଥି ସହ ୫୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସର ସପୋର୍ଟ ମିଳିବ । କମ୍ପାନୀ ଏହି ଲାପଟପ୍ ବଡିରେ MIL-STD-810H ମିଲିଟ୍ରି ଗ୍ରେଡ୍ ଷ୍ଟ୍ରେଙ୍ଗଥ୍ ପ୍ରଦାନ କରିଛି ।

ଏହି ଲାପଟପ୍ Intel Core 5 ୨୧୦H ଏବଂ Intel Core 7 ୨୪୦H ପ୍ରୋସେସରରେ କାମ କରିଥାଏ । ଯାହା ସହିତ ୧୬GB RAM ଏବଂ 1TB ପର୍ଯ୍ୟନ୍ତ ଷ୍ଟୋରେଜର ସପୋର୍ଟ ମିଳିବ । ଏହା ସହିତ ୬୦Wh ର ବଡ଼ ବ୍ୟାଟେରୀ ଏବଂ ୬୫W USB Type C ଚାର୍ଜିଂ ଫିଚର ରହିଛି । ଏଥିରେ କନେକ୍ଟିଭିଟି ପାଇଁ Wi-Fi7, Bluetooth 5.4, USB 3.2 Gen1, USB 3.2 Gen 2, HDMI, microSD card ରିଡର, ୩.୫mm ଜ୍ୟାକ୍ ଇତ୍ୟାଦି ସାମିଲ୍ ଅଛି ।

ପ୍ରାଇସ୍ :
Motorola ର ଲାପଟପକୁ ତିନୋଟି ଭାରିଆଣ୍ଟରେ ଉପସ୍ଥାପନ କରାଯାଇଛି, ଯାହାର ପ୍ରାରମ୍ଭିକ ମୂଲ୍ୟ ୬୬,୯୯୦ ଟଙ୍କା ରହିଛି । ସେହିଭଳି Motorola ର ଟାବଲେଟ୍ ଦୁଇଟି ଷ୍ଟୋରେଜ୍ ଭାରିଆଣ୍ଟରେ ଆସିଥାଏ । ଏହାର ପ୍ରାରମ୍ଭିକ ମୂଲ୍ୟ ୨୮,୯୯୯ ଟଙ୍କା ଅଛି । ଏହି ଟାବଲେଟକୁ ଏପ୍ରିଲ୍ ୨୩ରେ ଫ୍ଲିପିକାର୍ଟରେ ସେଲ୍ ପାଇଁ ଉପଲବ୍ଧ କରାଯିବ । ଏହାକୁ ମାତ୍ର ଗୋଟିଏ କଲର ଅର୍ଥାତ୍ ବ୍ରୋଞ୍ଜ ଗ୍ରୀନ୍ କଲରରେ କିଣାଯାଇପାରିବ ।

ଏଥି ସହ ଆସନ୍ତୁ ଜାଣିବା Moto Book 60 ର କେଉଁ ଭାରିଆଣ୍ଟର ମୂଲ୍ୟ କେତେ ରହିଛି ।
• Intel Core 5, ୧୬GB RAM, ୫୧୨GB SSD – ୬୬,୯୯୦ ଟଙ୍କା
• Intel Core 7, ୧୬GB RAM, ୫୧୨GB SSD – ୭୪,୯୯୦ ଟଙ୍କା
• Intel Core 7, ୧୬GB RAM, 1TB SSD – ୭୮,୯୯୦ ଟଙ୍କା ରହିଛି ।

ସେହିଭଳି Moto Pad 60 Pro ଭାରିଆଣ୍ଟର ପ୍ରାଇସ୍ ବିଷୟରେ ଜାଣନ୍ତୁ ।
• ୮GB RAM + ୧୨୮GB ର ପ୍ରାଇସ୍ – ୨୬,୮୯୯ ଟଙ୍କା ଏବଂ
• ୮GB RAM + ୨୫୬GB ର ପ୍ରାଇସ୍ – ୨୮,୮୯୯ ଟଙ୍କା ରହିଛି ।

ଯଦି ଆପଣ ଆର୍ଫଡେବଲ୍ ପ୍ରାଇସରେ ଦମଦାର୍ ଲାପଟପ୍ କିଣିବା ପାଇଁ ଚାହୁଁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ବେଷ୍ଟ ହୋଇପାରିବ ।