ଭାରତରେ ଲଞ୍ଚ ହେଲା Motorola Razr ଫୋଲଡ଼େବଲ ଫୋନ, ଜାଣନ୍ତୁ ଏହାର ଦର ଓ ସ୍ପେସିଫିକସନ

ମୋଟୋରୋଲାର ଲାଟେଷ୍ଟ ସ୍ମାର୍ଟଫୋନ ଲାଟେଷ୍ଟ ଫୋଲଡ଼େବଲ ହାଣ୍ଡସେଟ ମୋଟୋ ରେଜର ଭାରତରେ ଲଞ୍ଚ କରିଛି । ଏହା ପୂର୍ବରୁ କମ୍ପାନୀ ଆମେରିକା ବଜାରରେ ନିଜର ଏହି ସ୍ମାର୍ଟ ଫୋନ ଲଞ୍ଚ କରିଥିଲା । ଏହି ଡିଭାଇସ ଟିରେ ପାୱାରଫୁଲ କ୍ୟାମେରା, ପ୍ରୋସେସର, ଦମଦାର ରାମର ସପୋର୍ଟ ବି ମିଳିପାରିବ । ତେବେ ଆସନ୍ତୁ ଜାଣିବା ମୋଟା ରେଜରର ସମ୍ଭାବିତ ଦର ଓ ସ୍ପେସିଫିକସନ ବିଷୟରେ:

ମୋଟୋରୋଲା ରେଜରର ଦର:

ମୋଟୋରୋଲା କମ୍ପାନୀ ନିଜର ଏହି ଫୋନର ଦର ଏକ ଲକ୍ଷ ଟଙ୍କା ପାଖାପାଖି ରଖିଛି । ଯେଵେକି ଆମେରିକାରେ କମ୍ପାନୀ ଏହି ଫୋନର ଦର ୧୪୯୯ ଡ଼ଲାର ବା ଭାରତୀୟ ମୁଦ୍ରା ଅନୁସାରେ ୧,୦୫,୯୮୮ ଟଙ୍କାର ପ୍ରାଇମ ଟ୍ୟାଗ ସହ ବଜାରରେ ଲଞ୍ଚ କରିଥିଲା ।

 

motorola

ମୋଟୋରୋଲା ରେଜରର ସ୍ପେସଫିକ୍ସନ:

କମ୍ପାନୀ ଏହି ଫୋନରେ ସିଲାମ୍ଶେଲଲ ସହ ଫ୍ଲିପର ଡିଜାଇନ ଦେଇଛି । ଏହା ସହ ୟୁଜର ମାନଙ୍କୁ ଏଥିରେ ୬.୨ ଇଞ୍ଚର ଓଏଲଇଡ଼ି ଡିଷ୍ପ୍ଲେ ସପୋର୍ଟ ମିଳିପାରିବ । ଯାହାର ରିଜୋଲୁସନ ୮୭୬ କ୍ସ୨୧୪୨ ପିକଶାଲା ରଖାଯାଇଛି । ମୋଡିବା ପରେ ଏହାର ସ୍କ୍ରିନ ସାଇଜ ୨.୭ ଇଞ୍ଚ ହୋଇଯାଇପାରିବ । ୟୁଜର ମାନେ ଏଥିରେ ସହଜରେ ସେଲ୍ଫି କ୍ଲିକ କରି ପାରିବେ । ଏଥିରେ ମେସେଜ ନୋଟିଫିକ୍ସନ ସହ ମ୍ୟୁଜିକ କଣ୍ଟ୍ରୋଲର ସୁବିଧା ବି ମିଳିପାରିବ । ଏହା ସମେତ ଭଲ ପ୍ରଦର୍ଶନ ପାଇଁ ଅକଟାକର କୋଲକରମ ସ୍ନାପଡ୍ରାଗନ ୭୧୦ ଏସସି ସମେତ ୬ ଜିବି ରାମ ବି ଦିଆଯାଇଛି ।

କେମିତି ରହିଛି କ୍ୟାମେରା ସୁବିଧା:

କମ୍ପାନୀ ଏଥିରେ ୧୬ ମେଗାପିକସାଲର ପ୍ରାଇମେରୀ ସୁଟର କ୍ୟାମେରା ସୁବିଧା ଦେଇଛି । ଏହା ସହ ୟୁଜରଙ୍କୁ ଏଥିରେ ନାଇଟ ଭିଜନର ସୁବିଧା ବି ମିଳିବ । ଯାହାଦ୍ୱାରା ରାତି ସମୟରେ ବି ଭଲ ଫଟୋ କ୍ଲିକ କରିପାରିବେ । ଏହା ବାଦ ଏଥିରେ କ୍ୟାମେରା ଏଆଇ ଟେକନିକ ବି ଦିଆଯାଇଛି ।

ବ୍ୟାଟେରୀ ଦୃଷ୍ଟିରୁ ଦେଖିବାକୁ ଗଲେ ଏହି ଫୋନରେ 4g ଏଲିଟି, ବାଈଫାଇ, ଜିପିଏସ ସମେତ ୟୁଏସବି ଟାଇପ-ସି ପୋର୍ଟ ଫିଚର ପରି ସପୋର୍ଟ ମାନ ବି ମିଳିଯାଇଛି । ୟୁଜର୍ସଙ୍କୁ ଏଥିରେ ୨,୫୧୦ ଏମଏଏଚ ବ୍ୟାଟେରୀ ସୁବିଧା ବି ମିଳିପାରିବ । ଯେବେକି, ମୋଟୋରୋଲା ରେଜର ଏଣ୍ଡ୍ରଏଡ଼ ୯.୦ ପାଇ ଅପରେଟିଙ୍ଗ ସିଷ୍ଟମ ସହ କାମ କରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.