ଦମଦାର ଫିଚର୍ସ ସହିତ ଆଜି ଭାରତରେ ଲଞ୍ଚ ହେଲା Motorola Moto G 5G, ମୂଲ୍ଯ ପାଖାପାଖି ୨୫ ହଜାର ଟଙ୍କା

Motorola ର Moto G 5G ଭାରତରେ ଆଜି ବଜାର ପ୍ରବେଶ କରିବାକୁ ଯାଉଛି। କମ୍ପାନୀ ଏହି ଫୋନକୁ ଆଜି ଦିନ ୧୨ଟାରେ ଲଞ୍ଚ୍ କରିବ । ଏହି ଫୋନ ୟୁରୋପରେ ପ୍ରଥମେ ଲଞ୍ଚ ହୋଇଥିଲା। ମୋଟୋରୋଲାର ଏହି ଫୋନ ଭାରତରୁ ସବୁଠାରୁ ଶସ୍ତା ୫ଜି ଫୋନ ହେବ। ଯାହାର ମୂଲ୍ଯ ପାଖାପାଖି ୨୫ ହଜାର ଟଙ୍କା  ରହିବ। ଏଥିରେ ୫୦୦୦mAh ବ୍ଯାଟେରୀ ରହିବ। Motorola ର Moto G 5G ଫୋନ ୱାନପ୍ଲସ ନର୍ଡକୁ ଟକ୍କର ଦେବ।

ଫୋନର ସ୍ପେସିଫିକେସନ:

Motorola ର Moto G 5G ଫୋନରେ ୬.୭ ଇଞ୍ଚ୍ ର ଫୁଲ ଏଚଡି LTPS ଡିସପ୍ଲେ ଏବଂ କ୍ବାଲାକମ୍ ସ୍ନାପଡ୍ରାଗନ ୭୫୦G ପ୍ରୋସେସର ଠାରୁ କମ୍ ରହିବ। ଏଥିରେ ୪ ଜିବି ରାମ ଏବଂ ୬୪ ଜିବି ଇଣ୍ଟରନାଲ ଷ୍ଟୋରେଜ ଦିଆଯିବ। ଯାହାକୁ ମାଇକ୍ରୋଏସଡି କାର୍ଡ ଜରିଆରେ ବଢାଯାଇପାରିବ। Motorola ର ଏହି ଫୋନ ଆଣ୍ଡ୍ରଏଡ ୧୦ରେ କାମ କରିବ।

moto 5g

ମୋଟୋରୋଲା Moto G 5Gରେ ଟ୍ରିପଲ ରିୟର କ୍ୟାମେରା ସେଟଅପ୍ ରହିବ । ଏଥିରେ ପ୍ରାଇମେରୀ କ୍ୟାମେରା ୪୮ ମେଗାପିକ୍ସେଲ ରହିବ ଯାହାକି Samsung GM1 ସେନ୍ସର ସହିତ ଆସିବ । ଏହା ସହିତ ୮ ମେଗାପିକ୍ସେଲର ଟୋରିଫୋଟୋ ଲେନ୍ସ ଓ ୨ ମେଗାପିକ୍ସେଲର ଡେପ୍ଥ ସେନ୍ସର ଥିବା ତୃତୀୟ କ୍ୟାମେରା ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.