୨୪ ଏପ୍ରିଲରେ ଲଞ୍ଚ ହେବ Motorola ର ଫୋଲ୍ଡେବଲ୍ Ultra ଫୋନ୍, ଜାଣନ୍ତୁ ଫିଚର୍ସ ଏବଂ ପ୍ରାଇସ୍

କମ୍ପାନୀ ଅଫିସିଆଲ୍ ଭାବରେ Motorola Razr 60 Ultra ସ୍ମାର୍ଟଫୋନର ଲଞ୍ଚ ଡେଟ୍ କନଫର୍ମ କରିଛି । ଏହି ଫୋଲ୍ଡେବଳ୍ ଫ୍ଲିପ୍ ସ୍ମାର୍ଟଫୋନ୍ ଏପ୍ରିଲ୍ ୨୪ରେ ଗ୍ଲୋବାଲି ଲଞ୍ଚ ହେବ । ଏହି Motorola ସ୍ମାର୍ଟଫୋନ୍ ଗତବର୍ଷ ଲଞ୍ଚ ହୋଇଥିବା Moto Razr 50 Ultra କୁ ରିପ୍ଲେସ୍ କରିବ । ଫୋନର ଲୁକ୍ ଏବଂ ଡିଜାଇନରେ କିଛି ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଏହି ସ୍ମାର୍ଟଫୋନକୁ ପୂର୍ବରୁ ଅନେକ ସାର୍ଟିଫିକେସନ୍ ସାଇଟରେ ଦେଖାଯାଇଛି, ଯେଉଁଠାରେ ଫୋନର ଅନେକ ଫିଚର୍ସ ସାମ୍ନାକୁ ଆସିଛି ।

ଗୀକବେଞ୍ଚ ଲିଷ୍ଟରେ ଏହି ସ୍ମର୍ଟଫୋନର ଚିପସେଟ୍, RAM ଏବଂ ଅପରେଟିଂ ସିଷ୍ଟମ ବିଷୟରେ ଇନଫରମେସନ୍ ପ୍ରକାଶ ପାଇଛି । ଏଥି ସହ ଗୀକବେଞ୍ଚ ଅନୁଯାୟୀ, ଏହି Motorola ଫୋନ୍ ଫ୍ଲାଗସିପ୍ Qualcomm Snapdragon 8 Elite ପ୍ରୋସେସରରେ କାମ କରିବ । ଏହି ଫୋନରେ ୧୬GB RAM ର ସପୋର୍ଟ ମିଳିପାରିବ । Motorola ଏହାର ଅଲ୍ଟ୍ରା ସ୍ମାର୍ଟଫୋନରେ ୩.୫୩ GHz ସ୍ପିଡର ଚାରୋଟି କୋର ଏବଂ ୪.୩୨ GHz ସ୍ପିଡର ଦୁଇଟି କୋର ବ୍ୟବହାର କରିବ । ଯାହା ଫୋନରେ ମଲ୍ଟି ଟାସ୍କିଂକୁ ଉନ୍ନତ କରିବ । ଏହାକୁ ଗୀକବେଞ୍ଚରେ ସିଙ୍ଗଲ କୋରରେ ୨,୮୭୮ ଏବଂ ମଲ୍ଟି-କୋରରେ ୮,୮୪୦ ସ୍କୋର ମିଳିଛି ।

ଏହି ସ୍ମାର୍ଟଫୋନ୍ Android 15 ଉପରେ ବେସ୍ଡ ଅପରେଟିଂ ସିଷ୍ଟମ ସହିତ ଆସିବ । ଗତବର୍ଷ ଲଞ୍ଚ ହୋଇଥିବା Motorola Razr 50 Ultra ରେ କମ୍ପାନୀ Qualcomm Snapdragon 8s Gen 3 ପ୍ରୋସେସର ବ୍ୟବହାର କରିଥିଲା । ଏହି ଫୋନଟି ୧୨GB RAM ଏବଂ ୨୫୬GB ଷ୍ଟୋରେଜ୍ ସହିତ ଆସିଥାଏ । ଏଥିରେ ୪,୦୦୦mAh ର ବ୍ୟାଟେରୀ ସହିତ ୪୫W ୱାୟର୍ଡ ଏବଂ ୧୩W ୱାୟାରଲେସ୍ ଚାର୍ଜିଂ ଫିଚରର ସପୋର୍ଟ ମିଳିଥାଏ । ଏହା ବ୍ୟତୀତ ଫୋନରେ ୫W ରିଭର୍ସ ୱାୟାରଲେସ୍ ଚାର୍ଜିଂର ମଧ୍ୟ ସପୋର୍ଟ ଦିଆଯାଇଛି ।

ଜବରଦସ୍ତ ଫିଚର୍ସ :
ଅପକମିଙ୍ଗ Motorola Razr 60 Ultra କୁ ଡାର୍କ ଗ୍ରୀନ୍, ରିଓ ରେଡ୍, ପିଙ୍କ ଏବଂ ଉଡେନ୍ କଲର ଅପ୍ସନରେ ଲଞ୍ଚ କରାଯାଇପାରିବ । ଏହାର ରିୟରରେ ଦୁଇଟି ୫୦MP କ୍ୟାମେରା ଏବଂ ସେଲଫି ଏବଂ ଭିଡିଓ କଲିଂ ପାଇଁ ୫୦MP କ୍ୟାମେରା ରହିପାରିବ । ଏହି ଫୋନଟି ୪,୫୦୦mAh ର ବ୍ୟାଟେରୀ ଏବଂ ୬୮W ୱାୟର୍ଡ ଫାଷ୍ଟ ଚାର୍ଜିଂ ଫିଚର ସହିତ ଆସିପାରିବ । Motorola ର ଏହି ଫୋଲ୍ଡେବଲ୍ ଫୋନରେ ୬.୯୬ ଇଞ୍ଚର ବଡ଼ OLED ଫୋଲ୍ଡେବଲ୍ ସ୍କ୍ରିନ୍ ମିଳିବ । ଫୋନର ଦୁଇଟି ଡିସପ୍ଲେ ୧୬୫ Hz ରିଫ୍ରେସ୍ ରେଟ୍ ଫିଚରକୁ ସପୋର୍ଟ କରିପାରିବ ।

ପ୍ରାଇସ୍ :
Motorola ର ଏହି ଅପକମିଙ୍ଗ ଫୋଲ୍ଡେବଳ୍ ଫୋନର ପ୍ରାଇସ୍ EUR ୧୩୪୬.୯୦ (ପ୍ରାୟ ୧,୨୪,୦୦୦ ଟଙ୍କା) ହୋଇପାରେ । ଏଥି ସହ ୧୨ GB/୧୬GB RAM ଏବଂ ୨୫୬ GB/ ୫୧୨GB ଷ୍ଟୋରେଜ ସହିତ ଉପସ୍ଥାପନ କରାଯାଇପାରିବ । ପୂର୍ବ ବର୍ଷ ଭାରତରେ Motorola Razr 50 Ultra କୁ ୯୯.୯୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଲଞ୍ଚ କରାଯାଇଥିଲା ।