Motorola ର ଏହି ସ୍ମାର୍ଟଫୋନରେ ମିଳିଛି ୪୦ ହଜାର ଟଙ୍କାର ଡିସକାଉଣ୍ଟ, ଏଠାରେ ଜାଣନ୍ତୁ ସଂପୂର୍ଣ୍ଣ ଖବର

Motorola ନିଜର ସ୍ମାର୍ଟଫୋନରେ ଡିଲ୍ସ ଏବଂ ଡିସକାଉଣ୍ଟ ଘୋଷଣା କରିଛି। ଏହାର ଫାଇଦା ଗ୍ରାହକଙ୍କୁ ଫ୍ଲିପକାର୍ଟର ବିଗ୍‌ ବିଲିଅନ ଡେଜ ସେଲ୍‌ ସମୟରେ ମିଳିବ। ଏହି ସେଲ ୧୬ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ କମ୍ପାନୀପକ୍ଷରୁMoto G9, Motorola One Fusion + ଏବଂ Moto E7 Plus ଭଳି ସ୍ମାର୍ଟଫୋନରେ ବମ୍ପର ଅଫର ରହିଛି। ଏହିସବୁ ଫୋନରେ ରିହାତି ମିଳୁଛି।

ଏହି ସେଲ୍‌ରେMotorola Razr ଫୋନରେ ବମ୍ପର ଡିସକାଉଣ୍ଟ ମିଳୁଛି। ଏହି ଫୋନର ଦାମ୍‌ ୮୪,୯୯୯ ଟଙ୍କା ରହିଛି। ସେହିପରି ଗ୍ରାହକଙ୍କ ଫ୍ଲାଗସିପ୍‌ Motorola Edge + ଫ୍ଲିପକାର୍ଟରେ ୬୪,୯୯୯ ଟଙ୍କାରେ କିଣିପାରିବେ। ଏହି ଫୋନରେ ନୋ କଷ୍ଟ ଇଏମଆଇ ଅପସନ ର ଫାଇଦା ମଧ୍ୟ ମିଳୁଛି।

fusion

Motorola Razr ଫୋନ ଲଞ୍ଚିଂ ସମୟରେ ଏହାର ଦାମ ୧,୨୪,୯୯୯ ଟଙ୍କା ରହିଥିଲା। କିନ୍ତୁ ଏହି ସେଲରେ ଫୋନର ମୂଲ୍ୟ ୪୦ ହଜାର ଟଙ୍କା କମ୍‌ ରହିଛି। Motorola Edge + ସ୍ମାର୍ଟଫୋନରେ ଫ୍ଲିପକାର୍ଟ ସେଲରେ ୧୦ ହଜାର ଟଙ୍କାର ରିହାତି ମିଳୁଛି। ସେହିପରିMoto G9 ଫୋନକୁ ୟୁଜର୍ସ ୯,୯୯୯ ଟଙ୍କାରେ କିଣିପାରିବେ। Moto E7 Plus ର ମୂଲ୍ୟ ୮,୯୯୯ ଟଙ୍କା ରହିବ। ଏହିସବୁ ଫୋନରେ ଫ୍ଲିପକାର୍ଟ ଦ୍ୱାରା ଗ୍ରାହକ ଏସବିଆଇ କାର୍ଡ ଜରିଆରେ ୧୦ ପ୍ରତିଶତ ଡିସକାଉଣ୍ଟ ମଧ୍ୟ ପାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.