ଭାରତରେ ଲଞ୍ଚ କରିବ Motorolaର Moto Razr 40, ଦୁଇଟି ଭାରିଆଣ୍ଟରେ ହେବ ଉପଲବ୍ଧ

Motorola ଲଞ୍ଚ କରିବାକୁ ଯାଉଛି Moto Razr 40 ଓ Moto Razr 40 Ultra । ଏହା ଆମାଜନ ଓ ଫ୍ଲିପକାର୍ଟ ଭଳି ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ ହେବ । ଏଥିରେ ରହିଛି 144Hz ରିଫ୍ରେସ ରେଟ ସହ 6.9 ଇଞ୍ଚ ଫୁଲ ଏଚଡି ପ୍ଲସ ପିଓଏଲଇଡି ଇଣ୍ଟରନାଲ ଡିସପ୍ଲେ । Qualcomm Snapdragon 7 Gen 1 ଚିପସେଟ ସହ Adreno ଗ୍ରାଫିକ୍ସ କାର୍ଡ ରହିଛି ।

କେନ୍ୟୁଜ୍‌(ବ୍ୟୁରୋ): ଭାରତରେ ଲଞ୍ଚ କରିବ Motorolaର Moto Razr 40 । ଏହି ସିରିଜରେ ଦୁଇଟି ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି Moto Razr 40 ଓ Moto Razr 40 Ultra । କମ୍ପାନୀ ପକ୍ଷରୁ ଏହାର ଲଞ୍ଚ ତାରିଖ ଘୋଷଣା କରାଯାଇ ନଥିଲେ ସୁଦ୍ଧା ଖୁବଶୀଘ୍ର ଏହାକୁ ଭାରତରେ ଉପଲବ୍ଧ କରାଯିବ ବୋଲି କୁହାଯାଇଛି । ଏହାସହ ଏହା ଆମାଜନ ଓ ଫ୍ଲିପକାର୍ଟ ଭଳି ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ ହେବ । ତେବେ ଆସନ୍ତୁ ନଜର ପକାଇବା ଏହି ଫୋନର ଫିଚର ଉପରେ ।

ପ୍ରଥମେ ଏହାର ଡିସପ୍ଲେ ଫିଚର ଉପରେ ନଜର ପକାଇବା । ଏଥିରେ ରହିଛି 144Hz ରିଫ୍ରେସ ରେଟ ସହ 6.9 ଇଞ୍ଚ ଫୁଲ ଏଚଡି ପ୍ଲସ ପିଓଏଲଇଡି ଇଣ୍ଟରନାଲ ଡିସପ୍ଲେ । ଏହାସହ ରହିଛି 60Hz ରିଫ୍ରେସ ରେଟ ସହ 1.47ଇଞ୍ଚ ଏଏମଓଏଲଇଡି ଡିସପ୍ଲେ । ଏହି ଫୋନର ଡିସପ୍ଲେ ରେସିଓ ରହିଛି 20:9 । ଏହାର ରିଜୋଲୁସନ ରହିଛି 1080×2400 ।

କ୍ୟାମେରା ଫିଚର ଉପରେ ନଜର ପକାଇଲେ ଏହାର ରିଅରରେ ଆପଣ ଟ୍ରିପଲ କ୍ୟାମେରା ସେଟଅପ ପାଇ ପାରିବେ । ଏଥିରେ ରହିଛି 50 ମେଗାପିକ୍ସେଲ ପ୍ରାଇମେରି କ୍ୟାମେରା, 13 ମେଗାପିକ୍ସେଲ ଅଲଟ୍ରା ଓ୍ଵାଇଡ ଆଙ୍ଗେଲ କ୍ୟାମେରା ଓ 12 ମେଗାପିକ୍ସେଲ ଡେପଥ କ୍ୟାମେରା । ଏହାସହ ଏଥିରେ ଆପଣ ଡୁଆଲ ଏଲଇଡି ଫ୍ଲାସ ସହ ଅଟୋଫୋକସ ଫିଚର ପାଇପାରିବେ । ସେହିପରି ଏଥିରେ ଡିଜିଟାଲ ଜୁମ୍‌, ଅଟୋ ଫ୍ଲାସ, ଫେସ ଡିଟେକ୍ଟସନ ଓ ଟଚ ଫୋକସ ଭଳି ଫିଚର ରହିଛି । ଏହାର ଫ୍ରଣ୍ଟରେ ରହିଛି 32 ମେଗାପିକ୍ସେଲ ସେଲଫି କ୍ୟାମେରା ।

ପ୍ରୋସେସର କଥା ଦେଖିଲେ ଏଥରେ ଆପଣ ଅକ୍ଟାକୋର ସିପିୟୁ ପାଇ ପାରିବେ । ଏଥିରେ ରହିଛି Qualcomm Snapdragon 7 Gen 1 ଚିପସେଟ । ଏହାସହ ଏଥିରେ Adreno ଗ୍ରାଫିକ୍ସ କାର୍ଡ ରହିଛି । ଏହି ସ୍ମାର୍ଟଫୋନରେ ରହିଛି 8ଜିବି RAM ସହ 256 ଜିବି ଷ୍ଟୋରେଜ । ଏହାର ଷ୍ଟୋରେଜ କାପାସିଟିକୁ କିନ୍ତୁ ଅପଗ୍ରେଡ କରାଯାଇ ପାରିବ ନାହିଁ । ଏଥିରେ Moto MyUX ଇଣ୍ଟରଫେସ ସହ Android 13 ଅପରେଟିଂ ସିଷ୍ଟମ ରହିଛି ।

ବ୍ୟାଟେରି ଫିଚର କଥା ଦେଖିଲେ ଏଥିରେ ଆପଣଙ୍କୁ 3500 mAh ଲିଥିୟମ ପୋଲିମର ବ୍ୟାଟେରି ରହିଛି । ଏହାସହ ଏଥିରେ 33 ଓ୍ଵାଟ ଚାର୍ଜିଂ ସପୋର୍ଟ ରହିଛି । ଏହାସହ ଏଥିରେ ୟୁଏସବି ଟାଇପ ସି ଚାର୍ଜିଂ ପୋର୍ଟ ରହିଛି । କନେକ୍ଟିଭିଟି କଥା ଦେଖିଲେ ବ୍ଲୁ-ତୁଥ୍‌ 5.3ର ସପୋର୍ଟ ରହିଛି ।

 

Leave A Reply

Your email address will not be published.