ଷ୍ଟାଇଲିସ୍‌ ପେନ୍‌ ସହ ଲଞ୍ଚ ହେଲା Motorolaର ଏହି ଦମଦାର ସ୍ମାର୍ଟଫୋନ୍, ଜାଣନ୍ତୁ ଫିଚର୍ସ

Motorola G ସିରିଜ୍ ରେ Moto G Stylus 5G ଲଞ୍ଚ କରିଛି । କମ୍ପାନୀ ଏହି ଫୋନକୁ ଆମେରିକୀୟ ବଜାରରେ ଆଣିଛି । ତେବେ ଖୁବଶୀଘ୍ର ଏହାକୁ ଭାରତୀୟ ବଜାରରେ ମଧ୍ୟ ଲଞ୍ଚ କରାଯିବ ବୋଲି ବିଶ୍ୱାସ୍‌ କରାଯାଉଛି ।

ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ Motorola ସ୍ମାର୍ଟଫୋନ୍ ବଜାରରେ ଖୁବଶୀଘ୍ର ଫେରିବ । ଗତ ଏକ ବର୍ଷ ମଧ୍ୟରେ କମ୍ପାନୀ ଅନେକ ଦମଦାର ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଯଦି ଆପଣ Motorolaର ନୂଆ ଫୋନ୍ କିଣିବାକୁ ପ୍ଲାନ୍‌ କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । କମ୍ପାନୀ ବଜାରରେ ଆଉ ଏକ ଫୋନ୍ ଲଞ୍ଚ କରିଛି । ମୋଟୋ ର ଏହି ନୂଆ ଫୋନର ନାମ ହେଉଛି Moto G Stylus 5G ।

Motorola G ସିରିଜ୍ ରେ Moto G Stylus 5G ଲଞ୍ଚ କରିଛି । କମ୍ପାନୀ ଏହି ଫୋନକୁ ଆମେରିକୀୟ ବଜାରରେ ଆଣିଛି । ତେବେ ଖୁବଶୀଘ୍ର ଏହାକୁ ଭାରତୀୟ ବଜାରରେ ମଧ୍ୟ ଲଞ୍ଚ କରାଯିବ ବୋଲି ବିଶ୍ୱାସ୍‌ କରାଯାଉଛି । Moto G Stylus 5G ରେ ଅନେକ ଦମଦାର ଫିଚର ରହିଛି । ଏହି ଫୋନ୍ ର ସବୁଠାରୁ ଖାସ୍‌ କଥା ହେଉଛି ଏହା ୟୁଜରଙ୍କୁ Samsung Galaxy S24 Ultra ପରି ଏକ ଷ୍ଟାଇଲସ୍ ପେନ୍ ଦେଇଛି ।

Moto G Stylus 5G ରେ ଦିଆଯାଇଥିବା ଷ୍ଟାଇଲିସ୍‌ ଫୋନ୍‌ ସାହାଯ୍ୟରେ ଆପଣ ନୋଟ୍ ଲେଖିପାରିବେ, ଫଟୋ ଏଡିଟ୍‌ କରିପାରିବେ, ଡ୍ରଇଂ କରିପାରିବେ । ମୋଟୋ ଆମେରିକୀୟ ବଜାରରେ ୩୯୯,୯୯ ଡଲାରରେ ଏହି ଫୋନ୍ କୁ ଲଞ୍ଚ କରିଛି। ଭାରତୀୟ ମୂଲ୍ୟରେ ଏହାର ଦାମ୍‌ ପ୍ରାୟ ୩୩,୪୦୦ ଟଙ୍କା ହେବ । ୟୁଜରଙ୍କ ପାଇଁ ଏହି ଫୋନକୁ କାରାମେଲ ଲାଟେ ଏବଂ ସ୍କାରଲେଟ୍ ୱେଭ୍ ଭଲି ଦୁଇଟି କଲର୍‌ ଅପ୍ସନରେ ଲଞ୍ଚ କରାଯାଇଛି ।

ଫିଚର :
କମ୍ପାନୀ Moto G Stylus 5G ରେ ୬.୭ ଇଞ୍ଚର ଫୁଲ୍ HD ପ୍ଲସ୍ ପୋଲଡ୍ ଡିସପ୍ଲେ ଦେଇଛି । ଏଥିରେ ୟୁଜରମାନେ ୧୨୦ Hz ର ରିଫ୍ରେସ୍‌ ରେଟ୍‌ ସହିତ ୧୨୦୦ ନିଟ୍ସର ପିକ୍‌ ବ୍ରାଇଟନେସ୍‌ ପାଇବେ । ଫଟୋଗ୍ରାଫି ପାଇଁ Moto G Stylus 5G ର ପଛ ସାଇଡରେ ଡୁଆଲ୍ କ୍ୟାମେରା ସେଟଅପ୍ ଦିଆଯାଇଛି । ଏହାର ପ୍ରାଇମେରୀ କ୍ୟାମେରା ୫୦ ମେଗାପିକ୍ସେଲ ସେନ୍ସର ସହିତ ଆସୁଛି । ଏହାର ସେକେଣ୍ଡାରୀ କ୍ୟାମେରା ୧୩ ମେଗାପିକ୍ସେଲ ସେନ୍ସର ସହିତ ଆସୁଛି । ଯଦି ଆପଣ ଜଣେ ସେଲଫି ଲଭର୍‌ ତେବେ ଏହି ଫୋନ୍ ଆପଣଙ୍କ ପାଇଁ ବେଷ୍ଟ ହେବ । ଏଥିରେ ୩୨ ମେଗାପିକ୍ସେଲର ସେଲଫି କ୍ୟାମେରା ଦିଆଯାଇଛି । Moto G Stylus 5G ରେ ୫୦୦୦ mAh ବ୍ୟାଟେରୀ ଦିଆଯାଇଛି ।