Motorolaର Moto g06 Power ସ୍ମାର୍ଟଫୋନ୍ ଲଞ୍ଚ, ଜାଣନ୍ତୁ ଫିଚର୍ସ ଏବଂ ପ୍ରାଇସ୍

Moto g06 POWER ଲଞ୍ଚ୍ ଘୋଷଣା କରିଛି ସ୍ମାର୍ଟଫୋନ୍ ବ୍ରାଣ୍ଡ Motorola । ଏହି ଡିଭାଇସ୍ ଏଣ୍ଟ୍ରି-ଲେଭଲ୍ ସ୍ମାର୍ଟଫୋନ୍ ଏକ୍ସେପେରିୟନ୍ସକୁ ନୂଆ ପରିଭାଷା ଦେବା ପାଇଁ ଡିଜାଇନ୍ କରାଯାଇଛି, ଯେଉଁଥିରେ ବଡ଼ ବ୍ୟାଟେରୀ, ସବୁଠାରୁ ବଡ଼ ଡିସପ୍ଲେ ଏବଂ ଅବିଶ୍ୱସନୀୟ ମନୋରଞ୍ଜନ ଭଳି ସେଗମେଣ୍ଟ-ଲିଡିଂ ଫିଚର୍ସ ସାମିଲ୍ ଅଛି । Moto G06 Power ଏହାର ସେଗମେଣ୍ଟରେ ସବୁଠାରୁ ବଡ଼ ୭୦୦୦mAh ବ୍ୟାଟେରୀ ରହିଛି ଯାହା ସହଜରେ ୩ ଦିନ ପର୍ଯ୍ୟନ୍ତ ପାୱାର ପ୍ରଦାନ କରେ । ଏଥିରେ Corning Gorilla Glass 3 ପ୍ରୋଟେକ୍ସନ ସହିତ ଏହାର ସେଗମେଣ୍ଟରେ ସବୁଠାରୁ ବଡ଼ ୬.୮୮-ଇଞ୍ଚ ୧୨୦Hz ଡିସପ୍ଲେ ରହିଛି । ଏଥିସହ ଏହି ଫୋନ୍ ସମସ୍ତ ଆଲୋକରେ ଚମତ୍କାର ଫଟୋ ପାଇଁ ୫୦MP କ୍ୱାଡ୍ ପିକ୍ସେଲ କ୍ୟାମେରା ସହିତ ଲେସ୍ ।

Motorola ଭାରତୀୟ ବଜାରରେ ଏହାର ନୂଆ ସ୍ମାର୍ଟଫୋନ୍ Moto g06 Power କୁ ୭,୪୯୯ ଟଙ୍କା ମୂଲ୍ୟରେ ଲଞ୍ଚ କରିଛି । ଏହି ଡିଭାଇସ୍ ପାୱାର ଫୁଲ୍ ଫିଚର୍ସଗୁଡ଼ିକରେ ପରିପୂର୍ଣ୍ଣ ଯାହା ୟୁଜର୍ସଙ୍କୁ ଭଲ ଏକ୍ସେପେରିୟନ୍ସ ପ୍ରଦାନ କରିବ ।

ଫିଚର୍ସ:
ଏହି ଦମଦାର୍ ଫୋନ୍ Moto g06 POWER ରେ ୧୨୦Hz ରିଫ୍ରେସ୍ ରେଟ୍ ସହିତ ସେଗମେଣ୍ଟର ସବୁଠାରୁ ବଡ଼ ୬.୮୮-ଇଞ୍ଚ ଡିସପ୍ଲେ ରହିଛି । WaterTouch ଟେକ୍ନୋଲୋଜି ଏବଂ Dolby Atmos ଷ୍ଟେରିଓ ସ୍ପିକରଗୁଡ଼ିକ ୟୁଜର୍ସଙ୍କୁ ଭଲ ଏଣ୍ଟରଟେନମେଣ୍ଟ ଏକ୍ସେପେରିୟନ୍ସ ପ୍ରଦାନ କରିବ ।

କ୍ୟାମେରା ସିଷ୍ଟମ:
Moto g06 POWER ରେ ଏକ ୫୦MP କ୍ୱାଡ୍ ପିକ୍ସେଲ୍ କ୍ୟାମେରା ରହିଛି, ଯାହା ଯେକୌଣସି ଆଲୋକରେ ଭଲ ଫଟୋ ଉଠାଇପାରିବ । ଏହା ସହିତ, ୮MP ଫ୍ରଣ୍ଟ କ୍ୟାମେରା ସେଲ୍ଫି ପାଇଁ ବେଷ୍ଟ ହୋଇଛି । ଏଥିସହ ଏହି ଡିଭାଇସ୍ ମିଡିଆଟେକ୍ G81 ଏକ୍ସଟ୍ରିମ୍ ପ୍ରୋସେସର୍ ଦ୍ୱାରା ପରିଚାଳିତ, RAM ବୁଷ୍ଟ ସହିତ ୧୨GB ପର୍ଯ୍ୟନ୍ତ RAM ସହିତ, ଯାହା ଏକ ଉତ୍କୃଷ୍ଟ ମଲ୍ଟିଟାସ୍କିଂ ଏବଂ ଗେମିଂ ଏକ୍ସେନେରିୟନ୍ସ ପ୍ରଦାନ କରେ ।

ଆପଣମାନେ ଜାଣିରଖନ୍ତୁ ଯେ, Moto g06 POWER ଏକ Pantone™-କ୍ୟୁରେଟେଡ୍ ଭେଗାନ୍ ଲେଦର ଫିନିଶ୍ ସହିତ ଡିଜାଇନ୍ କରାଯାଇଛି । ଏଥିରେ IP64 ୱାଟର ରେସିଷ୍ଟାନ୍ସ ଏବଂ Corning® Gorilla® Glass 3 ପ୍ରୋଟେକ୍ସନ ମଧ୍ୟ ରହିଛି, ଯାହା ଡିଭାଇସକୁ ଆହୁରି ଉନ୍ନତ କରିଥାଏ । ଏହି ସ୍ମାର୍ଟଫୋନ୍ ଟେପେଷ୍ଟ୍ରି, ଲରେଲ୍ ଓକ୍ ଏବଂ ଭାରତ-ବିଶେଷ ଟେଣ୍ଡ୍ରିଲ୍ କଲରରେ ଉପଲବ୍ଧ ।

Moto g06 POWER ରେ ସର୍କଲ୍ ଟୁ ସର୍ଚ୍ଚ ୱିଥ୍ ଗୁଗୁଲ୍, ମୋଟୋ ସିକ୍ୟୁର୍, ଥିଙ୍କସିଲ୍ଡ ଏବଂ ହେଲୋ UX ଭଳି ସ୍ପେସାଲ୍ ଫିଚର୍ସଗୁଡ଼ିକ ରହିଛି, ଯାହା ୟୁଜର୍ସଙ୍କୁ ପରଫରମାନ୍ସ, ପର୍ସନାଲାଇଜେସନ୍ ଏବଂ ସେଫ୍ଟି ରେ ଏକ ଉତ୍କୃଷ୍ଟ ଅଭିଜ୍ଞତା ପ୍ରଦାନ କରେ ।

ଷ୍ଟୋରେଜ୍: ଡିଭାଇସଟି ୪GB + ୬୪GB ଷ୍ଟୋରେଜ୍ ସହିତ ଆସିଥାଏ, ଯାହାକୁ RAM ବୁଷ୍ଟ ସହିତ ୧୨GB ପର୍ଯ୍ୟନ୍ତ ଏକ୍ସପାଣ୍ହ କରାଯାଇପାରିବ । Moto g06 POWER ଅକ୍ଟୋବର ୧୧, ୨୦୨୫ ରୁ Flipkart, Motorola.in ଏବଂ ଭାରତର ପ୍ରମୁଖ ରିଟେଲ୍ ଷ୍ଟୋରଗୁଡ଼ିକରେ ସେଲ୍ ପାଇଁ ଉପଲବ୍ଧ ହେବ । ଏଥିସହ ଯଦି ଆପଣ କମ୍ ଦାମରେ ଏକ ପାୱାରଫୁଲ୍ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ଫୋନଟି ଆପଣମାନଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।

Also read : ମୋବାଇଲ୍ ନମ୍ବର ସେୟାର ନକଲେ ବି ହୋଇପାରିବ ଚାଟ୍, ହ୍ୱାଟ୍ସଆପରେ ଆସୁଛି ନୂଆ ଫିଚର