Jio-Airtel-Vi-BSNLକୁ ପଛରେ ପକାଇଲା ଏହି କମ୍ପାନୀ, ୪୯ ଟଙ୍କାରେ ପାଆନ୍ତୁ ୧୮୦ ଦିନର ବୈଧତା ସହ ଅନେକ ସୁବିଧା

Jio, Airtel, Vodafone Idea ଏବଂ BSNL ସେମାନଙ୍କ ଗ୍ରାହକ ମାନଙ୍କ ପାଇଁ ସାନଦାର ପ୍ଲାନ ଅଫର କରିଥାଏ। ସେମାନଙ୍କ ପାଖରେ କମ୍ ଟଙ୍କାର ପ୍ଲାନ ସହ ମହଙ୍ଗା ପ୍ଲାନ୍ ବି ରହିଛି । ପ୍ଲାନକୁ ନେଇ ୪ କମ୍ପାନୀ ମଧ୍ୟରେ ଖୁବ୍ ଟକ୍କର ଦେଖିବାକୁ ମିଳୁଛି । କିନ୍ତୁ ଆଜି ଆମେ ଏପରି ଏକ ପ୍ଲାନ୍ ବିଷୟରେ କହିବାକୁ ଯାଉଛୁ, ଯାହାକି ଅନ୍ୟ ଏକ ଟେଲିକମ୍ କମ୍ପାନୀର ହୋଇଥିବା ତାହା ଏସମସ୍ତ କମ୍ପାନୀକୁ ମାତ୍ ଦେବ । ଏହା ହେଉଛି MTNL ର ୪୯ ଟଙ୍କା ଯୋଜନା। ଏହି ଯୋଜନାରେ, କମ୍ ମୂଲ୍ୟରେ ଅଧିକ ଦିନର
ବୈଧତା ଉପଲବ୍ଧ। ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ …

MTNL ୪୯ ଟଙ୍କା ଯୋଜନା

୧୮୦ ଦିନର ବୈଧତା MTNL ର ୪୯ ଟଙ୍କା ଯୋଜନାରେ ଉପଲବ୍ଧ। ଏଥିରେ, ଉପଭୋକ୍ତାମାନଙ୍କୁ ୬୦ଟି ଲୋକାଲ ମିନିଟ୍ ଏବଂ ୨୦ ଟି STD ମିନିଟ୍ ଦିଆଯିବ। କଲ୍ ଚାର୍ଜ ବିଷୟରେ କହିବାକୁ ଗଲେ, ଏହା ପ୍ରତି ସେକେଣ୍ଡରେ ପଇସା ହାରରେ ½ ପଇସା ଏବଂ ସେକେଣ୍ଡରେ ୧ ପଇସା ହାରରେ ଚାର୍ଜ ଦେବାକୁୁ ପଡିବ । ଏସଏମଏସ ଚାର୍ଜ ଲୋକାଲ୍ ପାଇଁ ୦.୫୦ ପଇସା, ନ୍ୟାସନାଲ ପାଇଁ ୧.୫୦ ଟଙ୍କା ଓ ଇଣ୍ଟରନ୍ୟାସନାଲ ପାଇଁ ୫ ଟଙ୍କା ରହିଛି ।

ଏହି ଯୋଜନା ଆଗରେ Jio, Airtel, Vodafone Idea ଏବଂ BSNLର ପ୍ଲାନ ଟକ୍କର ଦେଇପାରିବେ ନାହିଁ । କାରଣ ଏହି ଚାରୋଟି ଟେଲିକମ୍ କମ୍ପାନୀଗୁଡିକରେ ଏପରି ଶସ୍ତା ଯୋଜନା ନାହିଁ ଯାହା ୧୮୦ ଦିନର ବୈଧତା ପ୍ରଦାନ କରିବ।

 

Leave A Reply

Your email address will not be published.