ଜିଓ ୟୁଜର୍ସଙ୍କୁ ସରପ୍ରାଇଜ ଦେଲେ ମୁକେଶ ଅମ୍ବାନୀ, ୩୩୬ ଦିନିଆ ପ୍ଳାନରେ ମିଳିବ ଫ୍ରି ୩୬୦୦ SMS

ଆଜିକାଲି ପ୍ରାୟତଃ ଲୋକେ ନିଜ ଘରେ ୱାଇଫାଇ ଲଗାଉଛନ୍ତି । ତେବେ ଯେଉଁମାନଙ୍କ ଘରେ ୱାଇଫାଇ ଲାଗିଥାଏ ସେମାନେ କାହିଁକି ଇଣ୍ଟରନେଟ୍ ପ୍ୟାକ୍ ସହ ରିଚାର୍ଜ ପାଇଁ ଟଙ୍କା ଖର୍ଚ୍ଚ କରିବେ? ଏହାର ଉତ୍ତରରେ ଟେଲିକମ୍ କମ୍ପାନୀଗୁଡିକ ସେମାନଙ୍କ ୟୁଜର୍ସମାନଙ୍କ ପାଇଁ ଏହିପରି ଅନେକ ପ୍ଲାନ ଆରମ୍ଭ କରିଛନ୍ତି ଯେଉଁଥିରେ ୟୁଜର୍ସମାନେ କେବଳ କଲିଂ ଏବଂ ମେସେଜିଂ ପ୍ଲାନ ନେଇପାରିବେ । ରିଲାଏନ୍ସ ଜିଓ ମଧ୍ୟ ନିଜ ୟୁଜର୍ସଙ୍କୁ ଇଣ୍ଟରନେଟ୍ ବିନା କେବଳ କଲିଂ ମେସେଜ୍ ପ୍ଲାନ୍ ମଧ୍ୟ ପ୍ରଦାନ କରୁଛି । ଜିଓର ଅନୁଆଲ ରିଚାର୍ଜ ପ୍ଲାନ ଆପଣଙ୍କୁ ଅନଲିମିଟେଡ୍ କଲ୍ ଏବଂ ଅଫଲାଇନ୍ ଚାଟିଂର ଲାଭ ଦେବ ।

ଜିଓର ୧୭୪୮ ଟଙ୍କା ପ୍ଲାନ:

ଏହାପୂର୍ବରୁ ଜିଓ ପ୍ଲାନ୍ ୧୯୫୮ ଟଙ୍କା ପାଇଁ ଉପଲବ୍ଧ ଥିଲା ଏବଂ ଏହାର ଭାଲିଡିଟି ୩୬୫ ଦିନ ଥିଲା । କିନ୍ତୁ ବର୍ତ୍ତମାନ କମ୍ପାନୀ ଏହାକୁ ହଟାଇ ଦେଇଛି । ଜିଓ ବର୍ତ୍ତମାନ ୧୭୪୮ ଟଙ୍କାର ରିଚାର୍ଜ ପ୍ଲାନ ପ୍ରଦାନ କରୁଛି । ଭଲ କଥା ହେଉଛି ଏହି ପ୍ଲାନରେ ଆପଣ ୩୩୬ ଦିନର ଭାଲିଡିଟି ପାଇପାରିବେ । ଏଥିରେ ଆପଣ ଅନଲିମିଟେଡ୍ କଲ ମଧ୍ୟ ପାଇବେ ।

ଏହା ସହିତ ଆପଣ ଫ୍ରି ୩୬୦୦ SMS ପାଇପାରିବେ । ଆପଣ ଏହାକୁ ଉଭୟ ଲୋକାଲ୍ ଏବଂ ଲଙ୍ଗ୍ ଡିଷ୍ଟାନ୍ସ ଚାଟିଂ ପାଇଁ ବ୍ୟବହାର କରିପାରିବେ । ଏହି ପ୍ଲାନରେ ଆପଣ Jio TV, Jio Cinema (non-premium) ଏବଂ Jio Cloud ର ସବସ୍କ୍ରିପ୍ସନ ମଧ୍ୟ ପାଇପାରିବେ ।

ଜିଓର ୪୪୮ ଟଙ୍କା ପ୍ଲାନ୍:

ରିଲାଏନ୍ସ ଜିଓର ୪୪୮ ଟଙ୍କା ପ୍ଲାନରେ ଆପଣ ଅନେକ ସୁବିଧା ପାଇପାରିବେ । ଏହି ପ୍ଲାନରେ ଆପଣ ୮୪ ଦିନର ଭାଲିଡିଟି ପାଇପାରିବେ । ଏଥିରେ ଆପଣ ଅନଲିମିଟେଡ୍ ଫ୍ରି କଲିଂର ଲାଭ ପାଇପାରିବେ । ଏହା ବ୍ୟତୀତ ଆପଣ ୧୦୦୦ ଫ୍ରି SMS ପାଇପାରିବେ । ଯାହା ମାଧ୍ୟମରେ ଆପଣ କାହା ସହିତ ଅଫଲାଇନରେ ଚାଟ୍ କରିପାରିବେ । ଏହି ପ୍ଲାନରେ ଆପଣ Jio TV, Jio Cinema ଏବଂ Jio Cloud କୁ ଫ୍ରି ଆକ୍ସେସ ମଧ୍ୟ ପାଇପାରିବେ ।

ଜିଓର ଏହି ପ୍ଲାନଗୁଡିକର ଲାଭ ସେହି ଲୋକମାନଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନେ ଅଫିସ୍ କିମ୍ବା ଘରେ ୱାଇଫାଇ ବ୍ୟବହାର କରୁଛନ୍ତି । ଏହି ଲୋକଙ୍କୁ ଅନାବଶ୍ୟକ ଇଣ୍ଟରନେଟ୍ ରିଚାର୍ଜ ପ୍ଲାନ୍ ନେବାକୁ ପଡିବ ନାହିଁ । ଏହା ଆପଣଙ୍କୁ ଅନେକ ସୁବିଧା ଦେବ ଏବଂ ଆପଣଙ୍କ ଟଙ୍କା ମଧ୍ୟ ସଞ୍ଚୟ ହେବ ।

You might also like