ଜିଓ ୟୁଜର୍ସଙ୍କୁ ମୁକେଶ ଅମ୍ବାନୀଙ୍କ ବଢିଆ ଉପହାର, ଲଞ୍ଚ ହେଲା ସବୁଠାରୁ ଶସ୍ତା ଅନଲିମିଟେଡ୍ 5G ଡାଟା ପ୍ଲାନ୍

ଏବେ ଟେଲିକମ୍ କମ୍ପାନୀଗୁଡିକ ନିଜ ପ୍ଲାନଗୁଡିକୁ ମହଙ୍ଗା କରିଛନ୍ତି, କିନ୍ତୁ ବର୍ତ୍ତମାନ କମ୍ପାନୀଗୁଡିକ ନିଜ ୟୁଜର୍ସମାନଙ୍କୁ ସୁବିଧା ଯୋଗାଇବା ପାଇଁ ନୂତନ ପ୍ଲାନ ଆରମ୍ଭ କରୁଛନ୍ତି । ରିଲାଏନ୍ସ ଜିଓ ବର୍ତ୍ତମାନ ପ୍ରିପେଡ୍ ୟୁଜର୍ସଙ୍କ ପାଇଁ ଏକ ନୂଆ ଏବଂ ଶସ୍ତା 5G ପ୍ଲାନ ଆରମ୍ଭ କରିଛି ଯାହାର ମୂଲ୍ୟ ୨୦୦ ଟଙ୍କାରୁ ବି କମ୍ ଅଟେ । ଏହି ପ୍ଲାନ ବିଷୟରେ ଏକ ବିଶେଷ କଥା ହେଉଛି ଏହି ପ୍ଲାନରେ ୟୁଜର୍ସମାନଙ୍କୁ Unlimited 5G Data ଦିଆଯିବ । ତେବେ ଆସନ୍ତୁ ଜାଣିବା ଡାଟା ବ୍ୟତୀତ ଏହି ପ୍ଲାନରେ ଆଉ କ’ଣ ଉପଲବ୍ଧ ହେବ?

୧୯୮ ଟଙ୍କା ମୂଲ୍ୟର ଏହି ରିଲାଏନ୍ସ ଜିଓ ପ୍ଲାନ ସହିତ ୟୁଜର୍ସମାନଙ୍କୁ ପ୍ରତିଦିନ ୨ ଜିବି ହାଇ ସ୍ପିଡ୍ ଡାଟା ଦିଆଯିବ । କିନ୍ତୁ ଯେଉଁ ୟୁଜର୍ସଙ୍କର ଜିଓର 5G କନେକ୍ଟିଭିଟି ଅଛି ଏବଂ 5G ମୋବାଇଲ୍ ବ୍ୟବହାର କରୁଛନ୍ତି ସେହି ୟୁଜର୍ସଙ୍କୁ କମ୍ପାନୀ ଦ୍ୱାରା Unlimited 5G Dataର ସୁବିଧା ଦିଆଯିବ । ଡାଟା ବ୍ୟତୀତ ଏହି ପ୍ଲାନ ସହିତ ପ୍ରତିଦିନ ଅନଲିମିଟେଡ଼ ଭଏସ୍ କଲିଂ ଏବଂ ୧୦୦ ଟି SMS ମଧ୍ୟ ପ୍ରଦାନ କରାଯିବ । ୧୯୮ ଟଙ୍କା ମୂଲ୍ୟର ଏହି Jio ପ୍ରିପେଡ୍ ପ୍ଲାନ ସହିତ, ପ୍ରିପେଡ୍ ୟୁଜର୍ସମାନେ ୧୪ ଦିନର ଭାଲିଡିଟି ପାଇବେ ।

ଏହି ପ୍ଲାନ ସହିତ ଅନ୍ୟାନ୍ୟ ସୁବିଧା ଯେପରିକି ଜିଓ ସିନେମା, JioTV ଏବଂ Jio Cloud କୁ ଫ୍ରି ଆକ୍ସେସ ମଧ୍ୟ ଦିଆଯିବ । ୨୦୦ ରୁ କମ୍ ମୂଲ୍ୟରେ ଆପଣ ୧୯୯ ଟଙ୍କା ପ୍ଲାନ ମଧ୍ୟ ପାଇବେ । କିନ୍ତୁ ଏହି ପ୍ଲାନରେ କମ୍ପାନୀ Unlimited 5G ଡାଟାର ଲାଭ ପ୍ରଦାନ କରିବ ନାହିଁ । ପ୍ରତିଦିନ ୧.୫ ଜିବି ଡାଟା ବ୍ୟତୀତ, ଅନଲିମିଟେଡ଼ ଭଏସ୍ କଲିଂ ଏବଂ ପ୍ରତିଦିନ ୧୦୦ SMS ମିଳିବ । ଏହି ପ୍ଲାନ ସହିତ ଜିଓ ଆପ୍ସକୁ ଫ୍ରି ଆକ୍ସେସ ମଧ୍ୟ ଦିଆଯିବ ।

ତେବେ ଏୟାରଟେଲ ବିଷୟରେ କହିବାକୁ ଗଲେ ବର୍ତ୍ତମାନ ୧୯୮ ଟଙ୍କାରେ ଏହାର କୌଣସି ପ୍ଲାନ ନାହିଁ ଯାହା ୨୦୦ରୁ କମ୍ ମୂଲ୍ୟରେ ୟୁଜର୍ସଙ୍କୁ Unlimited 5G Dataର ସୁବିଧା ପ୍ରଦାନ କରୁଛି । ଏୟାରଟେଲର ୧୯୯ ଟଙ୍କା ପ୍ଲାନରେ, ଆପଣ ପ୍ରତିଦିନ କେବଳ ୨ ଜିବି ଡାଟା, ଅନଲିମିଟେଡ଼ କଲିଂ, ୧୦୦ SMSର ଲାଭ ପାଇପାରିବେ ।

You might also like