ନିଜ ଫୋନରେ ନିଶ୍ଚୟ ରଖନ୍ତୁ ଏହି ସରକାରୀ ଆପ୍‌, ଗୋଟିଏ ଆପରୁ ହିଁ ହୋଇଯିବ ସବୁ କାମ

ଭାରତରେ ଗତ କିଛି ବର୍ଷରେ ଘରୋଇ ଆପର ଟ୍ରେଣ୍ଡ ବଢ଼ିଛି। କୁ ଭଳି ସୋସିଆଲ ମିଡିଆ ଆପ୍ସ ଆସିଛି ତ ଟିକଟକ୍‌ ମୁକାବିଲାରେ ଅନେକ ପ୍ରକାର ସର୍ଟ ଭିଡିଓ ଆପ୍ସ ମଧ୍ୟ ଲଞ୍ଚ୍‌ ହୋଇଛି। ଆପଣ ମାନଙ୍କ ମଧ୍ୟରୁ ବହୁତ କମ୍‌ ଲୋକ ଅଛନ୍ତି ଯେଉଁମାନେ ଜାଣିଛନ୍ତି ଯେ ଭାରତ ସରକାରଙ୍କ ପାଖରେ ନିଜର ବି ଆପ୍‌ ଷ୍ଟୋର ଅଛି ଯାହା ଗୁଗଲ ପ୍ଲେ-ଷ୍ଟୋର ଏବଂ ଆପଲ ଆପ୍‌ ଷ୍ଟୋରର ମୁକାବିଲା କରିଥାଏ। ଭାରତ ସରକାରଙ୍କର ମଧ୍ୟ ଅନେକ ଅଫିସିଆଲ ଆପ୍ସ ରହିଛି ଯାହା ଆପଣଙ୍କ ପାଇଁ ବହୁତ ଜରୁରୀ। ଆଜି ଆମେ ଆପଣଙ୍କୁ ସେହି ସରକାରୀ ମୋବାଇଲ ଆପ୍‌ ବିଷୟରେ କହିବୁ ଯାହା ଆପଣଙ୍କ ବଦରକାର ବେଳେ ଆପଣଙ୍କ କାମରେ ବହୁତ ମାତ୍ରାରେ ଆସିବ। ତାହେଲେ ଆସନ୍ତୁ ଜାଣିବା ସେହି ସରକାରୀ ଆପ୍‌ ବିଷୟରେ।

M Aadhaar

ଲୋକଙ୍କ ପାଇଁ ୟୁଆଇଡିଏଆଇର ଏମ୍‌-ଆଧାର ଆପ୍‌ ବହୁତ କାମିକା ଆପ୍‌। କାହିଁକିନା ଲୋକଙ୍କୁ ଏଥିରେ ଅନେକ ପ୍ରକାର ସୁବିଧା ମିଳିବ। ଲୋକମାନେ ଏହି ଆପରେ ଆଧାର କାର୍ଡକୁ ଡିଜିଟାଲ ଫର୍ମାଟରେ ରଖିପାରିବେ। ଏହାସହିତ ଲୋକମାନେ ନିଜର ବାୟୋମେଟ୍ରିକ ବିବରଣୀକୁ ମଧ୍ୟ ସୁରକ୍ଷିତ ରଖିପାରିବେ। ସେହିପରି ଏହି ଆପର ସାଇଜ ୪୫ ଏମବି ରହିଛି। ଆବଶ୍ୟକ ପଡିଲେ ଆପଣ ଏହି ଆପ୍‌ ଜରିଆରେ ମଧ୍ୟ ନିଜର ଆଧାର କାର୍ଡ ଦେଖାଇପାରିବେ।

My Gov

ସରକାରଙ୍କ ଏହି ଆପ୍‌ ବହୁତ ଖାସ୍‌, କାରଣ ଲୋକମାନେ ଏହି ପ୍ଲାଟଫର୍ମ ଜରିଆରେ ବିଭାଗ ଏବଂ ମନ୍ତ୍ରାଳୟକୁ ନିଜର ବିଚାର ଜଣାଇପାରିବେ। ସେହିପରି ଏହି ଆପ୍‌ ଗୁଗଲ ପ୍ଳେ ଷ୍ଟୋରରେ ଉପଲବ୍ଧ ରହିଛି। ଯଦି ଆପଣଙ୍କ ପାଖରେ କୌଣସି ଯୋଜନାକୁ ନେଇ କୌଣସି ବି ବିଚାର କିମ୍ବା ଆଇଡିଆ ରହିଛି ତାହେଲେ ଆପଣ ଏହି ଆପ୍‌ ଜରିଆରେ ସରକାରଙ୍କୁ ଦେଇପାରିବେ।

mPARIWAHAN

ଏହାଦ୍ୱାରା ୟୁଜର୍ସ ଡ୍ରାଇଭିଙ୍ଗ ଲାଇସେନ୍ସ ଏବଂ ଗାଡି ରେଜିଷ୍ଟ୍ରେସନ ସାର୍ଟିଫିକେଟର ଡିଜିଟାଲ କପି ବନାଇପାରିବେ। ଏଥିରେ ମହଜୁଦ୍‌ ଡିଜିଟାଲ କପିକୁ ଆଇନଗତ ମାନ୍ୟତା ଦିଆଯାଇଛି। କିନ୍ତୁ ଧ୍ୟାନ ରଖିବେ ଯଦି ଆପଣ ଟ୍ରାଫିକ୍‌ ରୁଲ୍ସ ଭାଙ୍ଗୁଛନ୍ତି ତାହେଲେ ଡିଏଲ କିମ୍ବା ଆରସି ମଧ୍ୟରୁ କୌଣସି ଗୋଟିଏର ହାର୍ଡ କପିକୁ ସାଥିରେ ରଖିବା ଜରୁରୀ। ଏହାଛଡା ଏହି ଆପ୍‌ ସାହାଯ୍ୟରେ ଆପଣ ସେକେଣ୍ଡ ହ୍ୟାଣ୍ଡ ଗାଡିର ସମ୍ପୂର୍ଣ୍ଣ ଡିଟେଲ୍ସକୁ ବି ଯାଞ୍ଚ୍‌ କରିପାରିବେ।

UMANG

ୟୁଜର୍ସ ଏହି ଆପ୍‌ ଜରିଆରେ ସମସ୍ତ ସରକାରୀ ସେବାର ଲାଭ ଉଠାଇପାରିବେ। ୟୁଜର୍ସଙ୍କୁ ଏହି ଆପରେ ଇପିଏଫ, ପାନ୍‌, ଆଧାର, ଡିଜିଲକର, ଗ୍ୟାସ ବୁକିଙ୍ଗ, ମୋବାଇଲ ବିଲ ପେମେଣ୍ଟ ଏବଂ ବିଜୁଳି ବିଲ ପେମେଣ୍ଟ ଆଦି ସେବା ମିଳିବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଆପକୁ ମିନିଷ୍ଟ୍ରୀ ଅଫ୍‌ ଇଲେକଟ୍ରୋନିକ୍ସ ଆଣ୍ଡ ଇନଫରମେସନ୍‌ ଟେକ୍ନୋଲୋଜି ଏବଂ ନ୍ୟାସନାଲ ଇ-ଗଭର୍ନେସ ଡିଭିଜେନର ମିଳିତ ପ୍ରୟାସରେ ମିଶି ପ୍ରସ୍ତୁତ କରାଯାଇଛି।

DigiLocker

ଡିଜିଲକର ଆପକୁ ଆପଣ ଗୁଗଲ ପ୍ଲେ-ଷ୍ଟୋର ଏବଂ ଆପ୍‌ ଷ୍ଟୋରରୁ ଡାଉନଲୋଡ୍‌ କରିପାରିବେ। ଏହି ଆପ୍‌ ସାଇଜ୍‌ ରହିଛି ୭.୨ ଏମବି। ଲୋକମାନେ ଏହି ଆପରେ ଜରୁରୀ ଦସ୍ତାବିଜ୍‌ ଯେମିତିକି ଲାଇସେନ୍ସ ଏବଂ ପାନ କାର୍ଡକୁ ଡିଜିଟାଲ୍‌ ଫର୍ମାଟରେ ରଖିପାରିବେ। ଏଥିରେ ଆପଣ ନିଜ କଲେଜର ସାର୍ଟିଫିକେଟ ମଧ୍ୟ ସେଭ୍‌ କରି ରଖିପାରିବେ। ଏହାଦ୍ୱାରା ଲୋକଙ୍କୁ ସବୁବେଳେ ନିଜ ସାଥିରେ ଜରୁରୀ ଡକ୍ୟୁମେଣ୍ଟର ହାର୍ଡ କପିକୁ ସାଥିରେ ଧରି ବୁଲିବାର ଆବଶ୍ୟକା ପଡିବନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.