ଦମଦାର ବ୍ୟାଟେରୀ ସହିତ ଲଞ୍ଚ ହେଲା Realme Narzo 20A, ମୂଲ୍ୟ ମାତ୍ର ୮,୪୯୯ ଟଙ୍କା

ରିଅଲ ମି ଭାରତୀୟ ବଜାରରେ ତିନିଟି ସ୍ମାର୍ଟଫୋନ Narzo 20A, Narzo 20 ଏବଂ Narzo 20 pro ଲଞ୍ଚ କରିଛି। ଏମାନଙ୍କ ମଧ୍ୟରୁ ସବୁଠାରୁ ଶସ୍ତା ଫୋନ ରହିଛିNarzo 20A । ଯାହାର ମୂଲ୍ୟ ମାତ୍ର ୮,୪୯୯ ଟଙ୍କା। Narzo 20A ର ଦୁଇଟି ଭାରିଅଣ୍ଟ ଲଞ୍ଚ ହୋଇଛି। ଏହିସବୁ ଭାରିଅଣ୍ଟରେ ୩ ଜିବି ରାମ ଏବଂ ୩୨ ଜିବି ଷ୍ଟୋରେଜ, ୪ ଜିବି ରାମ୍‌ ଓ ୬୪ ଜିବି ଷ୍ଟୋରେଜ ରହିଛି। ଏହି ଟପ୍‌ ଭାରିଅଣ୍ଟର ମୂଲ୍ୟ ୯,୪୯୯ ଟଙ୍କା ରହିଛି। ଏଥିରେ ଓ୍ଵାଟର ଡ୍ରପ ଷ୍ଟାଇଲ ନଚ୍‌ ମଧ୍ୟରହିଛି।

ଏହି ଫୋନରେ ୬.୫ ଇଞ୍ଚର ଏଚଡି ପ୍ଲସ ଡିସପ୍ଲେ ଏବଂ ଆକ୍ସପେଟ ରେସିଓ ୨୦:୯ ରହିଛି। ଫୋନରେ ଗୋରିଲା ଗ୍ଲାସ ୩ର ପୁରୁଣା ଭର୍ସନ ରହିଛି। ଏହାର ପ୍ରଥମ ସେଲ ୩୦ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି। ଏଥିରେ ଅକ୍ଟୋକୋର କ୍ୱାଲାକମ୍‌ ସ୍ନାପଡ୍ରାଗନ ୬୬୫ ପ୍ରୋସେସର ମଧ୍ୟ ଦିଆଯାଇଛି। ଏହି ସ୍ମାର୍ଟଫୋନ ଆଣ୍ଡ୍ରଏଡ ୧୦ ବେସଡ ରିଅଲ ମି ୟୁଆଇରେ ଚାଲିଥାଏ।

narzo

କ୍ୟାମେରା:

ଏହି ଫୋନରେ ତିନିଟି ରିଅର କ୍ୟାମେରା ରହିଛି। ପ୍ରାଇମେରୀ ସେନସର ୧୨ ମେଗାପିକ୍ସେଲ କ୍ୟାମେରା, ଦ୍ୱିତୀୟରେ ୨ ମେଗାପିକ୍ସେଲର ମୋନୋକ୍ରୋମ କ୍ୟାମେରା ଏବଂ ତୃତୀୟରେ ସେନ୍ସରଯୁକ୍ତ ୨ ମେଗାପିକ୍ସେଲ ରହିଛି। ଏଥିରେ ସେଲଫି ପାଇଁ ୮ ମେଗାପିକ୍ସେଲ କ୍ୟାମେରା ମଧ୍ୟ ରହିଛି।

ଫୋନରେ ୫,୦୦୦mAh ବ୍ୟାଟେରୀ ସହିତ ରିଭର୍ସ ଚାର୍ଜ ସପୋର୍ଟ ମିଳିବ। ଅର୍ଥାତ୍‌ ଏଥିରେ ଅନ୍ୟ ଫୋନ ମଧ୍ୟ ଚାର୍ଜ କରିପାରିବେ। କନେକ୍ଟିଭିଟି ପାଇଁ ରିଅର ଫିଙ୍ଗରପ୍ରିଣ୍ଟ ସ୍କାନର ସହିତ ମାଇକ୍ରୋ ୟୁଏସବି ପୋର୍ଟ, ଜିପିଏସ୍‌ ଏବଂ ବ୍ଲୁଟୁଥ ଭଳି କନେକ୍ଟିଭିଟି ଫିଚର୍ସ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.